Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଓ୍ବେଷ୍ଟଇଣ୍ଡିଜ ମୁକାବିଲା: ଆର୍ଚର ବନାମ ଗେଲ୍‌

ସାଉଥାମ୍ପଟନ,୧୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପ୍ରଶଂସକମାନେ ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ଓପନ କ୍ରିସ୍‌ ଗେଲ୍‌ ଓ ବାର୍ବାଡୋସ ଜନ୍ମିତ ଯୁବ ପେସ୍‌ ସେନସେଶନ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ପାଇବେ। ଗତ ଫେବୃୟାରୀରେ ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲା। ଏହି ସିରିଜ ୨-୨ରେ ଅମୀମାଂସିତ ରହିଥିଲା। ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଏହି ସିରିଜରେ ଗେଲ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୪ଟି ଇନିଂସରୁ ଗେଲ ୪୨୪ ରନ ସଂଗ୍ରହ କରିଥିଲେ। ଏଥିରେ ସେ ରେକର୍ଡ ୩୯ଟି ଛକା ମାରିଥିଲେ। ଗେଲ ଏବେ ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ବିପଦ ସୃଷ୍ଟି କରିବେ। ଆର୍ଚର ଦଳରେ ସାମିଲ ହେବା ପରେ ଇଂଲଣ୍ଡ ବୋଲିଂ ବିଭାଗ ଆହୁରି ଦୃଢ ହୋଇଛି। ଜୋଫ୍ରା ଦମ୍‌ଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗେଲ ସହିତ ତାଙ୍କର ମୁକାବିଲା ଦୃଷ୍ଟାନ୍ତମୂଳକ ହେବ ଓ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।
ଆର୍ଚର କାରିବିୟାନରେ ଜୁନିୟର କ୍ରିକେଟ ଖେଳିଥିଲେ। ତେବେ ଗତ ଏପ୍ରିଲରେ ସେ ଇଂଲଣ୍ଡ ପାଇଁ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ୨୪ ବର୍ଷୀୟ ଏହି ଦ୍ରୁତ ବୋଲର ଓ୍ବେଷ୍ଟଇଣ୍ଡିଜକୁ କଡ଼ା ଚ୍ୟାଲେଞ୍ଜ୍‌ ଦେବେ। ବାର୍ବାଡୋସରେ ଜନ୍ମଗ୍ରହଣ କରିଥିବାରୁ ଆମେ ଆର୍ଚରଙ୍କୁ ଭଲଭାବେ ଜାଣୁ ବୋଲି ଓ୍ବେଷ୍ଟଇଣ୍ଡିଜ କୋଚ ଫ୍ଲଏଡ ରେଇପର କହିଛନ୍ତି। ୧୫,୧୭ ଓ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳି ସେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ତେଣୁ ସେ ଆମ ପାଇଁ ଆଦୌ ନୂଆ ନୁହଁ। ଦ୍ରୁତ ଗତିରେ ସେ ବଲ୍‌ ପକାଇଥାନ୍ତି। ତେଣୁ ତାଙ୍କୁ ନେଇ ଆମେ ଆଦୌ ବ୍ୟସ୍ତ ନୋହୁଁ। ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ଆମେ ପ୍ରସ୍ତୁତ। ଓ୍ବେଷ୍ଟଇଣ୍ଡିଜ ଦଳରେ ମଧ୍ୟ କେତେକ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ରହିଛନ୍ତି।
ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଗତ ସୋମବାର ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଆଣ୍ଠୁରେ ପୁରୁଣା ଆଘାତ ସମସ୍ୟା ରହିଛି। ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ସେ ଫିଟ୍‌ ହୋଇ ଏହି ମ୍ୟାଚ୍‌ରେ ଖେଳିବେ କି ନା ତାହା ଦେଖିବାକୁ ବାକି ରହିଲା। ଇଂଲଣ୍ଡର ମଧ୍ୟ ଆଘାତ ସମସ୍ୟା ରହିଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଜୋଶ ବଟଲର ଡାହାଣ କମରରେ ଆଘାତ ପାଇଥିଲେ। ତେବେ ସେ ଏହି ମ୍ୟାଚ୍‌ରେ ଖେଳିବେ ବୋଲି ଇଂଲଣ୍ଡ କୋଚ୍‌ ଟ୍ରେଭର ବେଲିସ୍‌ କହିଛନ୍ତି। ଇଂଲଣ୍ଡର ଅସ୍ଥିର ପାଣିପାଗ ଏବେ ଆଇସିସି ପାଇଁ ଚିନ୍ତା ସୃଷ୍ଟି କରିଛି। ଇତିମଧ୍ୟରେ ବିଶ୍ୱକପ୍‌ର କେତୋଟି ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି ଓ ବାତିଲ ମଧ୍ୟ ହୋଇଛି। ଏପରି ହେଲେ ବିଶ୍ୱକପ୍‌ ତା’ର ଆକର୍ଷଣ ହରାଇବ। ତେବେ ଏହି ମ୍ୟାଚ୍‌ରେ ବର୍ଷା ସେତେଟା ବାଧାସୃଷ୍ଟି କରିବ ନାହିଁ ବୋଲି ଆଶା କରାଯାଉଛି।
ଏପର୍ଯ୍ୟନ୍ତ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟବରଣ କରିଛି। ୪ ପଏଣ୍ଟ ହାସଲ କରି ଇଂଲଣ୍ଡ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୩ଟି ମ୍ୟାଚ୍‌ ଖେଳି ଗୋଟଏ ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନାଫଳାଫଳ ସହ ୩ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର,ଟମ୍‌ କୁରାନ, ଲିଅମ୍‌ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।
ଓ୍ବେଷ୍ଟଇଣ୍ଡିଜ୍‌ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ୍‌, ଡାରେନ ବ୍ରାଭୋ, ଶେଲଡନ କଟ୍ରେଲ, ସାନନ ଗାବ୍ରିଏଲ, କ୍ରିସ୍‌ ଗେଲ୍‌, ଶିମରନ ହେଟମେୟର, ସାଇ ହୋପ, ଏଭିନ ଲୁଇସ୍‌, ଆସଲେ ନର୍ସ, ନିକୋଲାସ ପୁରାନ, କେମର ରୋଚ, ଆନ୍ଦ୍ରେ ରସେଲ ଓ ଓଶେନ ଥୋମାସ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ଶେଷରେ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୫।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

ନୂଆଦିଲ୍ଲୀ,୨୫।୭: କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବା ପାଇଁ ଆହ୍ୱାନ ଦେଇଛି। ପାର୍ଟିର ସୂଚନା…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri