ଆଜିର ଅର୍ଥନୀତି/ ମରୁଡ଼ି ଆଶଙ୍କା

ଚଳିତବର୍ଷ ମୌସୁମୀ କେରଳରେ ଗୋଟିଏ ସପ୍ତାହ ବିଳମ୍ବରେ ପହଞ୍ଚିବା ପରେ ତା’ର ଧିମା ଗତି ନାନା ଆଶଙ୍କା ସୃଷ୍ଟି କରିଛି। ଜୁନ୍‌ ମାସରେ ଯେତିକି ବର୍ଷା ହେବା କଥା ବର୍ତ୍ତମାନ ସୁଦ୍ଧା ତା’ଠାରୁ ୪୦ ପ୍ରତିଶତ କମ୍‌ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ। ଓଡ଼ିଶା ତ ମୌସୁମୀ ଉପରେ ଆହୁରି ଅଧିକ ନିର୍ଭରଶୀଳ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୨୦୧୯ ବର୍ଷରେ ହାରାହାରି ବା ମଧ୍ୟମ ଧରଣର ବୃଷ୍ଟିପାତ ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ ଘରୋଇ ସଂସ୍ଥା ସ୍କାଇମେଟ୍‌ ପକ୍ଷରୁ ସ୍ବାଭାବିକତାଠାରୁ କମ୍‌ ବର୍ଷା ହେବ ବୋଲି କୁହାଯାଇଛି। ପ୍ରାକ୍‌ମୌସୁମୀ ବର୍ଷା ବିଳମ୍ବରେ ଆରମ୍ଭ ହୋଇଥିବାରୁ ସବୁଆଡ଼େ ଧାନବୁଣା ଓ ତଳିରୁଆ କାର୍ଯ୍ୟ ଧିମେଇଯାଇଛି। ଏଥିରୁ ଯେପରି ସୂଚନା ମିଳୁଛି ଯେ, ଦେଶର କିଛି ଅଂଶ ନିଶ୍ଚିତରୂପେ ମରୁଡ଼ିକୁ ସାମ୍‌ନା କରିବ। ଆମ ରାଜ୍ୟ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇପାରେ।
ମୌସୁମୀ ଜୁନ୍‌ ପହିଲାରେ କେରଳରେ ପହଞ୍ଚିବା କଥା, ଯାହା ଏ ବର୍ଷ ଜୁନ୍‌ ୮ ତାରିଖରେ ପହଞ୍ଚିଲା। ତେବେ ଆରବ ସାଗରରେ ବାତ୍ୟା ‘ବାୟୁ’ ସୃଷ୍ଟି ହେବା ଯୋଗୁ ତାହା ମୌସୁମୀ ବାୟୁରୁ ଅନେକ ଜଳୀୟ ବାଷ୍ପ ଟାଣିନେଲା, ଯାହାଫଳରେ ଏହାର ଗତି ଦୁର୍ବଳ ହୋଇଗଲା। ମୌସୁମୀ ସାଧାରଣତଃ ବର୍ତ୍ତମାନ ସୁଦ୍ଧା ଦେଶର ଅଧାଅଧି ଅଞ୍ଚଳରେ ପ୍ରବାହିତ ହୋଇସାରିଥାଏ। କିନ୍ତୁ ଏ ବର୍ଷ ତାହା ଦେଶର ମାତ୍ର ଚଉଠ ଭାଗକୁ ପ୍ରବାହିତ ହୋଇଛି। ସ୍ବଳ୍ପ ବୃଷ୍ଟିପାତ କୃଷିକ୍ଷେତ୍ରର ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତାହା ଖାଉଟିମାନଙ୍କ ଚାହିଦା ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ସାମଗ୍ରିକ ଅର୍ଥନୀତି ଓ ଅର୍ଥ ବଜାରକୁ ସଙ୍କୁଚିତ କରିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି, ଯାହା ଅନେକ ବର୍ଷ ଭିତରେ ସବୁଠୁ ମାନ୍ଦା। ଦୁର୍ବଳ ମୌସୁମୀ ଏବଂ ତଜ୍ଜନିତ କୃଷି ଉତ୍ପାଦନରେ ହ୍ରାସ ଓ କୃଷକଙ୍କ ଦୁରବସ୍ଥା ଦେଶର ଅର୍ଥନୀତିକୁ ସୁଧାରିବାରେ ଦୀର୍ଘସ୍ଥାୟୀ ପ୍ରତିବନ୍ଧକ ସୃଷ୍ଟି କରିବ। ବିଳମ୍ବିତ ମୌସୁମୀ ଓ ତା’ର ଧିମା ଗତି ନିରବଚ୍ଛିନ୍ନ ବୃଷ୍ଟିପାତ ଆରମ୍ଭ କରିବାକୁ ସପ୍ତାହେ ବା ଦୁଇ ସପ୍ତାହ ଡେରି କରିବ, ଯାହା ଅତୀତରେ ଦେଖାଯାଇଛି। ଜୁନ୍‌ ମାସରେ ସ୍ବଳ୍ପ ବୃଷ୍ଟିପାତ ହେଲେ ଜୁଲାଇ ମାସରେ ଅଧିକ ବୃଷ୍ଟିପାତ ହୋଇଥାଏ ଏବଂ ଓଡ଼ିଶା ପରି ରାଜ୍ୟରେ ଗୋଟିଏ ସପ୍ତାହ ଲଗାଣ ବର୍ଷା ହେଲେ ତାହା ବନ୍ୟା ବିତ୍ପାତ ସୃଷ୍ଟି କରିଥାଏ।
ଭାରତରେ ବାର୍ଷିକ ବୃଷ୍ଟିପାତର ପ୍ରାୟ ୭୦ ପ୍ରତିଶତ ମୌସୁମୀ ଯୋଗୁ ହୋଇଥାଏ, ଯାହା ଧାନ, ଗହମ, ଆଖୁ ଓ ସୋୟାବିନ୍‌ ପରି ତୈଳବୀଜ ଉତ୍ପାଦନରେ ସାହାଯ୍ୟ କରେ। ଭାରତର ୨.୫ ଟ୍ରିଲିୟନ ଡଲାରର ଅର୍ଥନୀତି ବା ମୋଟ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ କୃଷି ଉପରେ ନିର୍ଭର କରେ। କିନ୍ତୁ ଏହା ଉପରେ ଦେଶର ୧୩୦ କୋଟି ଜନତାଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ନିର୍ଭର କରନ୍ତି। ଭଲ ମୌସୁମୀ ପାଇଁ କୃଷି ଉତ୍ପାଦନ ଅଧିକ ହେଲେ ବିଶେଷତଃ ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀର ଚାହିଦା ବୃଦ୍ଧି ପାଏ। ଏହା ସବୁ ପ୍ରକାର ଅଟୋମୋବାଇଲ ଶିଳ୍ପରେ ଚାହିଦା ବୃଦ୍ଧିରେ ସହାୟକ ହୁଏ। ବ୍ୟବସାୟିକ ଗାଡ଼ି ଓ ଦୁଇଚକିଆ ଯାନର ବିକ୍ରି ବୃଦ୍ଧି ପାଏ। ନିର୍ମାଣ ଶିଳ୍ପର ବିକାଶରେ ଏହା ସାହାଯ୍ୟ କରେ। ଅର୍ଥନୀତି ସମୃଦ୍ଧ ହେଲେ ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀର ବିକ୍ରି ବୃଦ୍ଧି ପାଇବା ସହ କମ୍ପାନୀଗୁଡ଼ିକର ଷ୍ଟକ୍‌ ମୂଲ୍ୟ ବୃଦ୍ଧି ପାଏ। ଧାନ ଓ ଗହମରେ ଭାରତ ଆତ୍ମନିର୍ଭରଶୀଳ, କିନ୍ତୁ ମରୁଡ଼ି ପଡ଼ିଲେ ବିଭିନ୍ନ ପ୍ରକାର ଡାଲି ଏବଂ ପାମୋଲିନ, ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ପ୍ରଭୃତି ତେଲ ଆମଦାନି ବୃଦ୍ଧି ପାଏ। ମୌସୁମୀ ବର୍ଷା ବିଭିନ୍ନ ଜଳଭଣ୍ଡାର ଓ ଭୂତଳ ଜଳଭଣ୍ଡାରକୁ ପୂର୍ଣ୍ଣ କରେ, ଯାହାଫଳରେ ଭଲଭାବରେ ଜଳସେଚନ କାର୍ଯ୍ୟ ହେବା ସହ ଜଳବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ପାଏ। ବୃଷ୍ଟିପାତ ଅଧିକ ହେଲେ ଜଳସେଚନ ପାଇଁ କୂଅ ଓ ପୋଖରୀରୁ ପମ୍ପ ସାହାଯ୍ୟରେ ପାଣି ଉଠାଇବାକୁ ରିହାତି ମୂଲ୍ୟର ଡିଜେଲ ଚାହିଦା ହ୍ରାସ ପାଏ। ମରୁଡ଼ି ପଡ଼ିଲେ ସରକାର କୃଷକମାନଙ୍କୁ ଅଧିକ ଅନୁଦାନ ଦେବାକୁ ବାଧ୍ୟ ହୁଅନ୍ତି, ଯାହା ବିତ୍ତୀୟ ନିଅଣ୍ଟ ବୃଦ୍ଧିର କାରଣ ହୁଏ। ଭଲ ମୌସୁମୀ ବର୍ଷା ହେଲେ ସରକାରଙ୍କୁ ଏ ବାବଦରେ କମ୍‌ ଖର୍ଚ୍ଚ କରିବାକୁ ପଡ଼େ। ମରୁଡ଼ି ପଡ଼ିଲେ ପନିପରିବା ଓ ଡାଲିର ମୂଲ୍ୟ ବୃଦ୍ଧି ପାଇବ, ଯାହାଫଳରେ ଜନମଙ୍ଗଳ ଯୋଜନାଗୁଡ଼ିକରେ ସରକାରଙ୍କୁ ଅଧିକ ବ୍ୟୟ କରିବାକୁ ପଡ଼ିବ। ଏବେ ବିଳମ୍ବିତ ଓ ଦୁର୍ବଳ ମୌସୁମୀ ରାଜ୍ୟରେ ମରୁଡ଼ି ଆଶଙ୍କା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri