Posted inଖେଳ

ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବୁ: ଗୋପୀଚାନ୍ଦ

ନୂଆଦିଲ୍ଲୀ,୪।୧(ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଏଥର ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଭାରତର ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ସାଇନା ନେହ୍ବାଲ ଓ ପି.ଭି. ସିନ୍ଧୁଙ୍କ ଭଳି ଅଲିମ୍ପିକ ମେଡାଲିଷ୍ଟ ସୃଷ୍ଟି କରିଥିବା ଗୋପୀଚାନ୍ଦ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଏଥର ଭଲ ପ୍ରସ୍ତୁତି କରି ଉନ୍ନତ ପ୍ରଦର୍ଶନ ସହିତ ସଫଳ ହେବୁ ବୋଲି ସେ କହିଛନ୍ତି। ଗତ କେତୋଟି ଅଲିମ୍ପିକ୍ସରେ ଆମର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଅଲିମ୍ପିକ୍ସରେ ଆମେ ଜଣେ ବିଶ୍ୱ ଚାମ୍ପିୟନଙ୍କ ସହ ପଡିଆକୁ ଓହ୍ଲାଇବୁ।
ଖେଲୋ ଇଣ୍ଡିଆ ପ୍ରୋଗ୍ରାମକୁ ସେ ପ୍ରଶଂସା କରିଛନ୍ତି। ଦେଶର ଯୁବ ଆଥଲେଟମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ସୁଯୋଗ ହାସଲ କରିବେ ଓ ନିଜର ପ୍ରତିଭା ପ୍ରମାଣ କରିବାର ସୁବିଧା ପାଇବେ। ଏହା ଭାରତୀୟ କ୍ରୀଡ଼ାର ସକାରାତ୍କମ ଦିଗକୁ ସୂଚାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସ୍ବତନ୍ତ୍ର। ଏହି ପ୍ରୋଗ୍ରାମର ତୃତୀୟ ସଂସ୍କରଣ ଗୁଆହାଟୀରେ ଆସନ୍ତା ୧୦ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ଖେଲୋ ଇଣ୍ଡିଆ ଦିଲ୍ଲୀ ଓ ପୁଣେରେ ଆୟୋଜିତ ହୋଇଥିଲା ଓ ଏହାକୁ ଅତି ନିକଟରୁ ନିରୀକ୍ଷଣ କରିଥିଲି। ଭାରତ ସରକାର ଖେଲୋ ଇଣ୍ଡିଆ ମାଧ୍ୟମରେ କ୍ରୀଡ଼ା ଉନ୍ନତି ପାଇଁ କରୁଥିବା ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ପରିବେଶରେ ଯୁବ ଆଥଲେଟଙ୍କ ପାଇଁ ଏହା ଭଲ ସୁଯୋଗ ସୃଷ୍ଟି କରିଛି। ଏଥିରୁ ଅଭିଜ୍ଞତା ହାସଲ କରି ଖେଳାଳିମାନେ ଆଗକୁ ବଢିପାରିବେ। ମୋଟାମୋଟି ଉପରେ ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ାକୁ ନୂଆ ଦିଶା ଦେବ। ବ୍ୟାଡମିଣ୍ଟନ ଏକ ଶାରୀରିକ ଖେଳ ହୋଇଥିଲେ ମଧ୍ୟ ଏଥିରେ କୌଶଳର ଆବଶ୍ୟକତା ରହିଛି। ମାନସିକ ଓ ଶାରୀରିକ ଭାବେ ଏହି ଖେଳରେ ସନ୍ତୁଳନ ରହିବା ନିହାତି ଜରୁରୀ। ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ହେଲେ ସବୁ ଦୃଷ୍ଟିକୋଣରୁ ସୁସ୍ଥ ହେବା ନିହାତି ଜରୁରୀ ବୋଲି ଗୋପୀଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri