Posted inଖେଳ

ଆଜି ସିଓଏ ବୈଠକ: ରାଜ୍ୟ ସଂଘ ନିର୍ବାଚନ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨୬ା୭(ପି.ଟି.)-ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି(ସିଓଏ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସଂଘଗୁଡ଼ିକର ନିର୍ବାଚନ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପଦ ପାଇଁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କ ଆବେଦନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ନିର୍ବାଚନ ଲାଗି ରାଜ୍ୟ ସଂଘଗୁଡ଼ିକ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଁ ବର୍ଦ୍ଧିତ ସମୟସୀମା ଶେଷ ହୋଇଛି। ଜୁଲାଇ ୧ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାକୁ ପ୍ରଥମେ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସିଓଏ ସମୟସୀମା ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ସେହିପରି ରାଜ୍ୟ ସଂଘଗୁଡ଼ିକୁ ସେମାନଙ୍କ ସମ୍ବିଧାନରେ ରହିଥିବା କିଛି ତ୍ରୁଟିକୁ ସୁଧାରିବା ସହ ଲୋଧା କମିଟି ସୁପାରିସ ଅନୁଯାୟୀ ପ୍ରସ୍ତୁତ କରିବାକୁ ସିଓଏ ନିର୍ଦ୍ଦେଶ ଦେଇଥିଲା। ନଚେତ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ନିର୍ଦ୍ଦେଶ ଅନୁଯାୟୀ ସମ୍ବିଧାନ ପଞ୍ଜୀକରଣ କରି ନ ଥିବା ସଂଘଗୁଡ଼ିକୁ ଭୋଟ ଦେବାରୁ ବଞ୍ଚିତ କରାଯିବ ବୋଲି ସିଓଏ ଚେତାବନୀ ଦେଇଥିଲା। ଗତ ମେ’ରେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟ ସଂଘ ନିଜର ନିର୍ବାଚନ ଶେଷ କରିବାକୁ ସିଓଏ ନିର୍ଦ୍ଦେଶ ଦେଇଥିଲା। ସେହିପରି ୩୬ଟି ସଂଘ ମଧ୍ୟରୁ ୨୦ଟି ସଂଘ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହି ସଂଘମାନଙ୍କ ମଧ୍ୟରେ ଦେଶର ଅନ୍ୟତମ ପ୍ରମୁଖ ସଂଘ ମୁମ୍ବାଇ କ୍ରିକେଟ ଆସୋସିଏଶନ ରହିଛି। ତେବେ ଯେଉଁ ସଂଘ ନିୟମାନୁଯାୟୀ କାର୍ଯ୍ୟ ନ କରିବେ ସେ ଭୋଟ ଅଧିକାର ହରାଇବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।
ବୈଠକରେ ଆଲୋଚନା ହେବାକୁ ଥିବା ଅନ୍ୟ ପ୍ରସଙ୍ଗଟି ହେଉଛି ରାଠୋରଙ୍କ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପଦବୀ ସମ୍ପର୍କରେ। ନିକଟରେ ରାଠୋର ଭାରତର ୧୯ ବର୍ଷରୁ କମ୍‌ ଦଳର କୋଚ ଭାବେ ନିଯୁକ୍ତି ପାଇବାରେ ବିଫଳ ହୋଇଥିଲେ। ତାଙ୍କ ସମ୍ପର୍କିୟ ଆଶିଷ କାପୁର ଜାତୀୟ ଜୁନିୟର ଚୟନକର୍ତ୍ତା ରହିଥିବାବେଳେ ରାଠୋରଙ୍କ ନିଯୁକ୍ତି ନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିସ୍ଥିତି ସୃଷ୍ଟି କରିଥିବାରୁ ସେତେବେଳେ ଏହାକୁ ରୋକି ଦିଆଯାଇଥିଲା। କାପୁର ନିଜ ପଦବୀରେ ରହିଥିବାବେଳେ ରାଠୋରଙ୍କ ନିଯୁକ୍ତି ନେଇ ସିଓଏ ବିସିସିଆଇ ଲିଗାଲ ଟିମ୍‌ର ସହାୟତା ନେବାର ସମ୍ଭାବନା ରହିଛି। ତେବେ ରାଠୋରଙ୍କ ଏନ୍‌ସିଏ ଆବେଦନ ଗ୍ରହଣ କରାଯାଇ ନ ପାରେ ବୋଲି ଏହି ବିସିସିଆଇ ଅଧିକାରୀ କହିଛନ୍ତି। ସେହିପରି ଭାରତୀୟ ଦଳର ପରବର୍ତ୍ତୀ କୋଚ୍‌ କିଏ ବାଛିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍‌ ଲକ୍ଷ୍ମଣ ଏକାଧିକ ପଦବୀରେ କାର୍ଯ୍ୟ କରୁଥିବାରୁ ଏହି ଦୁଇଜଣଙ୍କ ସହ ସଚିନ ତେନ୍ଦୁଲକରଙ୍କୁ ନେଇ ଗଠିତ କମିଟି କିମ୍ବା କପିଳ ଦେବଙ୍କ ନେତୃତ୍ୱାଧୀନ ଆଡ୍‌-ହକ୍‌ କମିଟି କୋଚ୍‌ ନିଯୁକ୍ତ କରିବ ସେ ନେଇ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri