ଆଇପିଏଲ ପାଇଁ ଅଯୋଗ୍ୟ କେକେଆର ଖେଳାଳି ପ୍ରବୀଣ

କୋଲକାତା,୨୮।୨- ଗତବର୍ଷ ଡିସେମ୍ବରରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୪୮ ବର୍ଷୀୟ ପବୀଣ ତାମ୍ବେଙ୍କୁ କିଣିଥିଲା। ତାଙ୍କୁ ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏ ନେଇ ଆଇପିଏଲ ପରିଚାଳନା କମିଟି ମୁଖ୍ୟ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି। ତାମ୍ବେ ପୂର୍ବରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପରେ ଅବସରରୁ ଫେରି ଆସି ମୁମ୍ବାଇ ଲିଗ୍‌ରେ ଖେଳିଥିଲେ। ମାତ୍ର କାହାକୁ କିଛି ନ ଜଣାଇ ଦୁବାଇରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ଅଂଶଗ୍ରହଣ କରିଥିଲେ। ବିସିସିଆଇଠୁ ଅନୁମତି ନେବାର ଥିଲା। ଏଣୁ ଆମେ ତାଙ୍କୁ ଆଇପିଏଲ ପାଇଁ ଅଯୋଗ୍ୟ ଘୋଷଣା କରିଛୁ। ଏ ସମ୍ପର୍କରେ କେକେଆର ଫ୍ରାଞ୍ଚାଇଜକୁ ମଧ୍ୟ ଜଣାଇ ଦିଆଯାଇଛି। ସେମାନଙ୍କୁ ବଦଳ ଖେଳାଳି ପାଇଁ ଆବେଦନ କରିବାକୁ ଅନୁମତି ଦିଆଯାଇଛି ବୋଲି ପଟେଲ ପ୍ରକାଶ କରିଛନ୍ତି। ଆଇପିଏଲ ଅକଶନରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ପ୍ରବୀଣ ବିକ୍ରି ହୋଇଥିଲେ। ତାଙ୍କୁ ଦୁଇ ଥର ଆଇପିଏଲ ଚାମ୍ପିୟନ କେକେଆର ୨୦ ଲକ୍ଷ ଟଙ୍କାରେ କିଣିଥିଲା। ସେ ୨୦୧୩ରୁ ୨୦୧୬ ମଧ୍ୟରେ ଆଇପିଏଲରେ ୩୩ ମ୍ୟାଚ୍‌ ଖେଳିଥିଲେ। ସେ ରାଜସ୍ଥାନ ରୟାଲ୍ସ, ଗୁଜରାଟ ଲାୟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଭଳି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?