Posted inଖେଳ

ଅଶ୍ୱିନଙ୍କୁ ସୀମିତ ଓଭର କ୍ରିକେଟ ଖେଳାଇବା ଉଚିତ୍‌: ସାକ୍‌ଲିନ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଭାରତର ଶ୍ରେଷ୍ଠ ସ୍ପିନର ବୋଲି ପାକିସ୍ତାନ ପୂର୍ବତନ ସ୍ପିନର ସାକଲିନ୍‌ ମୁସ୍ତାକ କହିଛନ୍ତି। ଟେଷ୍ଟରେ ସେ ଆଶତୀତ ସଫଳତା ଅର୍ଜନ କରିଛନ୍ତି। ତେବେ ତାଙ୍କୁ ସୀମିତ ଓଭର କ୍ରିକେଟ ଅର୍ଥାତ୍‌ ଦିନିକିଆ ଓ ଟି୨୦ ଫର୍ମାଟରୁ କାହିଁକି ଦୂରେଇ ରଖାଯାଉଛି ତାହା ବୁଝି ହେଉନି ବୋଲି ସେ କହିଛନ୍ତି। ଅଶ୍ୱିନ ନିୟମିତ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳୁଥିଲେ ମଧ୍ୟ ୨୦୧୭ ପରଠାରୁ ତାଙ୍କୁ ସୀମିତ ଓଭର ଫର୍ମାଟରେ ଖେଳାଯାଉ ନାହିଁ। ରବୀନ୍ଦ୍ର ଜାଡେଜା ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ତେବେ ଅଲରାଉଣ୍ଡର ହୋଇଥିବାରୁ ସେ ଏବେ ୩ଟି ଯାକ ଫର୍ମାଟରେ ଖେଳୁଛନ୍ତି।
ଫିଙ୍ଗର ସ୍ପିନର ହୁଅନ୍ତୁ ବା ଜଣେ ରିଷ୍ଟ ସ୍ପିନର ଜଣଙ୍କ ସଫଳତା ହେଉଛି ଚରସ୍ଥାୟୀ। ଜଣକର ପ୍ରତିଭା ଓ କ୍ରିକେଟକୁ ବୁଝିବାର କ୍ଷମତା ହିଁ ଜଣକୁ ମହାନ ଖେଳାଳି ଭାବେ ଗଢି ତୋଳିଥାଏ। ତେଣୁ ଅଶ୍ୱିନ୍‌ଙ୍କ ପାଖରେ ଏହି ସବୁ ଗୁଣ ଥିଲେ ମଧ୍ୟ ତାଙ୍କୁ ଦିନିକିଆ ଓ ଟି୨୦ରୁ ବାଦ ଦେବା ଆଶ୍ଚର୍ଯ୍ୟଜନକ ବୋଲି ସାକ୍‌ଲିନ୍‌ କହିଛନ୍ତି। ଟେଷ୍ଟ ଫର୍ମାଟରେ ସେ ଆଗଧାଡିର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି। ଏହା ଦିନିକିଆ କ୍ରିକେଟ ତୁଳନାରେ ଅଧିକ କଷ୍ଟକର। ତେଣୁ ଅଶ୍ୱିନଙ୍କୁ ଶ୍ରେଷ୍ଠ ସ୍ପିନର ବୋଲି କୁହାଯାଇପାରେ।
ତେବେ ବିବିଧତା କାରଣରୁ ଚୟନକର୍ତ୍ତାମାନେ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଅଧିକ ପସନ୍ଦ କରୁଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଏପରି ଲକ୍ଷ୍ୟ କରାଯାଉଛି। ଦିନିକିଆରେ ଏହି ଦୁଇ ବୋଲର ନିଜକୁ ପ୍ରତିଷ୍ଠିତ କରାଇଛନ୍ତି। କିନ୍ତୁ ୨୦୧୯ ବିଶ୍ୱକପ୍‌ରେ ଦୁଇଜଣଙ୍କୁ ଏକାଠି ଖେଳିବାର ଦେଖାଯାଇନାହିଁ। ଅବଶ୍ୟ ବିଦେଶ ଅପେକ୍ଷା ଘରୋଇ ପରିବେଶରେ ଅଶ୍ୱିନ ଅପେକ୍ଷାକୃତ ଅଧିକ ସଫଳ ରହିଛନ୍ତି। ଅନ୍ୟତମ ସ୍ପିନର ହରଭଜନ ସିଂଙ୍କୁ ମଧ୍ୟ ସମାନ ଢଙ୍ଗରେ ଅଣଦେଖା କରାଯାଇଥିଲା। ତେଣୁ ସୀମତ ଓଭରରେ ଅଶ୍ୱିନଙ୍କୁ ପୁଣି ଖେଳାଇବାର ଆବଶ୍ୟକତା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଦ୍ୱିପାକ୍ଷିକ ସିରିଜ ଖେଳାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?