ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ: ମନୋବଳ ଆଗରେ ହାର ମାନିଛି ଅକ୍ଷମତା

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ୩୧ ବର୍ଷୀୟ ମିଥିଲେଶ୍‌ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟ ଜଗତର ଜଣେ ପରିଚିତ ଚେହେରା। ଅନ୍ୟମାନଙ୍କ ଭଳି ଶାରୀରିକ ଓ ମାନସିକଭାବେ ସେ ସାଧାରଣ ନୁହନ୍ତି। ହେଲେ ତାଙ୍କ ପ୍ରତିଭା ଓ ଦୃଢ଼ ମାନସିକତା ଆଜି ତାଙ୍କୁ ଜଣେ ଆଦର୍ଶଭାବେ ଗଢ଼ିତୋଳିଛି। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ଅଦ୍ୟମ ଇଚ୍ଛାଶକ୍ତି ଆଗରେ ଅକ୍ଷମତା ହାର ମାନିଥିବାବେଳେ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ କିଭଳି ଆଗକୁ ବଢ଼ିହୁଏ, ସେ ପ୍ରମାଣିତ କରିଦେଖାଇଛନ୍ତି।
ନୃତ୍ୟ ପ୍ରତି ରହିଛି ତାଙ୍କର ପ୍ରଗାଢ଼ ନିଶା। ଦେଶ, ବିଦେଶର ମଞ୍ଚରେ ନୃତ୍ୟ ପରିବେଷଣ କରି ନିଜକୁ ଜଣେ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଭାବେ ପରିଚିତ କରାଇଛନ୍ତି। ଭୁବନେଶ୍ୱରର ଶୁଭ୍ରାଂଶୁ ପଟ୍ଟନାୟକ ଓ ମିନତି ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ମିଥିଲେଶ୍‌ ଜନ୍ମରୁ ମାନସିକ ସ୍ତରରେ ଭିନ୍ନକ୍ଷମ। ପିଲାବେଳୁ ରୋଗ ସମ୍ପର୍କରେ ଜଣାପଡ଼ିଥିଲେ ମଧ୍ୟ ତାହାର କୌଣସି ଚିକିତ୍ସା ସମ୍ଭବ ହୋଇପାରି ନ ଥିଲା। ଘରେ ହିଁ ବିଭିନ୍ନ ଶିକ୍ଷାଦେଇ ମିଥିଲେଶଙ୍କୁ ଭଲ କରିହେବ ବୋଲି ଡାକ୍ତର କହିବା ପରେ ଏକମାତ୍ର ପୁଅକୁ ଭଲ ମଣିଷଭାବେ ଗଢ଼ି ତୋଳିବାକୁ ଲାଗିପଡ଼ିଥିଲେ ମା’ ମିନତି। ଅନ୍ୟ ପିଲାଙ୍କ ଭଳି ସେ କୌଣସି ସ୍କୁଲ କିମ୍ବା କଲେଜରେ ପାଠ ପଢ଼ି ନ ଥିଲେ। ହେଲେ ନୃତ୍ୟ, ସଙ୍ଗୀତ ଭଳି ଅନ୍ୟାନ୍ୟ କ୍ଷେତ୍ରରେ କିନ୍ତୁ ସେ ଅନ୍ୟମାନଙ୍କଠାରୁ ବେଶ୍‌ ଆଗୁଆ ଥିଲେ। ପିଲାବେଳୁ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଆଗ୍ରହ ରହିଥିବା ଦେଖି ଘରଲୋକ ତାଙ୍କୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସହଦେବ ପାଢ଼ୀଙ୍କ ନିକଟକୁ ନୃତ୍ୟ ଶିଖିବାକୁ ପଠାଇଥିଲେ। ବାସ୍‌ ତା’ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ ମିଥିଲେଶ୍‌। ଚଣ୍ଡୀଗଡ଼ସ୍ଥିତ ପ୍ରାଚୀନ କଳାକେନ୍ଦ୍ରରୁ ସଙ୍ଗୀତ ବିଶାରଦ ପ୍ରଥମଖଣ୍ଡ କରିବାପରେ ଓଡ଼ିଶୀ ନୃତ୍ୟ କରି ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ। କେବଳ ଏତିକି ନୁହେଁ, ନୃତ୍ୟ ପାଇଁ ସେ ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ କଲ୍‌ଚରାଲ୍‌ ରିସୋର୍ସ ଆଣ୍ଡ୍‌ ଟ୍ରେନିଂ ପକ୍ଷରୁ ୨୦୦୧ରେ ନ୍ୟାଶନାଲ ସ୍କଲାରଶିପ୍‌ ଆୱାର୍ଡ ମଧ୍ୟ ପାଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୦୨ରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବ ‘କ୍ଷମତା’ରେ ମିଥିଲେଶ୍‌ ଏକକ ଓ ଦଳଗତ ନୃତ୍ୟ ପରିବେଷଣ କରି ‘କ୍ଷମତା’ ପୁରସ୍କାର ହାସଲ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ସେ ପ୍ରଶଂସିତ ହୋଇଛନ୍ତି। ସାଧାରଣଭାବେ ତାଙ୍କ ମାନସିକ ବିକାଶ ହୋଇ ନ ଥିଲେ ବି ନୃତ୍ୟ କଲାବେଳେ ତାଙ୍କୁ ଦେଖିଲେ ଏହା ଯେ କେହି ଅନୁମାନ କରିପାରିବେ ନାହିଁ। ପିଲାବେଳେ ଟିଭି ଆଗରେ ନାଚୁଥିବା ଏହି ଦିବ୍ୟାଙ୍ଗ ପ୍ରତିଭା ଯେ ଦିନେ ବାପା, ମା’ଙ୍କୁ ଏଭଳି ଗର୍ବିତ କରିବ ତାହା କେହି ଚିନ୍ତା କରି ନ ଥିଲେ। ନିଜେ ନୃତ୍ୟଶିକ୍ଷା କରିବା ସହ ଏବେ ସେ ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲରେ ନୃତ୍ୟ ଶିକ୍ଷକଭାବେ କାର୍ଯ୍ୟରତ। ‘ନାଟ୍ୟ’ ନାମକ ଅନୁଷ୍ଠାନ କରି ଦିବ୍ୟାଙ୍ଗମାନଙ୍କୁ ସେ ନୃତ୍ୟ ଶିକ୍ଷା ଦେଉଛନ୍ତି। କେବଳ ଏତିକି ନୁହେଁ, ମିଥିଲେଶ୍‌ ଏବେ ମା’ ମିନତି ପଟ୍ଟନାୟକଙ୍କୁ ମଧ୍ୟ ନୃତ୍ୟ ଶିଖାଉଥିବା ବାପା ଶୁଭ୍ରାଂଶୁ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri