ଆଇସିସି ବିଶ୍ୱକପ୍‌: ଆଫଗାନିସ୍ତାନ- ଓ୍ବେଷ୍ଟଇଣ୍ଡିଜ ସମ୍ମାନ ଲଢ଼େଇ

ଲିଡ୍ସ,୪।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦୁଇ ଦଳ ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ସେମାନଙ୍କ ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପରସ୍ପରକୁ ଭେଟିବେ। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ଏହି ୪୨ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ମନସ୍ତାତ୍ତ୍ୱିକ ଭାବେ ଆଗରେ ଥିବା ଭଳି ମନେହେଉଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ଟେବୁଲର ଦଶମ ତଥା ଅନ୍ତିମ ସ୍ଥାନରେ ରହିଛି। ସେହିପରି ଓ୍ବେଷ୍ଟଇଣ୍ଡିଜ ୮ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୬ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନରେ ରହିଛି।
ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଆଫଗାନିସ୍ତାନ ପ୍ରଥମ ବିଜୟ ହାସଲ କରି ସାନ୍ତ୍ୱନାମୂଳକ ବିଜୟ ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି। ଗତବର୍ଷ ହରାରେଠାରେ ଆଫଗାନିସ୍ତାନ ତାରକା ଖଚିତ ଓ୍ବେଷ୍ଟଇଣ୍ଡିଜକୁ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଦୁଇଥର ପରାସ୍ତ କରିଛି। ସେତେବେଳେ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌, କାର୍ଲୋସ ବ୍ରାଥଓ୍ବେଟ୍‌ ଓ ସାଇ ହୋପଙ୍କ ଭଳି ତାରକା ଖେଳୁଥିଲେ। ଟୁର୍ନାମେଣ୍ଟରେ ସବୁ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆଫଗାନିସ୍ତାନ ଏକାଧିକ ଶକ୍ତିଶାଳୀ ଦଳକୁ ପାଣି ପିଆଇଛି। ତେଣୁ ଓ୍ବେଷ୍ଟଇଣ୍ଡିଜ ଶକ୍ତିଶାଳୀ ମନେହେଉଥିଲେ ମଧ୍ୟ ଆଫଗାନିସ୍ତାନ ବାଜି ମାରିବା ଲକ୍ଷ୍ୟରେ ରହିଛି। ଆଗଭଳି ଆଫଗାନିସ୍ତାନ ଏକ ଦୁର୍ବଳ ଦଳ ହୋଇ ରହିନାହିଁ। ଏହି ଦଳ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ହେଭିଓ୍ବେଟ୍‌ ଦଳଗୁଡିକୁ ସମସ୍ୟାରେ ପକାଇଛି। ଆଫଗାନିସ୍ତାନ ବିପକ୍ଷରେ ଏହି ୩ ଦଳ ବେଶ୍‌ ସଂଘର୍ଷ କରିବାର ଦେଖାଯାଇଛି। ମହମ୍ମଦ ନବୀ, ମୁଜିବ ଉର ରହମାନ ଓ ରସିଦ ଖଁାଙ୍କ ଭଳି ସ୍ପିନର ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ।
ତୃତୀୟଥର ପାଇଁ ଟୁର୍ନାମେଣ୍ଟରେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ବିଜୟର ନିକଟଥର ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲା। ଏହାପୂର୍ବରୁ ଅଷ୍ଟେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦଳ ବିପକ୍ଷରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ଅଳ୍ପକେ ବିଜୟ ହାତଛଡ଼ା କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ କାର୍ଲୋସ ବ୍ରାଥଓ୍ବେଟ୍‌ ଧୂଆଁଧାର ବ୍ୟାଟିଂ କରି ଶତକ ହାସଲ କରିବା ପରେ ବିଜୟସୂଚକ ଛକା ମାରିବାକୁ ଯାଇ ବାଉଣ୍ଡାରିରେ ଧରା ପଡିଥିଲେ। ବିଜୟର ନିକତର ହୋଇ କେତୋଟି ମ୍ୟାଚ୍‌ରେ ଆମେ ପରାସ୍ତ ହୋଇଛୁ ଓ ଏହା ନୈରାଶ୍ୟଜନକ ଥିଲା ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ୧୯୭୫ ଓ ୧୯୭୯ରେ ବିଶ୍ୱକପ୍‌ ଟାଇଟଲ ଜିତିଥିତ୍ବା ଓ୍ବେଷ୍ଟଇଣ୍ଡିଜ୍‌ ପାକିସ୍ତାନକୁ ତା’ର ପ୍ରଥମ ମ୍ୟାଚ୍‌ରେ ୭ ଉଇକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଓ୍ବେଷ୍ଟଇଣ୍ଡିଜ ଗୋଟିଏ ହେଲେ ବି ମ୍ୟାଚ୍‌ରେ ବିଜୟୀ ହୋଇ ପାରିନାହିଁ। ତେଣୁ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହୋଇ ଓ୍ବେଷ୍ଟଇଣ୍ଡିଜ ସାନ୍ତ୍ୱନାମୂଳକ ବିଜୟ ସହ ସ୍ବଦେଶ ଫେରିବାକୁ ଚାହିଁବ। ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନାଇବ ମଧ୍ୟ ଦଳର ବିଜୟ ନେଇ ବେଶ୍‌ ଆଶାବାଦୀ ଥିତ୍ବା କଥା କହିଛନ୍ତି। ପୁଣିଥରେ ସ୍ପିନରମାନେ କମାଲ କରିବେ ଓ ଦଳକୁ ବିଜୟୀ କରାଇବେ ବୋଲି ସେ କହିଛନ୍ତି। ସେମି ଦୌଡ଼ରୁ ଦୁଇ ଦଳ ବାଦ୍‌ ପଡିସାରିଥିବାରୁ ଏହି ମ୍ୟାଚ୍‌ ଗୁରୁତ୍ୱ ହରାଇଛି। ତେବେ ବିଜୟ ସହ ଚଳିତ ବିଶ୍ୱକପ୍‌ରେ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଥିବାରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ୍‌, ସାଇ ହୋପ୍‌, ଶିମରନ ହେଟମେୟର, କାର୍ଲୋସ ବ୍ରାଥଓ୍ବେଟ୍‌, ଶେଲଡନ କଟ୍ରେଲ, ଓଶେନ ଥୋମାସ, କେମର ରୋଚ, ଆଶଲେ ନର୍ସ, ନିକୋଲାସ ପୁରନ, ସୁନୀଲ ଅମ୍ବରୀଶ, ଏଭିନ ଲୁଇସ୍‌, ଶାନନ ଗାବ୍ରିଏଲ, ଡାରେନ ବ୍ରାଭୋ ଓ ଫାବିଆନ ଆଲେନ।
ଆଫଗାନିସ୍ତାନ ଦଳ: ଗୁଲବଦିନ ନାଇବ (ଅଧିନାୟକ), ସୟଦ ଅହମଦ ଶିରଜାଦ, ହଜରତୁଲ୍ଲା ଜଜାଇ, ଅସଘର ଆଫଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହସମାତୁଲ୍ଲା ଶାହିଦୀ, ସମିଉଲ୍ଲା ଶିନ୍‌ଓ୍ବାରି, ରହମତ ଶାହ, ନୁର ଅଲି ଜଡ୍ରାନ ଓ ଇକରାମ ଅଲିଖିଲ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri