ଆଜିର ଅର୍ଥନୀତି/ ନିଅଣ୍ଟିଆ ବୃଷ୍ଟି

ମୌସୁମୀ ଏ ବର୍ଷ ଓଡ଼ିଶା ପ୍ରତି ବେଶି ସଦୟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ବିଭିନ୍ନ ଜିଲାରେ ବୃଷ୍ଟିପାତର ଆବଣ୍ଟନ ହାର ମଧ୍ୟ ସୁଷମ ନୁହେଁ। ଜୁଲାଇ ମାସରେ ଓଡ଼ିଶାରେ ମୋଟ ୯ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଜୁନ୍‌ ମାସରେ ୩୧.୫ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିଲା। ଜୁଲାଇ ମାସରେ ଦୀର୍ଘକାଳୀନ ହାରାହାରି (ଏଲ୍‌ଟିଏ) ୩୩୯.୯ ମିଲିମିଟର ବୃଷ୍ଟି ହେବା ସ୍ଥଳେ ଏହି ସମୟ ଭିତରେ ଓଡ଼ିଶା ପାଇଛି ୩୦୯.୪ ମିଲିମିଟର ବୃଷ୍ଟିଜଳ। ଜୁନ୍‌ ଓ ଜୁଲାଇ ଉଭୟ ମାସକୁ ହିସାବକୁ ନେଲେ ଏହି ଦୁଇମାସରେ ଦୀର୍ଘକାଳୀନ ହାରାହାରି ୫୫୬.୪ ମିଲିମିଟର ବୃଷ୍ଟି ହେବା ସ୍ଥଳେ ହୋଇଛି ୪୫୭.୭ ମିଲିମିଟର, ଅର୍ଥାତ୍‌ ୧୭.୭ ପ୍ରତିଶତ ନିଅଣ୍ଟିଆ ବୃଷ୍ଟି ହୋଇଛି। ୧୧ଟି ଜିଲାରେ ସ୍ବାଭାବିକ ବୃଷ୍ଟି ହୋଇଥିବା ବେଳେ ୧୭ଟି ଜିଲାରେ ୧୯ରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ବୃଷ୍ଟିପାତ ହୋଇଛି। ଅପରପକ୍ଷେ କୋରାପୁଟ ଜିଲାରେ ସ୍ବାଭାବିକଠାରୁ ୧୯ ପ୍ରତିଶତରୁ ଅଧିକ ବୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲା ପାଇଛି ସର୍ବାଧିକ ୬୩୩.୮ ମିଲିମିଟର ବୃଷ୍ଟିପାତ, ଯାହା ସ୍ବାଭାବିକଠାରୁ ୩୬.୧ ପ୍ରତିଶତ ଅଧିକ। ସବୁଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ଜିଲାଗୁଡ଼ିକ ଭିତରେ ଅଛି ସୁନ୍ଦରଗଡ଼ ଜିଲା (ବିଯୁକ୍ତ ୩୯ ପ୍ରତିଶତରୁ ବିଯୁକ୍ତ ୫୯ ପ୍ରତିଶତ ପର୍ଯ୍ୟନ୍ତ)। ବ୍ଲକ୍‌ଓ୍ବାରି ହିସାବ ଦେଖିଲେ ଜୁନ୍‌ ମାସରେ ୧୯ଟି ବ୍ଲକ୍‌ରେ ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ୭୩ଟି ବ୍ଲକ୍‌ରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି। ଅପରପକ୍ଷେ ଜୁନ୍‌ ମାସରେ ୯୦ଟି ବ୍ଲକ୍‌ରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଥିବା ବେଳେ ୮୫ଟି ବ୍ଲକ୍‌ରେ ଅତି ନିଅଣ୍ଟିଆ ଏବଂ ୪୭ଟି ବ୍ଲକ୍‌ରେ କାଁ ଭାଁ ବୃଷ୍ଟି ହୋଇଛି।
ଓଡ଼ିଶାର ୭୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଯଥେଷ୍ଟ ଜଳସେଚନର ଅଭାବ ଯୋଗୁ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଏହି ନିଅଣ୍ଟିଆ ବୃଷ୍ଟି କୃଷକମାନଙ୍କ ପାଇଁ ଘୋର ସମସ୍ୟାର କାରଣ ହୋଇଛି। ଧାନ ଅମଳ ଦୃଷ୍ଟିରୁ ଉପକୂଳବର୍ତ୍ତୀ ଅଞ୍ଚଳ ତୁଳନାରେ ଅଧିକ ଉତ୍ପାଦନଶୀଳ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ସ୍ବଳ୍ପ ବୃଷ୍ଟିପାତ ସମ୍ପ୍ରତି ମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି। ଦୁର୍ବଳ ମୌସୁମୀ କୃଷକମାନଙ୍କ ଅନେକ ଦୁଃଖର କାରଣ ହେବା ସହ ଅର୍ଥନୀତିରେ ମାନ୍ଦାବସ୍ଥା ସୃଷ୍ଟି କରିବ ଏବଂ କୃଷି କ୍ଷେତ୍ର ଉପରେ ନିର୍ଭର କରି ବଞ୍ଚୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ବାହାର ଜିଲା ଓ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯିବାର ଆଶଙ୍କା ରହିଛି। ମୌସୁମୀ ବର୍ଷା ଭଲ ହେଲେ ବିଶେଷତଃ ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀର ଚାହିଦା ଅଧିକ ରହିଥାଏ। ଅଟୋମାବାଇଲ ଶିଳ୍ପରେ କାରବାର ବୃଦ୍ଧିରେ ମଧ୍ୟ ଏହା ସାହାଯ୍ୟ କରିଥାଏ। କିନ୍ତୁ ଦୁର୍ବଳ ମୌସୁମୀ ବାଣିଜି୍ୟକ ଗାଡ଼ିଘୋଡ଼ା ଓ ଦୁଇଚକିଆ ଯାନର ବିକ୍ରି ଉପରେ ଘୋର ପ୍ରତିକୂଳ ପ୍ରଭାବ ପକାଇବ। ଗାଡ଼ି ଉତ୍ପାଦନ ମଧ୍ୟ ହ୍ରାସ ପାଇବ। ଗ୍ରାମାଞ୍ଚଳରେ ଗାଡ଼ି ବିକ୍ରି କରୁଥିବା କମ୍ପାନୀଗୁଡ଼ିକର ଷ୍ଟକ୍‌ ମୂଲ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଇବ।
ଓଡ଼ିଶା କେବଳ ଧାନରେ ଆତ୍ମନିର୍ଭରଶୀଳ ନୁହେଁ, ବରଂ ଧାନ ଉତ୍ପାଦନରେ ଏହା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଦୁର୍ବଳ ମୌସୁମୀ ଧାନ ସଂଗ୍ରହକୁ ପ୍ରଭାବିତ କରିବ। କୃଷକମାନେ ଅମଳ କରିଥିବା ସୀମିତ ଧାନକୁ ବିକ୍ରି ନ କରି ନିଜର ଆବଶ୍ୟକତା ପାଇଁ ରଖିବାକୁ ପସନ୍ଦ କରିବେ। ବିକ୍ରି କରିବାକୁ ଯଥେଷ୍ଟ ଧାନ ଅମଳ ନ ହେବାରୁ ଚାଷ ପାଇଁ ଋଣ କରିଥିବା କୃଷକମାନେ ଋଣ ଶୁଝି ନ ପାରି ଚିନ୍ତାଗ୍ରସ୍ତ ରହିବେ ଓ ଖିଲାପୀ ଋଣୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ମରୁଡ଼ି ପରିସ୍ଥିତି ଯୋଗୁ ବିଭିନ୍ନ ପ୍ରକାର ଡାଲି ଏବଂ ପାମୋଲିନ୍‌, ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ପ୍ରଭୃତିର ଆମଦାନି ବୃଦ୍ଧି ପାଇବ। ନିଅଣ୍ଟିଆ ବୃଷ୍ଟି ଯୋଗୁ ବିଭିନ୍ନ ଜଳଭଣ୍ଡାରର ଜଳ ଓ ଭୂତଳ ଜଳ ହ୍ରାସ ପାଇବ, ଯାହା ଜଳସେଚନରେ ବାଧା ସୃଷ୍ଟି କରିବା ସହ ଜଳବିଦ୍ୟୁତ୍‌ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିବ। ବୃଷ୍ଟିପାତ ଅଧିକ ହୋଇଥିଲେ କୂଅରୁ ପାଣି କାଢ଼ି ଜଳସେଚନ କରିବା ପାଇଁ ରିହାତି ମୂଲ୍ୟର ଡିଜେଲ ଚାହିଦା ହ୍ରାସ ପାଇଥାନ୍ତା। ଫଳରେ ଏ ବାବଦରେ ସରକାରଙ୍କ ଖର୍ଚ୍ଚ କମିଥାନ୍ତା। ମରୁଡ଼ି ପରିସ୍ଥିତି ଯୋଗୁ ପନିପରିବା ଓ ଡାଲିର ମୂଲ୍ୟ ବୃଦ୍ଧି ପାଇବ। ଫଳରେ ଜନମଙ୍ଗଳ ଯୋଜନାରେ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ସହ ଶାସକ ଦଳ ପାଇଁ ଏହା ଏକ ରାଜନୈତିକ ଅସ୍ତ୍ର ପାଲଟିବା କଥା। ଏହି ଦୃଷ୍ଟିରୁ ବିଶେଷତଃ ନିର୍ବାଚନ ବର୍ଷ ହୋଇଥିଲେ ମରୁଡ଼ି ପରିସ୍ଥିତି ସବୁବେଳେ ସରକାରଙ୍କ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ନିର୍ବାଚନ ବର୍ଷ ନୁହେଁ, ତେଣୁ ଏଥିରୁ ସରକାରଙ୍କର କିଛି ଫାଇଦା ହେବାର ନାହିଁ, ବରଂ ସାଧାରଣ ଲୋକମାନେ ହିଁ କେବଳ ଦୁଃଖ ଭୋଗିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri