Posted inଖେଳ

ଅଲିମ୍ପିକ୍ସକୁ ଆଉ ବର୍ଷେରୁ କମ୍‌ ସମୟ ଥିବାବେଳେ ଯୋଗଦେଇ ନାହଁନ୍ତି ବିଦେଶୀ କୋଚ୍‌

ନୂଆଦିଲ୍ଲୀ,୨୨ା୭(ପିଟି)- ଟୋକିଓ ଅଲିମ୍ପିକ୍ସକୁ ପୂର୍ବରୁ ଭାରତୀୟ ଟେବୁଲ ଟେନିସ ଦଳ ହାତରେ ପ୍ରସ୍ତୁତି ପାଇଁ ଆଉ ମାତ୍ର ବର୍ଷେ ସମୟ ରହିଛି। କିନ୍ତୁ ଦଳର ନୂଆ ବିଦେଶୀ କୋଚ୍‌ ଡେଜାନ ପାପିକ ଏପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳି ନାହାନ୍ତି। ଏହା ଭାରତୀୟ ଦଳର ଅଲିମ୍ପିକ୍ସ ଇଭେଣ୍ଟ ପ୍ରସ୍ତୁତିରେ ବାଧା ସାଜିଛି। ମାର୍ଚ୍ଚରେ ଭାରତୀୟ ଟେବୁଲ ଟେନିସ ଫେଡେରେଶନ (ଟିଟିଏଫ୍‌ଆଇ) ପାପିକ୍‌ଙ୍କୁ ନୂଆ ବିଦେଶୀ କୋଚ୍‌ ଭାବେ ନିଯୁକ୍ତ କରିଥିଲା। ତାଙ୍କ ପୂର୍ବରୁ ମାସିମୋ କୋନ୍‌ଷ୍ଟାଣ୍ଟିନି ଏହି ଦାୟିତ୍ୱରେ ଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗତ ବର୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତ ଐତିହାସିକ ପ୍ରଦର୍ଶନ କରିଥିଲା। ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଜାକର୍ତ୍ତା ଏସିଆନ୍‌ ଗେମ୍ସରେ ଭାରତ ୬୦ ବର୍ଷର ଅପେକ୍ଷାର ଅନ୍ତ କରିଥିଲା। ମାସିମୋ ପାରିବାରିକ ସମସ୍ୟା ଯୋଗୁ ସ୍ବଦେଶ ଫେରିଗଲେ। ତାଙ୍କ ପରେ ଜଣେ କୋଚ୍‌ଙ୍କୁ ନିଯୁକ୍ତ କରାଯାଇଛି, ହେଲେ ସେ କେବେ ଜାତୀୟ ଦଳରେ ଯୋଗଦେବେ ଆମକୁ ଜଣା ନାହିଁ। ଜଣେ କୋଚ୍‌ଙ୍କ ବିନା ଅଲିମ୍ପିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଲାଗି ପ୍ରସ୍ତୁତ ହେବା କଷ୍ଟକର। ଜି. ସାଥିୟାଁ ଓ ମନିକା ବାତ୍ରା ଭଲ ପ୍ରଦର୍ଶନ କରୁଛନ୍ତି। ଆମେ ନିଜେ ଟ୍ରେନିଂ କରୁଛୁ। ତେବେ ଡବଲ୍ସ ବର୍ଗ ପାଇଁ ଆମକୁ ସ୍ପୋଶାଲିଷ୍ଟ କୋଚ ଦରକାର। ମିକ୍ସଡ୍‌ ଡବଲ୍ସ ଆମ ପାଇଁ ସମସ୍ୟା ହୋଇଯାଇଛି ବୋଲି ଦେଶର ଅଗ୍ରଣୀ ଟିଟି ଖେଳାଳି ଏ. ଶରଥ କମାଲ କହିଛନ୍ତି। ପାପିକ ବିଶ୍ୱ ବ୍ୟକ୍ତିଗତ ଚାମ୍ପିୟନଶିପବେଳେ ଦଳର ସିନିୟର ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ସେ ଚଳିତ ମାସରେ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri