ଅସୁରକ୍ଷିତ ଗଜରାଜ

ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ ବନ ବିଭାଗର ଆନ୍ତରିକତା ଅଭାବ ଏବଂ ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ପରିବେଶପ୍ରେମୀ। ମାର୍ଚ୍ଚ ୧୮ରେ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମଲାଗୁଣୀ ନଦୀପଠାସ୍ଥିତ ସରପାରୀ ପଞ୍ଚାୟତର ବାରୋଡା ମୌଜାରେ ଅସୁସ୍ଥ ଅବସ୍ଥାରେ ଏକ ମାଈ ହାତୀ ଦୁଇ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା। ଉପଯୁକ୍ତ ଚିକିତ୍ସାରେ ଅବହେଳା ଏବଂ କୀଟନାଶକ ପ୍ରୟୋଗ ଏହି ହାତୀ ମୃତ୍ୟୁକାରଣର ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି କର୍ତ୍ତୃପକ୍ଷ। ବନ ବିଭାଗ ତଥ୍ୟ କହୁଛି ୨୦୦୬ ଜାନୁୟାରୀ ୧୨ ରଣପୁର ରେଞ୍ଜରେ ଏକ ମାଈ ହାତୀ ମୃତ ଶରୀର ଠାବ ହୋଇଥିଲା। ୨୦୦୮ଜାନୁୟାରୀ ୩ରେ ଖୋର୍ଦ୍ଧା ବନାଞ୍ଚଳ ବରୁଣେଇ ପାହାଡରେ ସଂକ୍ରାମଣ ରୋଗରେ ପୀଡିତ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ସେହିବର୍ଷ ଏହି ବନାଞ୍ଚଳ ଅନ୍ତର୍ଗତ ଜାନୁୟାରୀ ୨୯ ମଧୁପୁରରେ ଶିକାରୀ ଗୁଳିରେ ଏକ ହାତୀ ଟଳି ପଡିଥିଲା। ପୁଣି ୨୦୧୦ଡିସେମ୍ବର୧୪ କୁଶପାଙ୍ଗୀ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଥିଲା। ୨୦୧୭ ଡିସେମ୍ବର୨ରେ ଟାଙ୍ଗୀ ବନାଞ୍ଚଳ ରାମେଶ୍ୱର ଖଜୁରୀପଡା ଗ୍ରାମ ନିକଟରୁ ଆଉ ଏକ ମାଈ ହାତୀର ଗଳିତ ମୃତଦେହ ଜବତ ହୋଇଥିଲା। ୨୦୧୯ ନଭେମ୍ବର୨୨ ମାସରେ ଜଙ୍କିଆ ଥାନା ମଲାଗୁଣୀ ନଦୀତଟ ଅଚ୍ୟୁତପୁରଠାରୁ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ବିଷକ୍ରିୟା ଯୋଗୁ ହାତୀର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ନ ଥିବା ଦର୍ଶାଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଏହାକୁ ଚତୁରତାର ସହିତ ଏଡାଇ ଯାଇଥିଲେ। ସେହିପରି ଗତ ୨୦୦୯ରୁ ୨୦୨୦ ମଧ୍ୟରେ ହାତୀ ଓ ମଣିଷ ଲଢେଇରେ ୨୦ଜଣ ପ୍ରାଣ ହାରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩ ଜଣଙ୍କ ପ୍ରାଣହାନୀ ଘଟିଛି। ଏପରି ସ୍ଥିତିକୁ ସୁଧାରିବା ଉପରେ ବୁଦ୍ଧିଜୀବୀମାନେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri