ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର ଜଣେ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ଥିତ ଜଗନ୍ନାଥ ନଗର ଜିଜିପି କଲୋନୀ( ମଂଚେଶ୍ୱର)ର ଚିନ୍ମୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ର ଗତ ୨୦୨୩ ଡିସେମ୍ବର ୮ ତାରିଖ ଦିନ ଦେବଗଡ ପୌରାଂଚଳ ଶାସନ ସାହିର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲି ପାଣିଗ୍ରାହୀଙ୍କୁ ହିନ୍ଦୁ ରୀତିନୀତି ସହିତ ବିବାହ କରିଥିଲେ । ବିବାହ ସମୟରେ ସୋନାଲୀଙ୍କ ପରିବାର ଲୋକେ ସାମର୍ଥ୍ୟ ଅନୁଯାୟୀ ଘରକରଣା ସାମଗ୍ରୀ ସହିତ ୧୦୭ ଗ୍ରାମର ସୁନା ଅଳଙ୍କାର ପ୍ରଦାନ କରିଥିଲେ । ବିବାହ ପରେ ୨୦୨୪ ମାର୍ଚ୍ଚ ମାସ ୮ ତାରିଖ ସ୍ବାମୀ- ସ୍ତ୍ରୀ(ସବ୍ୟସାଚୀ ଓ ସୋନାଲି) ଗୋଆ ବୁଲିବାକୁ ଯାଇଥିଲେ । ତେବେ ଏହା ପୂର୍ବରୁ ସୋନାଲୀଙ୍କ ଶାଶୂ(ସବ୍ୟସାଚୀଙ୍କ ମା’) ଗୋଆ ଯିବା ସମୟରେ ସୁନା ଅଳଙ୍କାର ନେବାକୁ ମନା କରିବା ସହ ଲକରରେ ରଖିଦେବାକୁ କହି ସୁନା ଅଳଙ୍କାର ଗୁଡିକୁ ମାଗି ନେଇଥିଲେ । ସବ୍ୟସାଚୀ ଓ ସୋନାଲି ଗୋଆରୁ ଫେରିବା ପରେ ସୋନାଲିଙ୍କ ଶାଶୂ ଓ ଶ୍ୱଶୁର ବାପଘରୁ ଅଧିକ ସୁନା ଓ ଟଙ୍କା ଆଣିବାକୁ କହି ନାନା ମାନସିକ ନିର୍ଯାତନା ଦେଇଥିଲେ । ଅନ୍ୟପକ୍ଷରେ ସ୍ବାମୀ ସବ୍ୟସାଚୀ ନିଶା (ଡ୍ରଗ୍ସ)ଖାଉଥିବା ଜାଣିବାକୁ ପାଇ ସୋନାଲି ଶ୍ୱଶୁର(ସବ୍ୟସାଚୀଙ୍କ ପିତା)ଙ୍କୁ ଜଣାଇବାରୁ ସବ୍ୟସାଚୀ ତାଙ୍କୁ କୋଠରୀ ଭିତରେ ପୁରାଇ ପ୍ରବଳ ମାଡ ମାରିଥିଲେ ହେଁ କେହି ମନା କରିନଥିଲେ । ୨୦୨୪ ଏପ୍ରିଲ ୧୮ ତାରିଖ ଦିନ ସୋନାଲିଙ୍କୁ ତାଙ୍କ ଶ୍ୱଶୁର ‘ତୁମେ ତୁମ ସ୍ବାମୀଙ୍କ ସହିତ ରହିଲେ ସେ ଆଉ ଖରାପ ବାଟରେ ଯିବନାହିଁ ’ବୋଲି କହିବାସହ ପୁଅ ସବ୍ୟଚାସୀ ଅନୁଗୋଳରେ ଏକ ଘର ଦେଖିଥିବା ଦର୍ଶାଇ ବାପା(ସୋନାଲିଙ୍କ ବାବା)ଙ୍କୁ କହି ଉକ୍ତ ଘରଟି କିଣିଦେବାକୁ ପରାମର୍ଶ ଦେଇଥିଲେ । ସୋନାଲି ଏକଥା ତାଙ୍କ ଭାଇଙ୍କୁ ଜଣାଇବାରୁ ଏଥିରେ ସେ ରାଜି ହେବାସହ ସୋନାଲିଙ୍କ ନାମରେ ଉକ୍ତ ଘରଟି କିଣିବାକୁ ଆବଶ୍ୟକ କାଗଜପତ୍ର ପଠାଇବାକୁ କହିଥିଲେ । ଏକଥା ଶୁଣି ସବ୍ୟସାଚୀ(ସୋନାଲିଙ୍କ ସ୍ବାମୀ)ରାଗିଯିବା ସହ ତାଙ୍କ ମା’(ସବ୍ୟସାଚୀଙ୍କ ମା’)ଙ୍କ ନାମରେ କିଣିବାକୁ ପରାମର୍ଶ ଦେବାସହ ଏହା ନହେଲେ ସେ ସୋନାଲିଙ୍କୁ ରଖିବେ ନାହିଁ ବୋଲି କହିଥିଲେ । ସୋନାଲିଙ୍କ ବଡଭାଇ ଗତ ୨୦ ୨୪ ଅଗଷ୍ଟ ମାସ ୧୯ ତାରିଖରେ ଉଭୟ (ସୋନାଲି ଓ ସବ୍ୟସାଚୀ)ଙ୍କୁ ଫୋନ ଯୋଗେ ଦେବଗଡ ଆସିବାକୁ କହିଥିଲେ ଏବଂ ଏହାପର ଦିନ ଅର୍ଥାତ ୨୦ ତାରିଖ ଦିନ ଉଭୟେ ଦେବଗଡ ଆସିଥିଲେ । ସୋନାଲି ଓ ସବ୍ୟସାଚୀ ସେହିଦିନ ସୋନାଲିଙ୍କ ବାପ ଘରେ ଥିବା ସମୟରେ ସୋନାଲିଙ୍କ ବଡଭାଇ ଆଲୋକ ଭଉଣୀ ସୋନାଲି ନାମରେ ଉକ୍ତ ଘରଟି କିଣିବାକୁ ସବ୍ୟସାଚୀଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସବ୍ୟସାଚୀ କିଛି ନକହି ଚୁପ ରହିଥିଲେ । ଆଲୋକ ଖାଇବାକୁ ଯାଇଥିବା ସମୟରେ ସବ୍ୟସାଚୀ ସୋନାଲୀଙ୍କୁ ଉପରେ ରାଗିଯାଇ ତାଙ୍କ( ସବ୍ୟସାଚୀଙ୍କ) ମା’ଙ୍କ ନାମରେ କିଣିବାକୁ କାହିଁକି ଭାଇଙ୍କୁ କହୁନାହୁ ବୋଲି ପଚାରିଥିଲେ । ସୋନାଲି ଏଥିରେ ରାଜି ନହେବାରୁ ସବ୍ୟସାଚୀ ତାଙ୍କୁ ଲାତ ମାରିବାସହ ହତ୍ୟା ଧମକ ଦେଇଥିଲେ । ଏପରିକି ସୋନାଲିଙ୍କର ତଂଟିଚିପି ହତ୍ୟା ଉଦ୍ୟମ କରିବାରୁ ସୋନାଲି ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କର ଚେତା ଫେରିବା ପରେ ସେ ଡାକ୍ତରଖାନାରେ ଥିବା ଏବଂ ତାଙ୍କ ଭାଇ ଓ ଡ୍ରାଇଭର ତାଙ୍କୁ ଉଦ୍ଧାର କରିଥିବା ଜାଣିବାକୁ ପାଇଥିଲେ । ସେହିପରି ସବ୍ୟସାଚୀ ତାଙ୍କୁ ଛାଡି ତାଙ୍କ ଘରକୁ ଚାଲିଯାଇଥିଲେ । ଏହା ପରଠାରେ ସୋନାଲିଙ୍କ ବାପା ଓ ମା’ ଅନେକ ବାର ସବ୍ୟସାଚୀଙ୍କ ଘରକୁ ଯାଇ ଯୋଗାଯୋଗ କରିବାରୁ ସବ୍ୟସାଚୀଙ୍କ ପରିବାର ଲୋକେ କଥାବାର୍ତ୍ତା କରିବୁ ଓ ସୋନାଲିଙ୍କୁ ନେଇ ଆସିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପ୍ରତିଶ୍ରୁତି ପାଳନ କରିନଥିଲେ । ଗତ ଏପ୍ରିଲ ୧୧ ତାରିଖରେ ସେମାନେ ଅନୁଗୋଳ ଯାଇ ସବ୍ୟସାଚୀଙ୍କୁ ସାକ୍ଷାତ କରିବାରୁ ସେ କୌଣସି ସମାଧାନ ନାହିଁ ବୋଲି ଉତ୍ତରଦେବା ସହିତ ଆଗ ଜାଗା କିଣିଦିଅ । ତା’ ପରେ ଯାଇ ଆଣିବା କଥା ବିଚାର କରାଯିବ ବୋଲି ଉତ୍ତର ଦେଇଥିଲେ । ଫଳରେ ସୋନାଲି ବାଧ୍ୟ ହୋଇ ଗତ ଏପ୍ରିଲ ୧୩ ତାରିଖରେ ଦେବଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଦେବଗଡ ଥାନା ପୋଲିସ କେସ୍‌ ନଂ-୧୯୫/୨୬, ବିଏନଏସ୍ର ଦଫା-୮ ୫/୨୯୬/୧୧୫(୨)୧୦୯(୧) /୩୫୧(୩)/୩ ରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଲାଇଥିଲା । ଅଭିଯୁକ୍ତ ସବ୍ୟସାଚୀଙ୍କୁ ଅନୁଗୋଳରୁ ଗିରଫ କରିବାପରେ କୋର୍ଟଚାଲାଣ କରିଥିବା ଜଣାପଡିଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri