ଅର୍ଚ୍ଚନାଙ୍କ ଆଲିଶାନ୍‌ ଘର ଆଟାଚ୍‌ କଲା ଇଡି

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ଥିବାବେଳେ ଏହି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭୁବନେଶ୍ୱର ସତ୍ୟବିହାରସ୍ଥିତ ଅର୍ଚ୍ଚନାଙ୍କ ଆଲିଶାନ୍‌ ଘରକୁ ଇଡି ସୋମବାର ଆଟାଚ୍‌ କରିଥିବା ସୂଚନା ମିଳିଛି। ଏହି ଘରର ମୂଲ୍ୟ ୩ କୋଟି ୪୦ ଲକ୍ଷ ହେବ ବୋଲି ଇଡି ଆକଳନ କରିଛି। ତେବେ ଘର ଆଟାଚ୍‌ ନେଇ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆଗାମୀ ଦିନରେ ଏନେଇ ତଥ୍ୟ ରଖାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗତ ଗୁରୁବାର ଇଡିର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ସତ୍ୟବିହାରସ୍ଥିତ ଅର୍ଚ୍ଚନାଙ୍କ ଘରକୁ ଯାଇ ଏହାର ମାପଚୁପ କରିବା ସହ ମୂଲ୍ୟାୟନ କରିଥିଲା।

ଏପରିକି ଘରେ ଲାଗିଥିବା ଦାମୀ ସାମଗ୍ରୀର ମୂଲ୍ୟାୟନ ଏବଂ ଇଣ୍ଟେରିୟର ଡିଜାଇନ ସମ୍ବନ୍ଧରେ ମଧ୍ୟ ଇଡି ତଥ୍ୟ ହାସଲ କରିଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ସୋମବାର ଇଡି ପକ୍ଷରୁ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ସମେତ ୪ ଜଣଙ୍କ ବିରୋଧରେ କୋର୍ଟରେ ପ୍ରାଥମିକ ଚାର୍ଜଶିଟ ଦାଖଲ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜଶିଟ୍‌ ୨ ହଜାର ୨୪୧ ପୃଷ୍ଠା ସମ୍ବଳିତ ରହିଛି। ଜେରା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ ୧୫ ଜଣଙ୍କ ବୟାନ ଏହି ଚାର୍ଜଶିଟ୍‌ରେ ରହିଛି। ତେବେ ଏହି ମାମଲାର ତଦନ୍ତକୁ ଖୋଲା ରଖାଯାଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଅର୍ଚ୍ଚନା, ଜଗବନ୍ଧୁ ଖଗେଶ୍ୱରଙ୍କ ସମ୍ପତ୍ତି କାହିଁକି ବାଜ୍ୟାପ୍ତ ନ ହେବ ସେମାନଙ୍କୁ ଇଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଆସନ୍ତା ୧୩ ତାରିଖରେ ଏନେଇ କୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ଅଭିଯୁକ୍ତମାନେ ଏ ସଂକ୍ରାନ୍ତରେ ସେମାନଙ୍କ ପକ୍ଷ ରଖିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

‘ଇରାନ ସହ ଚୁକ୍ତି କରିଛି ଆମେରିକା, ହେଲେ ଆମେରିକା ଉପରେ ଭରସା ନାହିଁ’, କାହିଁକି ଏମିତି ଚେତାବନୀ ଦେଲା CIA? ଜାଣନ୍ତୁ…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ଏଡାଇବା ପାଇଁ ଏକ ଚୁକ୍ତି ହୋଇଛି, କିନ୍ତୁ ଆମେରିକାରେ ସମସ୍ତେ ଏହି ଚୁକ୍ତି ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି।…

ଗୋଟିଏ ଦିନରେ ୨ଟି ପ୍ଲେନ କ୍ରାଶ, ଉଡୁଥିବା ବେଳେ ହଠାତ୍ ଜଙ୍ଗଲରେ ଖସି ପଡ଼ିଲା

ମସ୍କୋ,୧୬।୬: ଆମେରିକା ପରେ ଏବେ ଏକ ରୁଷିଆର Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । Tu-22M3 ବିମାନଟି…

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ପୁଣି ନୂଆ ପେଞ୍ଚ; ଟ୍ରମ୍ପ ୩୦୦ ବିଲିୟନ ଡଲାର ପ୍ରଦାନ ଦାବିକୁ କହିଲେଣି…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଆମେରିକା ଇରାନକୁ ୩୦୦ ବିଲିୟନ ଡଲାର ସହାୟତା…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri