Posted inଖେଳ

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ ବୟସ୍କ କ୍ରିକେଟର ଭାବରେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ଡେବ୍ୟୁ କରିବାର କିଛି ମ୍ୟାଚ ପରେ ଜିମ୍ବାୱେ ଗସ୍ତରେ ବୈଭବ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହାଫଳରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାରେ ସବୁଠାରୁ କମ ବୟସ୍କ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ବୈଭବ ଅତି ଅଳ୍ପ ବୟସରେ ବେଶ ଚର୍ଚ୍ଚାକୁ ଆସିଛନ୍ତି।

ଏହା ପୂର୍ବରୁ ଭାରତୀୟ କ୍ରିକେଟରେ ଏପରି କିଛି ଖେଳାଳି ଆସିଥିଲେ, ଯେଉଁମାନେ କମ ବୟସରେ ଖ୍ୟାତି ଅର୍ଜନ କରିଥିଲେ ଏବଂ ପରେ ହଠାତ୍‌ ସେମାନଙ୍କ କ୍ୟାରିୟରରେ ଏକ ବଡ଼ ଅଧଃପତନ (Downfall) ଦେଖିବାକୁ ମିିଳିଥିଲା। ଏହି ତାଲିକାରେ ସଚିନ ତେନ୍ଦୁଲକରଙ୍କ ସହିତ ଖେଳିଥିବା ବିନୋଦ କାମ୍ବଲି ଏବଂ ବର୍ତ୍ତମାନର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସାମିଲ ଅଛନ୍ତି।

ବିନୋଦ କାମ୍ବଲି: ଆରମ୍ଭରେ କାମ୍ବଲିଙ୍କୁ ପ୍ରାୟତଃ ସଚିନଙ୍କଠାରୁ ଅଧିକ ପ୍ରତିଭାବାନ ବ୍ୟାଟ୍ସମ୍ୟାନ ବୋଲି କୁହାଯାଉଥିଲା। କିନ୍ତୁ ସମୟ ଗଡ଼ିବା ସହିତ ସଚିନ ନିଜର ନିରନ୍ତରତା ବଜାୟ ରଖି ଖେଳିଚାଲିଲେ। ଅନ୍ୟପକ୍ଷରେ, କାମ୍ବଲି ବିଭିନ୍ନ ଅନ୍ୟାନ୍ୟ ଜିନିଷରେ ଜଡ଼ିଗଲେ, ଯାହା ତାଙ୍କ କ୍ୟାରିୟର ଉପରେ ଏକ ବଡ଼ ନକାତ୍ମକ ପ୍ରଭାବ ପକାଇଲା ଏବଂ ସମୟ ପୂର୍ବରୁ ସେ କ୍ରିକେଟ ଦୁନିଆରୁ ହଜିଗଲେ।

ପୃଥ୍ବୀ ଶ’: ସେହିପରି ୧୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ଥ କରିଥିବା ପୃଥ୍ବୀ ଶ’ଙ୍କଠାରେ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ଦିଗ୍ଗଜ ବ୍ୟାଟ୍ସମ୍ୟାନଙ୍କୁ ଝଲକ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଥିଲା। କିନ୍ତୁ ଶ’ ମଧ୍ୟ ନିଜର ପ୍ରଦର୍ଶନରେ ନିରନ୍ତର ରହିପାରିଲେ ନାହିଁ। ସମୟ ସହିତ ସେ ମଧ୍ୟ ବିଭିନ୍ନ ବିବାଦ ଏବଂ ଅନ୍ୟାନ୍ୟ ଜିନିଷରେ ଫସିଗଲେ ଏବଂ କ୍ରିକେଟରୁ ଧୀରେ ଧୀରେ ଦୂରେଇଗଲେ।

ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ତା ବୈଭବ ସୂର୍ଯ୍ୟବଂଶୀଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଏହିପରି ସମାନ ଚିନ୍ତା ପ୍ରକାଶ କରିଛନ୍ତି। ଯୁବ ଅବସ୍ଥାରେ ଏତେ ଶୀଘ୍ର ସଫଳତା ପାଇବା ପରେ ଖେଳାଳିମାନେ କିପରି ସଠିକ ମାର୍ଗରେ ରହିବା ଆବଶ୍ୟକ, ସେନେଇ ସେ ସତର୍କ କରାଇଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?