ଆଜିର ଅର୍ଥନୀତି/ ଫିକା ସୁନା ବଜାର

ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଆସନ୍ତା ଦୀପାବଳି ଅବସରରେ ଲୋକଙ୍କ ସୁନାକିଣା ମାନସିକତା ଉପରେ ଖୁବ୍‌ ପ୍ରତିକୂଳ ପ୍ରଭାବ ପକାଇବ। ଗହଣା ଦୋକାନୀମାନେ ବିକ୍ରିବଟାର ସମ୍ଭାବ୍ୟ ମାନ୍ଦା ପରିସ୍ଥିତି ପାଇଁ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ୍‌ ପିଛା ୩୮,୦୦୦ ଟଙ୍କା ସହ ତିନି ପ୍ରତିଶତ ଜିଏସ୍‌ଟି ରହିଛି। ଗତବର୍ଷ ଦୀପାବଳି ତୁଳନାରେ ବର୍ତ୍ତମାନ ମାନକ ସୁନାର ମୂଲ୍ୟ ୨୦ ପ୍ରତିଶତ ଅଧିକ ରହିଛି। ଗତ ଜୁଲାଇ ଓ ଅଗଷ୍ଟ ମାସରେ ସୁନାର ଦାମ୍‌ ଗ୍ରାମ୍‌ ପିଛା ଟିକସ ପୂର୍ବରୁ ୪୦୦୦ ଟଙ୍କା ଟପିଥିଲା। ସେହି ତୁଳନାରେ ବର୍ତ୍ତମାନ ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏତେ ମୂଲ୍ୟ ଦେଇ ଲୋକେ ସୁନା କିଣିବାର ସମ୍ଭାବନା ବହୁତ କମ୍‌। ଦଶହରା ଉତ୍ସବରେ ସୁନା କିଣିବା ଲାଗି ଲୋକଙ୍କ ନିରୁତ୍ସାହ ଭାବକୁ ଦେଖି ଏହା ସ୍ପଷ୍ଟ ହୋଇଯାଇଛି। ପ୍ରାୟ ଏକ ଦଶନ୍ଧି ଧରି ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ସେହି ସମସ୍ୟାକୁ ବଢ଼ାଇବା ସହ ଲୋକଙ୍କ ଭିତରେ କିଣିବାର ଭୋକ ମାରି ଦେଇଛି। ୧୦ ବର୍ଷରୁ କମ୍‌ ସମୟ ଭିତରେ ଉକ୍ତ ମୂଲ୍ୟବାନ୍‌ ହଳଦିଆ ଧାତୁର ମୂଲ୍ୟ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆଶା କରାଯାଉଥିଲା ମଧ୍ୟବିତ୍ତ ଓ ବେତନଭୋଗୀ କର୍ମଚାରୀଙ୍କ ଚାହିଦା ବୃଦ୍ଧି ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦୀପାବଳି ପୂର୍ବରୁ ବ୍ୟକ୍ତିଗତ ଆୟକର ହ୍ରାସ କରିବ। ମାତ୍ର ସରକାର ଅନ୍ତତଃ ଦୀପାବଳି ପୂର୍ବରୁ ଟିକସଦାତାଙ୍କୁ ଅନୁଗୃହୀତ କରିବାର କୌଣସି ସମ୍ଭାବନା ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନରମାନଙ୍କ ପାଇଁ କେନ୍ଦ୍ର ସରକାର ପାଞ୍ଚ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ସ୍ବାଗତ କରାଯାଇଛି। କିନ୍ତୁ ଏକ ମାନ୍ଦାବସ୍ଥାଜନିତ ପରିସ୍ଥିତିରେ ଚାହିଦା ବୃଦ୍ଧି ପାଇଁ ଏତିକି ଯଥେଷ୍ଟ ନୁହେଁ। ମାରୁତି ପରି ଗାଡ଼ି ନିର୍ମାତାମାନେ ଗାଡ଼ିଗୁଡ଼ିକର ଶୋରୁମ୍‌ ମୂଲ୍ୟ ଉପରେ ବ୍ୟାପକ ରିହାତି ଘୋଷଣା କରିଥିଲେ ମଧ୍ୟ ବିକ୍ରି ଆଶାନୁରୂପ ବୃଦ୍ଧି ନ ପାଇବା ଘଟଣାରୁ ସ୍ପଷ୍ଟ ଯେ ଲୋକମାନେ ଏବେ କିଛି ନୂଆ ଜିନିଷ କିଣାକିଣି କରିବାକୁ ଚାହୁଁ ନାହାନ୍ତି। ବିକ୍ରିବଟାରେ ମାନ୍ଦାବସ୍ଥାରୁ ଜଣାପଡ଼ୁଛି ଯେ ସାଧାରଣ ଲୋକମାନେ ପଣ୍ୟଦ୍ରବ୍ୟ କିଣାକିଣି ପ୍ରତି ଉଦାସୀନ ରହୁଛନ୍ତି। ବିଭିନ୍ନ ବୈଦ୍ୟୁତିକ ଗୃହୋପକରଣ ନିର୍ମାତା, ପାଇକାରୀ ବିକ୍ରେତା ଓ ଖୁଚୁରା ବିକ୍ରେତାମାନେ ସମାନ ଧାରା ପ୍ରଦର୍ଶନ କରୁଛନ୍ତି।
ପୁଞ୍ଜିନିବେଶ ଦୃଷ୍ଟିରୁ ସୁନା ଏକ ନିରାପଦ ବିକଳ୍ପ ହୋଇଥିବା ବେଳେ ଏହାର ବ୍ୟାପକ ଧାର୍ମିକ ଓ ସାଂସ୍କୃତିକ ମୂଲ୍ୟ ମଧ୍ୟ ରହିଛି। ଏହି କାରଣରୁ ସାରା ବିଶ୍ୱରେ ଭାରତ ହେଉଛି ସୁନାର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା। ଲୋକମାନେ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ନିର୍ବିଶେଷରେ ବିବାହାଦି ଉତ୍ସବ ପାଇଁ ସୁନା କିଣିଥାନ୍ତି। ବିନା ସୁନା ଦିଆନିଆରେ ଭାରତରେ କୌଣସି ବିବାହ ଉତ୍ସବ ଅନୁଷ୍ଠିତ ହୁଏ ନାହିଁ। ଧନତେରସ, ଦୀପାବଳି ଓ ଦଶହରା ପରି ଉତ୍ସବରେ ସୁନା କିଣିବାକୁ ଲୋକେ ଶୁଭ ବୋଲି ବିଚାର କରିଥାନ୍ତି। ତେବେ ବର୍ତ୍ତମାନ ସୁନାର ମୂଲ୍ୟ ହ୍ରାସ ପାଇବାର କୌଣସି ସମ୍ଭାବନା ନ ଥିବାରୁ ଆସନ୍ତା ଦୀପାବଳିରେ ସୁନାବିକ୍ରି ଆଶାତୀତ ଭାବେ ହ୍ରାସ ପାଇବା ଅବଶ୍ୟମ୍ଭାବୀ। ଏଥର ସୁନାବିକ୍ରି ଅନ୍ତତଃ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ସେପ୍ଟେମ୍ବର ମାସରେ ସୁନା ଆମଦାନି ତିନିବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ଗତମାସରେ ପ୍ରାୟ ୨୬ ଟନ୍‌ ସୁନା ଆମ ଦେଶକୁ ଆମଦାନି କରାଯାଇଥିଲା, ଯାହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ପ୍ରାୟ ୮୦ ପ୍ରତିଶତ କମ୍‌। ଚଳିତ ଅକ୍ଟୋବର ମାସରେ ବି ସୁନା ଆମଦାନିରେ ବିଶେଷ କିଛି ଉନ୍ନତି ଘଟି ନାହିଁ। ଚାହିଦା ହ୍ରାସର ଆଉ ଗୋଟିଏ କାରଣ ହେଉଛି ଏ ବର୍ଷ ଖୁଚୁରା ବିକ୍ରେତାମାନେ ସେମାନଙ୍କ ରିହାତି ମଧ୍ୟ ହ୍ରାସ କରିଛନ୍ତି। ରିହାତି ହ୍ରାସର ସମ୍ଭାବ୍ୟ କାରଣ ହେଉଛି ସୀମିତ ଯୋଗାଣ ଏବଂ ମେଶିନତିଆରି ଗହଣା ଓ ସୁନାମୋହର ରପ୍ତାନି ପାଇଁ ଆଡ୍‌ଭାନ୍ସ ଅଥରାଇଜେଶନ ଯୋଜନାରେ ଶୁଳ୍କମୁକ୍ତ ସୁନା ଆମଦାନି ବ୍ୟବସ୍ଥାର ପ୍ରତ୍ୟାହାର। ଏଥି ସହ ଯୋଗାଣ ହ୍ରାସ ପାଇବାରୁ ଗତ ପ୍ରାୟ ସପ୍ତାହେ ଭିତରେ ଆମଦାନୀ ସୁନା ମୂଲ୍ୟରେ ଦିଆଯାଉଥିବା ରିହାତି ହ୍ରାସ ପାଇଛି। ସେ ଯାହା ହେଉ ରିହାତି ହ୍ରାସକୁ ଦେଖି ଅର୍ଥନୀତିରେ ସୁଧାର ଆସିଲା ବୋଲି ଭାବିବା ଉଚିତ ନୁହେଁ। ବରଂ ଏହା ଏକ ସଂରଚନାତ୍ମକ ସମନ୍ବୟ (ଷ୍ଟ୍ରକ୍ଚରାଲ ଆଡ୍‌ଜଷ୍ଟମେଣ୍ଟ)। ମୋଟ ଉପରେ ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଚଳିତବର୍ଷର ଦୀପାବଳିରେ ସୁନା ବଜାରକୁ ଫିକା ପକାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri