ଆନ୍ତଃରାଜ୍ୟ ସିବିଏସ୍‌ଇ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

ଯାଜପୁର ରୋଡ,୧୪।୧୦(ନି.ପ୍ର)- ବ୍ୟାସନଗର ପବ୍ଲିକ ସ୍କୁଲରେ ଚାଲିଥିବା ଆନ୍ତଃରାଜ୍ୟ ସିବିଏସଇ କବାଡି ପ୍ରତିଯୋଗିତା ସୋମବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ୩ଟି ରାଜ୍ୟର ସିବିଏସ୍‌ଇ ବୋର୍ଡ ନିୟନ୍ତ୍ରଣାଧିନ ଇଂଲିଶ ମାଧ୍ୟମ ବିଦ୍ୟାଳୟସ୍ତରୀୟ ଭୁବନେଶ୍ୱର କ୍ଲଷ୍ଟର-୨ର ୩ଦିନ ବ୍ୟାପୀ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିବସରେ ୧୦ଟି ମ୍ୟାଚ୍‌ ଖେଳାଯାଇଥିଲା। ୧୭ବର୍ଷରୁ କମ ବର୍ଷ ବାଳିକା ବର୍ଗ, ୧୯ ବର୍ଷରୁ କମ ବାଳିକା ବର୍ଗ, ୧୭ ବର୍ଷରୁ କମ ବର୍ଷ ବାଳକ ବର୍ଗ ଓ ୧୯ ବର୍ଷରୁ କମ ବାଳକ ବର୍ଗ ମଧ୍ୟରେ ୪ଟି ଫାଇନାଲ ମ୍ୟାଚ୍‌ ଖେଳାଯାଇ ସେସବୁ ଗ୍ରୁପର ଚାମ୍ପିୟନ୍‌ ଓ ରନର୍ସ ଅପ୍‌ ଘୋଷଣା କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉସତ୍ବରେ ଅତିଥିମାନେ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ୧୯ବର୍ଷରୁ କମ୍‌ ବର୍ଷ ବାଳକ ବର୍ଗ ଫାଇନାଲରେ ଛତିଶଗଡ଼ର ବାଲସୀର ସରାଇପଲ୍ଲୀସ୍ଥିତ ପ୍ରତିଭା ପବ୍ଲିକ ସ୍କୁଲ ଚାମ୍ପିୟନ୍‌ ହୋଇଥିବାବେଳେ ସେହି ରାଜ୍ୟର ବିଳାସପୁରସ୍ଥିତ କ୍ୟାରିୟର ପଏଣ୍ଟ ୱାଲର୍‌ଡ ସ୍କୁଲ ରନର୍ସ ଅପ୍‌ ବିବେଚିତ ହୋଇଛି। ଓଡ଼ିଶାର ବଡ଼ବିଲସ୍ଥିତ ଜିନ୍ଦଲ ସ୍କୁଲ ୩ୟ ସ୍ଥାନ ଅଧିକାର କରିଛି। ସେହିପରି ୧୯ବର୍ଷରୁ କମ ବର୍ଷ ବାଳିକା ବର୍ଗରେ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ପଦଭେଶ୍ୱର ଡିଏଭି ସ୍କୁଲ ଚାମ୍ପିୟନ୍‌ ହୋଇ ଟ୍ରଫି ଗ୍ରହଣ କରିଥିବାବେଳେ ଭୁବନେଶ୍ୱରର ବିକାଶ ରେସିଡେନସିଆଲ ରନର୍ସ ଅପ୍‌ କପ ହାସଲ କରିଛି। ସମ୍ବଲପୁରର ସେଭେନ ହିଲ ରେସିଡେନସିଆଲ ୩ୟ ସ୍ଥାନରେ ସୀମିତ ରହିଥିଲା। ଛତିଶଗଡର ବିଳାସପୁର ସ୍ଥିତ ଲଏଲା ସ୍କୁଲ ୧୭ ବର୍ଷରୁ କମ୍‌ ବର୍ଷ ବାଳକ ବର୍ଗରେ ଚାମ୍ପିୟନ୍‌ ହୋଇଥିବାବେଳେ ବରଗଡସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ରନର୍ସ ଅପ୍‌ ଏବଂ ବରଗଡର ବିକାଶ ରେସିଡେନସିଆଲ ୩ୟ ସ୍ଥାନ ଅଧିକୃତ କରିଥିଲା। ପୁନଶ୍ଚ, ୧୭ବର୍ଷରୁ କମ୍‌ ବର୍ଷ ବାଳିକା ବର୍ଗର ଫାଇନାଲ ବିଜେତା ହୋଇଛି ଟିଟ୍‌ଲାଗଡର ଦାଦାଜୀ ମନ୍ଦିର ଟ୍ରଷ୍ଟ। ଛତିଶଗଡ଼ର ରାୟପୁରସ୍ଥିତ ଶିଭମ୍‌ ବିଦ୍ୟାପୀଠ। ଏହି ଗ୍ରୁପର ରନର୍ସ ଅପ କପ୍‌ ହାତେଇ ନେଇଥିବାବେଳେ ଛତିଶଗଡର ବିଳାସପୁରର ଏସଇସି ରେଲୱେ ଏଚ୍‌ଆର ସ୍କୁଲ ନଂ.୨ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଉଦ୍‌ଯାପନୀ ଉସତ୍ବରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ଟାଟାଷ୍ଟିଲ, କଳିଙ୍ଗନଗରର ଜିଏମ ଆର.ଆର. ଶତପଥି, ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ମନୋରମା ପବ୍ଲିକେଶନର ଡାଇରେକ୍ଟର ଦେବୀପ୍ରସନ୍ନ ମହାନ୍ତି, ଆଡଭୋକେଟ ଚନ୍ଦ୍ରଶେଖର ପଣ୍ଡା ଓ ବିବେକାନନ୍ଦ ମହାନ୍ତି, ଭିପିଏସ ସଭାପତି ଭାରତ ଭୂଷଣ ଦେଓ, ସମ୍ପାଦିକା ଦେବସ୍ମିତା ସାହୁ, ଟ୍ରଷ୍ଟି ଉଷାମଞ୍ଜରୀ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri