ଆଜିର ଅର୍ଥନୀତି/ ଅନେକ ଆଶା

କେନ୍ଦ୍ର ବଜେଟ ଯେତେ ପାଖେଇ ଆସୁଛି, ଲୋକଙ୍କ ଆଶାର ତାଲିକା ସେତେ ଲମ୍ବିଚାଲିଛି। ଯେତେଦୂର ମନେହୁଏ ଆସନ୍ତା ସପ୍ତାହର ବଜେଟରେ କିଛି ବଡ଼ ଘୋଷଣା କରାଯିବ। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର ଅନେକ ଗାଠନିକ ପରିବର୍ତ୍ତନ ଆଣିପାରନ୍ତି। ଅଭିବୃଦ୍ଧିକୁ ଆଗକୁ ନେବା ଏବେ ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଲେକେ ତ ଆଶା କରୁଛନ୍ତି ଯେ ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କର ଟଙ୍କା ମୁଣି ପୂରା ହୁଗୁଳା କରିଦେବେ, ଯାହାଦ୍ୱାରା ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ। କିନ୍ତୁ ସରକାରଙ୍କ ବିତ୍ତୀୟ ସ୍ଥିତି ଭଲ ନ ଥିବାରୁ ଅର୍ଥମନ୍ତ୍ରୀ କିଭଳି ପଦକ୍ଷେପ ନେବେ ତାହା କହିହେବ ନାହିଁ। ଘରୋଇ କ୍ଷେତ୍ର ବିଶେଷ ବିନିଯୋଗ କରୁ ନ ଥିବାରୁ ଖରାପ ଆର୍ଥିକ ସ୍ଥିତି ଆଳରେ ସରକାର ବଡ଼ ଧରଣର ବ୍ୟୟ କରିବାରୁ ନିବୃତ୍ତ ରହିବା ଉଚିତ ନୁହେଁ। ବିତ୍ତୀୟ ନିଅଣ୍ଟ ଖସୁଥିବା ଦେଖି ସରକାର ବିଚଳିତ ହୋଇପଡ଼ିବା ଅନୁଚିତ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଛଡ଼ା ନିକଟରେ କୌଣସି ବଡ଼ ଧରଣର ନିର୍ବାଚନ ହେବାର ନାହିଁ। ଆସନ୍ତା ଅକ୍ଟୋବରରେ ଯାଇ ବିହାର ବିଧାନସଭା ନିର୍ବାଚନ ହେବ। ଏହି ଦୃଷ୍ଟିରୁ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ କିଛି କଠିନ ନିଷ୍ପତ୍ତି ନେବା ପାଇଁ ଅର୍ଥମନ୍ତ୍ରୀଙ୍କ ପାଖରେ କିଛିଟା ସ୍ବାଧୀନତା ରହିଛି। ଦରଦାମ୍‌ ବୃଦ୍ଧି, ବ୍ୟାପକ ନିଯୁକ୍ତିହୀନତା, ଖାଉଟି ଚାହିଦା ହ୍ରାସ ଏବଂ କୃଷି କ୍ଷେତ୍ରର ଦୁର୍ଗତି ଗ୍ରାମୀଣ ଭାରତର ଦୁର୍ଦ୍ଦଶା ବଢ଼ାଇଦେଇଛି। ଏକ ଜନପ୍ରିୟ ସରକାର ଥିବା ଓଡ଼ିଶା ପରି ରାଜ୍ୟଗୁଡ଼ିକରେ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ଲୋକଙ୍କ କ୍ରୋଧକୁ ଅନେକାଂଶରେ ପ୍ରଶମିତ କରିପାରିଛି। ଗତବର୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାରଙ୍କ କାଳିଆ ଯୋଜନା ଏବଂ ପ୍ରଧାନମନ୍ତ୍ରୀଙ୍କ କିଷାନ ଯୋଜନା ଗରିବ କୃଷକଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣି ଦେଇଥିଲା। ତେବେ ଏଗୁଡ଼ିକ ସାମୟିକ ମଲମ ପରି। ଏହା କୃଷିକ୍ଷେତ୍ରକୁ ଆକ୍ରାନ୍ତ କରୁଥିବା ସଂରଚନାତ୍ମକ ରୋଗର ନିରାକରଣ କରିପାରିବ ନାହିଁ।
ଭାରତର ଅର୍ଥନୈତିକ ଅଭିବୃଦ୍ଧି ରେକର୍ଡ ନିମ୍ନ ସ୍ତରରେ ରହିଥିବା ଏବଂ ବେକାରି ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲୁଥିବା ବେଳେ ଅର୍ଥମନ୍ତ୍ରୀ ନିଶ୍ଚିତ ରୂପେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ କିଛି ପଦକ୍ଷେପ ବିଷୟରେ ଘୋଷଣା କରିବେ। କୃଷକ, ଫଣ୍ଡ୍‌ ମ୍ୟାନେଜର, ନିବେଶକ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବେତନଭୋଗୀ କର୍ମଚାରୀ ପର୍ଯ୍ୟନ୍ତ ଆଶାର ଲମ୍ବା ତାଲିକା ନେଇ ବସିଛନ୍ତି। ବ୍ୟକ୍ତିଗତ ଆୟକରରେ ରିହାତିଠାରୁ ଆରମ୍ଭ କରି କୃଷି ପାଇଁ ଅଧିକ ପାଣ୍ଠି ଯୋଗାଣ ପର୍ଯ୍ୟନ୍ତ ଏବଂ ଗ୍ରାମୀଣ ଗୃହନିର୍ମାଣ, କ୍ଷୁଦ୍ର ବ୍ୟବସାୟଠାରୁ ଆରମ୍ଭ କରି ଇକ୍ୱିଟି ନିବେଶକଙ୍କ ପାଇଁ ଟିକସ ହ୍ରାସ ପର୍ଯ୍ୟନ୍ତ, ବଜାରରେ ସମସ୍ତେ ଅର୍ଥମନ୍ତ୍ରୀଙ୍କଠାରୁ ଅନେକ ବଡ଼ ଘୋଷଣା ଆଶା କରୁଛନ୍ତି। ତା’ହେଲେ ସାଧାରଣ ଲୋକେ କେନ୍ଦ୍ର ବଜେଟରୁ କ’ଣ ଚାହୁଁଛନ୍ତି? ଗ୍ରାମୀଣ ଭାରତ ଚାହୁଁଛି ଗ୍ରାମୀଣ ଭିତ୍ତିଭୂମି ଓ ଗୃହନିର୍ମାଣରେ ପୁଞ୍ଜିନିବେଶ ହେଉ। କୃଷିକ୍ଷେତ୍ର ପାଇଁ ଅଧିକ ପାଣ୍ଠି ଯୋଗାଣ ହେଲେ ନିଶ୍ଚିତ ରୂପେ କୃଷକ ସମ୍ପ୍ରଦାୟ ଖୁସି ହେବେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜୀକରଣ ହେଲେ ସେମାନେ ଗ୍ରାମୀଣ ଭାରତକୁ ଅଧିକ ପାଣ୍ଠି ଯୋଗାଇପାରିବେ। ଅନାଦେୟ ଋଣଗୁଡ଼ିକ ଆଦାୟ କରିବା ପାଇଁ ସରକାର ସଂରଚନାତ୍ମକ ନିୟମ କଡ଼ାକଡ଼ି କରିପାରନ୍ତି। ଗତ ଡିସେମ୍ବର ମାସରେ ଅର୍ଥମନ୍ତ୍ରୀ ୧୦୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ଏହି ଉଚ୍ଚାଭିଳାଷୀ ଯୋଜନା କିପରି କାର୍ଯ୍ୟକାରୀ ହେବ, ସେଥି ନେଇ ବଜେଟରେ ଘୋଷଣା କରାଯାଇପାରେ। ଶକ୍ତି, ରେଳପଥ, ସହରୀ ସୁବିଧା, ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ବିଦ୍ୟୁତୀକରଣ ଏବଂ ରିୟଲ ଇଷ୍ଟେଟ୍‌ ପ୍ରଭୃତିର ଉନ୍ନତି ଉପରେ ଜୋର ଦିଆଯାଇପାରେ।
ବିତ୍ତୀୟ ନିଅଣ୍ଟ ହ୍ରାସ ସରକାରଙ୍କ ଉପରେ ଭାରି ପଡ଼ିପାରେ। ବଜାର ସ୍ଥିତି ଯାହା ସେହି ଦୃଷ୍ଟିରୁ ବିତ୍ତୀୟ ନିଅଣ୍ଟ ଓ ଜିଡିପିର ଅନୁପାତ ୩.୭ରୁ ୩.୮ ଭିତରେ ରହିପାରେ। ରାଜସ୍ବ ଆଦାୟ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ହେଉଥିବାରୁ ତାହାକୁ ଭରଣା କରିବା ପାଇଁ ସରକାର କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବା ପୁଞ୍ଜି ପ୍ରତ୍ୟାହାର ଉପରେ ଗୁରୁତ୍ୱ ଦେଇପାରନ୍ତି। ଆସନ୍ତା ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରିମାସୀରେ ସରକାର ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟ ଶେଷ କରିପାରନ୍ତି। କେତେକ କୃଷିଜାତ ଦ୍ରବ୍ୟର ସର୍ବନମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଓ ସବ୍‌ସିଡି ଘୋଷଣା ବଜାରରେ ଚାହିଦା ବୃଦ୍ଧିରେ ସହାୟକ ହୋଇପାରେ। ବ୍ୟକ୍ତିଗତ ଆୟକର ସ୍ଲାବ୍‌ରେ ହ୍ରାସ ଲାଗି ମଧ୍ୟ ଅର୍ଥମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି, ଯାହା ପରୋକ୍ଷରେ ଖାଉଟି ଚାହିଦା ବୃଦ୍ଧିରେ ସହାୟକ ହେବ।
ଷ୍ଟକ୍‌ ମାର୍କେଟରେ ପୁଞ୍ଜିନିବେଶକୁ ପରିଚାଳନା କରୁଥିବା କେତେକ ନୀତିର ସରଳୀକରଣ କରାଯାଇପାରେ। ବର୍ତ୍ତମାନ ଷ୍ଟକ୍‌ ମାର୍କେଟଗୁଡ଼ିକ ବୁଲିଶ୍‌ ବା ତେଜୀ ଅଛନ୍ତି। ବଜାରକୁ ଅନେକ ବିଦେଶୀ ପୁଞ୍ଜି ଆସୁଛି। କିଛିବର୍ଷ ହେଲା ଭାରତକୁ ଏଫ୍‌ଡିଆଇ (ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି)ର ପ୍ରବାହ ବୃଦ୍ଧି ପାଉଛି। ତେବେ ଏହା ନିଶ୍ଚିତ ହେବ ବୋଲି ସରକାର ଧରିନେବା ଉଚିତ ନୁହେଁ। ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ଚଳିତ ସପ୍ତାହରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ତାକୁ ବେଖାତିର କଲାଭଳି ବ୍ୟବହାର କରାଯିବା ଘଟଣା ବିଶ୍ୱ ନିବେଶକମାନଙ୍କୁ ଏକ ଭୁଲ୍‌ ବାର୍ତ୍ତା ଦେଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଦେଶରେ ସ୍ବଚ୍ଛନ୍ଦ ବ୍ୟବସାୟରେ କିପରି ଉନ୍ନତି ହେବ (ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌) ସେ ବିଷୟରେ ଘୋଷଣା କରିବା ଉଚିତ। ଅଧିକନ୍ତୁ ବର୍ତ୍ତମାନ ଥିବା ଏଫ୍‌ଡିଆଇ ନୀତିରେ କିଛି ପରିବର୍ତ୍ତନ କରାଯାଇପାରେ ଏବଂ ନୂତନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଅନୁମତି ଦେବା ଆବଶ୍ୟକ। ଲୋକଙ୍କର ବଜେଟୀୟ ଆଶା ତାଲିକା ଏହିପରି ଲମ୍ବିପାରେ। ଆମେ ଆଶା କରୁଛୁ ଅର୍ଥମନ୍ତ୍ରୀ କିଛି ବଡ଼ ଘୋଷଣା କରିବେ, ଯାହା ଆମ ଅର୍ଥନୀତିକୁ ପୁଣିଥରେ ଶଗଡ଼ଗୁଳାରେ ପକାଇବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri