Posted inଖେଳ

ଆଜି ସିଓଏ ବୈଠକ: ରାଜ୍ୟ ସଂଘ ନିର୍ବାଚନ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨୬ା୭(ପି.ଟି.)-ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି(ସିଓଏ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସଂଘଗୁଡ଼ିକର ନିର୍ବାଚନ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପଦ ପାଇଁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କ ଆବେଦନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ନିର୍ବାଚନ ଲାଗି ରାଜ୍ୟ ସଂଘଗୁଡ଼ିକ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଁ ବର୍ଦ୍ଧିତ ସମୟସୀମା ଶେଷ ହୋଇଛି। ଜୁଲାଇ ୧ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାକୁ ପ୍ରଥମେ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସିଓଏ ସମୟସୀମା ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ସେହିପରି ରାଜ୍ୟ ସଂଘଗୁଡ଼ିକୁ ସେମାନଙ୍କ ସମ୍ବିଧାନରେ ରହିଥିବା କିଛି ତ୍ରୁଟିକୁ ସୁଧାରିବା ସହ ଲୋଧା କମିଟି ସୁପାରିସ ଅନୁଯାୟୀ ପ୍ରସ୍ତୁତ କରିବାକୁ ସିଓଏ ନିର୍ଦ୍ଦେଶ ଦେଇଥିଲା। ନଚେତ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ନିର୍ଦ୍ଦେଶ ଅନୁଯାୟୀ ସମ୍ବିଧାନ ପଞ୍ଜୀକରଣ କରି ନ ଥିବା ସଂଘଗୁଡ଼ିକୁ ଭୋଟ ଦେବାରୁ ବଞ୍ଚିତ କରାଯିବ ବୋଲି ସିଓଏ ଚେତାବନୀ ଦେଇଥିଲା। ଗତ ମେ’ରେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟ ସଂଘ ନିଜର ନିର୍ବାଚନ ଶେଷ କରିବାକୁ ସିଓଏ ନିର୍ଦ୍ଦେଶ ଦେଇଥିଲା। ସେହିପରି ୩୬ଟି ସଂଘ ମଧ୍ୟରୁ ୨୦ଟି ସଂଘ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହି ସଂଘମାନଙ୍କ ମଧ୍ୟରେ ଦେଶର ଅନ୍ୟତମ ପ୍ରମୁଖ ସଂଘ ମୁମ୍ବାଇ କ୍ରିକେଟ ଆସୋସିଏଶନ ରହିଛି। ତେବେ ଯେଉଁ ସଂଘ ନିୟମାନୁଯାୟୀ କାର୍ଯ୍ୟ ନ କରିବେ ସେ ଭୋଟ ଅଧିକାର ହରାଇବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।
ବୈଠକରେ ଆଲୋଚନା ହେବାକୁ ଥିବା ଅନ୍ୟ ପ୍ରସଙ୍ଗଟି ହେଉଛି ରାଠୋରଙ୍କ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପଦବୀ ସମ୍ପର୍କରେ। ନିକଟରେ ରାଠୋର ଭାରତର ୧୯ ବର୍ଷରୁ କମ୍‌ ଦଳର କୋଚ ଭାବେ ନିଯୁକ୍ତି ପାଇବାରେ ବିଫଳ ହୋଇଥିଲେ। ତାଙ୍କ ସମ୍ପର୍କିୟ ଆଶିଷ କାପୁର ଜାତୀୟ ଜୁନିୟର ଚୟନକର୍ତ୍ତା ରହିଥିବାବେଳେ ରାଠୋରଙ୍କ ନିଯୁକ୍ତି ନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିସ୍ଥିତି ସୃଷ୍ଟି କରିଥିବାରୁ ସେତେବେଳେ ଏହାକୁ ରୋକି ଦିଆଯାଇଥିଲା। କାପୁର ନିଜ ପଦବୀରେ ରହିଥିବାବେଳେ ରାଠୋରଙ୍କ ନିଯୁକ୍ତି ନେଇ ସିଓଏ ବିସିସିଆଇ ଲିଗାଲ ଟିମ୍‌ର ସହାୟତା ନେବାର ସମ୍ଭାବନା ରହିଛି। ତେବେ ରାଠୋରଙ୍କ ଏନ୍‌ସିଏ ଆବେଦନ ଗ୍ରହଣ କରାଯାଇ ନ ପାରେ ବୋଲି ଏହି ବିସିସିଆଇ ଅଧିକାରୀ କହିଛନ୍ତି। ସେହିପରି ଭାରତୀୟ ଦଳର ପରବର୍ତ୍ତୀ କୋଚ୍‌ କିଏ ବାଛିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍‌ ଲକ୍ଷ୍ମଣ ଏକାଧିକ ପଦବୀରେ କାର୍ଯ୍ୟ କରୁଥିବାରୁ ଏହି ଦୁଇଜଣଙ୍କ ସହ ସଚିନ ତେନ୍ଦୁଲକରଙ୍କୁ ନେଇ ଗଠିତ କମିଟି କିମ୍ବା କପିଳ ଦେବଙ୍କ ନେତୃତ୍ୱାଧୀନ ଆଡ୍‌-ହକ୍‌ କମିଟି କୋଚ୍‌ ନିଯୁକ୍ତ କରିବ ସେ ନେଇ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri