ଅର୍ଥାଭାବ: ନିଜ ରାଜ୍ୟକୁ ଫେରିପାରୁନାହାନ୍ତି ୫ ପରିବାର

କୋରୁକୋଣ୍ଡା, ୨୨ା୫(ଡି.ଏନ୍‌.ଏ.)-ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୫ଟି ପରିବାରର ପ୍ରାୟ ୨୫ ଜଣ ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ଗତ ୫ମାସ ତଳେ ଆସି ଯାଯାବର ରୂପେ ରହୁଥିଲେ। ସେମାନେ ପନିକି,ଦା ,କଟୁରି,କୁରାଢ଼ି ଆଦି ପ୍ରସ୍ତୁତକରି ବିକ୍ରିକରି ଚାଳୁଥିଲେ। ମାତ୍ର ଲକ୍‌ଡାଉନ ଘୋଷଣା ପରେ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ନିଜ ରାଜ୍ୟକୁ ମଧ୍ୟ ଫେରିପାରି ନ ଥିଲେ। ସେମାନେ କ୍ରମେ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇ ଚଳିବାରେ ଅସୁବିଧା ଭୋଗିଥିଲେ। ବାଲିମେଳା ଏନ୍‌ଏସି ପ୍ରଶାସନ ଏ ସମ୍ପର୍କରେ ସୂଚନା ପାଇବା ପରେ ସମସ୍ତ ଯାଯାବର ପ୍ରବାସୀଙ୍କୁ ବାଲିମେଳା ୧୨ନମ୍ବର ୱାର୍ଡସ୍ଥିତ କଲୋନୀ- ୧୨ ବିଦ୍ୟାଳୟକୁ ଆଣି ରଖିଥିଲା। ସେମାନଙ୍କ ଲାଗି ପାନୀୟଜଳ ବ୍ୟବସ୍ଥା କରି ଚଳିବା ପାଇଁ ଅଟା, ତେଲ,ଲୁଣ, ଡାଲି ଆଦି ଯୋଗାଇ ଦେଇଥିଲା। ସରକାର ଲକ୍‌ଡାଉନ ୪ର୍ଥ ପର୍ଯ୍ୟାୟରେ ସବୁ ପ୍ରକାର କାର୍ଯ୍ୟକୁ ଅନୁମତି ଦେବା ପରେ ଏହି ଯାଯାବର ପରିବାରଙ୍କୁ ଏନ୍‌ଏସି ଦେଉଥିବା ସହାୟତା ବନ୍ଦ କରି ଦେଇଛି। ସେମାନେ ପୂର୍ବପରି ସ୍ଥାନୀୟ ଅଞ୍ଚଳରେ ଲୁହା ସାମଗ୍ରୀ ପ୍ରସ୍ତୁତକରି ବିକ୍ରି କରୁଛନ୍ତି। ତେବେ ପୂର୍ବପରି ଆଉ ବ୍ୟବସାୟ ହେଉ ନ ଥିବାରୁ ସେମାନଙ୍କୁ ଚଳିବା କଷ୍ଟକର ହୋଇପଡୁଛି। ମହାମାରୀ ସଙ୍କଟ ସମୟରେ ପ୍ରଶାସନର ଉଦାରତାକୁ ସେମାନେ କେବେ ଭୁଲିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ଅର୍ଥ ନ ଥିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରୁନାହାନ୍ତି। ପ୍ରଶାସନ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି ସହାୟତା କରିବାକୁ ଏହି ଯାଯାବରମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଗିରଫ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ

ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ମାଟ୍ରିକ ପରୀକ୍ଷାରେ ମାଲକାନଗିରିର ସଫଳତା:ଶୁଭଶ୍ରୀ ଜିଲା ଟପ୍ପର

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଶିବଦତ୍ତ ସାହୁ): ଚଳିତବର୍ଷ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ…

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ମିଛ ରସିଦ୍‌ ଦେଇ…

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri