ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାୟାରୀ ମେଡିସିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଠାକୁ ଆସିଥିବା ଜଣେ ଆହତ ବାଳକଙ୍କୁ ସେଭଳି ମେଡିସିନ୍ ଦିଆଯିବା ଏବଂ ତାହା ଖାଇବା ପରେ ରୋଗୀଙ୍କ ମୁଣ୍ଡ ବୁଲାଇବା ଜଣାପଡିବା ପରେ ଜନ ଅସନ୍ତୋଷ ବଢ଼ି ଚାଲିଛି । ମେଡିସିନର ଏକ୍ସପାୟାରୀ ତାରିଖ ଗତ ମେ ମାସରେ ସରିଯାଇ ଥିବାବେଳେ ସେହି ମେଡିସିନ୍ ରୋଗୀଙ୍କୁ ଦିଆଯାଇଥିଲା ବୋଲି ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

