Posted inଖେଳ

ଆଇପିଏଲ୍‌ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ

ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଅଯୋଗ୍ୟ। ସେ ବିଦେଶୀ ଲିଗ୍‌ରେ ଖେଳି ବିସିସିଆଇ ନିୟମ ଭଙ୍ଗ କରିଛନ୍ତି। ଅଫିସିଆଲ ଅବସର ଘୋଷଣା ନ କରି ସେ ଦୁବାଇ ଓ ଶାରଜାଠାରେ ଟି୧୦ ଲିଗ୍‌ରେ ଖେଳିଥିଲେ। ତାମ୍ବେ ଅଯୋଗ୍ୟ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କହିଛନ୍ତି। ୪୮ ବର୍ଷୀୟ ତାମ୍ବେ ଆଇପିଏଲ ନିଲାମ ପ୍ରକ୍ରିୟାରେ ସବୁଠୁ ବୟ୍ୟୋଜ୍ୟେଷ୍ଠ ଖେଳାଳି ଭାବେ ବିକ୍ରି ହୋଇଥିଲେ। ତାଙ୍କୁ ୨୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) କିଣିଥିଲା। ସେ ଏପର୍ଯ୍ୟନ୍ତ ୩୩ ଆଇପିଏଲ ମ୍ୟାଚ୍‌ ଖେଳିସାରିଛନ୍ତି। ସମସ୍ତ ମ୍ୟାଚ୍‌ ୨୦୧୩ରୁ ୨୦୧୬ ମଧ୍ୟରେ ରାଜସ୍ଥାନ ରୟାଲ୍ସ, ଗୁଜରାଟ ଲାୟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ମୋଟ ୨୮ ଉଇକେଟ ନେଇଛନ୍ତି। ତନ୍ମଧ୍ୟରୁ ୧୪ ଉଇକେଟ ସେ କେବଳ ୨୦୧୪ ସିଜନରେ ନେଇଥିଲେ। ଏଭଳି ପରିସ୍ଥିତି ଯୋଗୁ କେକେଆର ଦଳକୁ ବର୍ତ୍ତମାନ ତାମ୍ବେଙ୍କ ବଦଳ ଖେଳାଳି ବାଛିବାକୁ ପଡ଼ିବ। ନିକଟରେ ହରଭଜନ ସିଂ ଏକମାତ୍ର ଭାରତୀୟ ଭାବେ ଇଂଲଣ୍ଡର ନୂଆ ଫର୍ମାଟର ଲିଗ୍‌ ‘ଦ ହଣ୍ଡ୍ରେଡ’ରେ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ୨୦୧୬ଠାରୁ ଭାରତୀୟ ଦଳ ପାଇଁ ଖେଳି ନ ଥିଲେ ମଧ୍ୟ ଡ୍ରାଫ୍ଟ ପୂର୍ବରୁ ନାମ ପ୍ରତ୍ୟାହ୍ୟାର କରିନେଇଥିଲେ। ସେ ଏବେ ଆଇପିଏଲରେ ସିଏସ୍‌କେ ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷରେ ଅବସର ଘୋଷଣା କରିବା ପରେ ଯୁବରାଜ ସିଂ ବିଭିନ୍ନ ଦେଶର ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?