ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ

ପୁରୀ ଅଫିସ,୨।୪: ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥପାଇଁଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ ଆସିଥିଲା। ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଟେରା ବନ୍ଧା ଯାଇ ଜେଉଡ଼ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ ଖିରି ଆଦି) ରୋଷରୁ ଆସି ବଲ୍ଲଭ ପିଣ୍ଡିଠାରେ ରଖା ଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ପାଣି ପଡ଼ି ଧୋପଖାଳ ପରେ ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା। ଜେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନା ସମ୍ପର୍କରେ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଜେଉଡ଼ ଫଳ ଖାଇଥାନ୍ତି। ଶ୍ରୀରାମ ନବମୀ ପୂର୍ବଦିନ ଅର୍ଥାତ୍‌ ଅଷ୍ଟମୀରେ ଶ୍ରୀଜଗନ୍ନାଥ କୌଶଲ୍ୟା ରୂପ ଧାରଣ କରି ଜେଉଡ଼ ଭୋଗ ଖାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭରେ ଶ୍ରୀରାମଚନ୍ଦ୍ର ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ତାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା। ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସୃଷ୍ଟି ହେବେ ଶ୍ରୀରାମଚନ୍ଦ୍ର ବୋଲି ଗବେଷକ ଡ. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri