Posted inଖେଳ

ଅଲିମ୍ପିକ୍‌ ବକ୍ସିଂ: ପ୍ରଶିକ୍ଷଣ ଦେବା ପାଇଁ ବିଦେଶୀ କୋଚ୍‌ ଭାରତ ଆସିବେ

ନୂଆଦିଲ୍ଲୀ,୨୯।୭(ପି.ଟି.)- ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ପ୍ରଶିକ୍ଷଣ ନେବାକୁ ବିଦେଶ ଯିବା ଅତି ସାଧାରଣ କଥା। ଏବେ ଏହି ପ୍ରଥାରେ ପରିବର୍ତ୍ତନ ହେବ। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟରରେ ଅଂଶଗ୍ରହଣ କରିବାକୁ ଥିବା ବକ୍ସରମାନେ ଏଥର ବିଦେଶ ନ ଯାଇ ଦେଶରେ ପ୍ରଶିକ୍ଷଣ ନେବେ। ଯାତ୍ରା ସମ୍ବନ୍ଧିତ ସମସ୍ୟା ଓ ସମୟ ଅପଚୟକୁ ରୋକିବା ପାଇଁ ବିଦେଶରୁ ପ୍ରଶିକ୍ଷକ ଆସି ବକ୍ସରମାନଙ୍କୁ ଟ୍ରେନିଂ ଦେବେ। ଭାରତୀୟ ବକ୍ସରମାନେ ଟ୍ରେନିଂ ପାଇଁ ସାଧାରଣତଃ ୟୁରୋପ କିମ୍ବା ଆମେରିକା ଯାଇଥାନ୍ତି। କିନ୍ତୁ ଏଥର ଆଗାମୀ ଡିସେମ୍ବରର ପ୍ରଥମାର୍ଦ୍ଧରେ ଏହି ଦେଶଗୁଡିକର ବକ୍ସରମାନେ ଭାରତ ଆସି ଟ୍ରେନିଂ ଦେବେ। ଅତ୍ୟଧିକ ଭ୍ରମଣ ଯୋଗୁ ବକ୍ସରମାନେ କ୍ଳାନ୍ତ ହେବା ସହ ପ୍ରସ୍ତୁତିରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପୁଣି ଚଳିତ ସେସନରେ ଏକାଧିକ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହୋଇସାରିଛି। ତେଣୁ ଏପରିସ୍ଥଳେ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ବକ୍ସରମାନଙ୍କ ପାଇଁ ଦେଶରେ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରିଛୁ ବୋଲି ଭାରତୀୟ ହାଇପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା କହିଛନ୍ତି।
ୟୁରୋପରେ ପାଗ ଅତ୍ୟନ୍ତ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ। ସେଠାରେ ଅତ୍ୟଧିକ ଥଣ୍ଡା ହୋଇଥିବାରୁ ସେହି ସମୟରେ ବକ୍ସରଙ୍କ ପାଇଁ ପ୍ରଶିକ୍ଷଣରେ ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ୟୁରୋପୀୟ ଦେଶଗୁଡିକ ସହ ଉତ୍ତର ଆଫ୍ରିକାରୁ ମଧ୍ୟ ଦଳଗୁଡିକୁ ଆମନ୍ତ୍ରଣ କରିବୁ ବୋଲି ନିଏଭା କହିଛନ୍ତି। ୨୦୧୯ରେ ଭାରତୀୟ ପୁରୁଷ ଓ ମହିଳା ବକ୍ସର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଅଂଶଗ୍ରହଣ କରିଛନ୍ତି ଓ ଆଗକୁ ମଧ୍ୟ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରଥମ ୩ ମାସରେ ବକ୍ସରମାନେ ବୁଲଗେରିଆ ଓ ଫିନ୍‌ଲାଣ୍ଡରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହାପରେ ସେମାନେ ଏପ୍ରିଲ୍‌ରେ ଏସିଆନ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ହୋଇଥିଲେ। ଏହାପରେ ଜୁଲାଇ- ଅଗଷ୍ଟରେ କାଜାଖସ୍ତାନ, ଫିଲିପାଇନ୍ସ ଓ ରୁଷିଆରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ସେପ୍ଟେମ୍ବରରେ ରୁଷିଆରେ ବିଶ୍ୱ ଚାମ୍ପିୟନ୍‌ଶିପ୍‌ ଖେଳାଯିବ। ପୁଣି ଅକ୍ଟୋବରରେ ପୁରୁଷ ଓ ମହିଳା ବକ୍ସରମାନଙ୍କ ପାଇଁ ଜାତୀୟ ଚାମ୍ପିୟନଶିପ୍‌ ମଧ୍ୟ ଆୟୋଜନ ହେବ।
ଏହି ଟୁର୍ନାମେଣ୍ଟଗୁଡିକରେ ଅଂଶଗ୍ରହଣ କରିବାକୁ ହେଲେ ବକ୍ସରମାନଙ୍କୁ ବେଶ ଭ୍ରମଣ କରିବାକୁ ହେବ। ଅଲିମ୍ପିକ୍‌ କ୍ୱାଲିଫାୟର ପୂର୍ବରୁ ଏହା ଖେଳାଳିଙ୍କ ପାଇଁ କ୍ଳାନ୍ତି ଆଣିଦେବ। ତେଣୁ ବିଦେଶୀ କୋଚ୍‌ମାନେ ଏଠାକୁ ଆସିଲେ ଆମ ଖେଳାଳିମାନେ ପର୍ଯ୍ୟାପ୍ତ ବିଶ୍ରାମ ପାଇବେ ଓ ଶ୍ରେଷ୍ଠ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ନିଏଭା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri