Posted inଖେଳ

ଆଇସିସି ବିଶ୍ୱକପ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ

କାର୍ଡିଫ,୧୫।୬(ପି.ଟି.)-ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖିନଥିବା ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ବିଶ୍ୱକପ୍‌ର ୨୧ତମ ମ୍ୟାଚ ଜିତି ଉଭୟ ଦଳ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ଟୁର୍ନାମେଣ୍ଟରେ ଉଭୟ ଦଳ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଉଭୟ ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛନ୍ତି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଏପର୍ଯନ୍ତ ୪ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଗୋଟିଏ ହେଲେ ବିଜୟ ହାସଲ କରିପାରିନାହିଁ। ପ୍ରଥମ ୩ଟି ମ୍ୟାଚ୍‌ରେ ପରାସ୍ତ ହେବା ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଫଳରେ ପଏଣ୍ଟ ଭାଗ ହୋଇଥିଲା ଓ ଦକ୍ଷିଣ ଆଫ୍ରିକାକୁ ୧ ପଏଣ୍ଟ ମିଳିଥିଲା। ତେଣୁ ୧ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ନବମ ସ୍ଥାନରେ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ, ବାଂଲାଦେଶ ଓ ଭାରତଠାରୁ ପରାସ୍ତ ହୋଇଥିଲା।
ଅପରପକ୍ଷରେ ଆଫଗାନିସ୍ତାନ ମଧ୍ୟ ସମଦଶା ଭୋଗିଛି। ଆଫଗାନିସ୍ତାନ ତା’ର ୩ଟି ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ କିନ୍ତୁ ଆଫଗାନିସ୍ତାନ ଜବରଦସ୍ତ ପ୍ରଦର୍ଶନ କରିଥିଲା ଓ ଅଳ୍ପକେ ବିଜୟ ହାତଛଡ଼ା କରିଥିଲା। ଦକ୍ଷିଣ ଆଫ୍ରିକ ପଛ ରେକର୍ଡକୁ ନ ଦେଖି ଆଫଗାନିସ୍ତାନକୁ ବେଶ୍‌ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି। ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ନେଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ। ଯଦିଓ କେତୋଟି ଆଘାତ ସମସ୍ୟା ରହିଛି। ବ୍ୟାଟ୍ସମ୍ୟାନମାନେ ବେଶ୍‌ ସଂଘର୍ଷ କରୁଥିବା ଦେଖାଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୯ ରନରେ ୨ ଉଇକେଟ ହରାଇଥିଲା। ଅବଶ୍ୟ ଏହି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଅଭିଜ୍ଞ ହାସିମ ଅମଲା ଏବେ ଖରାପ୍‌ ଫର୍ମ ଦେଇ ଗତି କରୁଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ଅଧିନାୟକ ଫାଫ୍‌ ଡୁପ୍ଲେସି ଓ କ୍ୱିଣ୍ଟନ ଡି କକ୍‌ଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ଏହି ଦୁଇଜଣ ସଫଳ ହେଲେ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର ହାସଲ କରିପାରିବ।
ଆଫଗାନିସ୍ତାନ ପାଇଁ ବ୍ୟାଟିଂ ଦୁର୍ବଳତା ଚିନ୍ତା ସୃଷ୍ଟି କରିଛି। ପୁଣି ଫିଟ୍‌ନେସ କାରଣରୁ ମହମ୍ମଦ ସାହଜାଦ ସ୍ବଦେଶ ଫେରିଛନ୍ତି। କାଗିସୋ ରାବାଡ଼ା ଓ ଇମ୍ରାନ ତାହିରଙ୍କ ଭଳି ଦ୍ରୁତ ଓ ସ୍ପିନ ବୋଲରଙ୍କୁ ସାମନା କରିବା ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି। ତାରକା ଲେଗ୍‌ ସ୍ପିନର ରସିଦ ଖାଁ ପୁଣି ଥରେ କମାଲ କରିବେ ବୋଲି ଆଶା କରାଯାଉଛି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଏଡେନ ମାରକ୍ରାମ, କ୍ୱିଣ୍ଟନ ଡିକକ୍‌, ହାସିମ ଅମଲା, ରାସି ଭାନ ଡେର ଡୁସେନ, ଡେଭିଡ ମିଲର, କ୍ରିସ୍‌ ମୋରିସ୍‌, ଆଣ୍ଡିଲ ଫେଲୁକ୍ୱାୟୋ, ଜେ.ପି. ଡୁମିନି, ଡ୍ବେନ ପ୍ରିଟୋରିୟସ, ବେଉରନ ଡେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି, ଇମ୍ରାନ ତାହିର ଓ ତାବ୍ରେଜ ଶାମ୍‌ସି।
ଆଫଗାନିସ୍ତାନ: ଗୁଲବଦିନ ନାଇବ (ଅଧିନାୟକ), ନୁର ଅଲି ଜଡ୍ରାନ, ହଜରତୁଲ୍ଲା ଜାଜାଇ, ରହମତ ଶାହ, ଅସଘର ଆଫଗାନ, ହଶମାତୁଲ୍ଲା ଶହିଦି, ନାଜିବୁଲ୍ଲା ଜଡ୍ରାନ, ସମିଉଲ୍ଲା ଶିନଓ୍ବାରି, ମହମ୍ମଦ ନବୀ, ରସିଦ ଖାଁ, ଦଲତ ଜଡ୍ରାନ, ଅଫତାବ ଅଲମ, ହାମିଦ ହାସନ, ମୁଜିବ ଉର ରହମାନ ଓ ଇକରାମ ଅଲି ଖିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri