Posted inଖେଳ

ଅମ୍ପାୟରଙ୍କ ତ୍ରୁଟି ପରେ ହୃଦ୍‌ଘାତ ନେଲା ବ୍ୟାଟ୍ସମ୍ୟାନଙ୍କ ଜୀବନ

ହାଇଦ୍ରାବାଦ,୧୯।୧୧- କ୍ରିକେଟରେ ଅମ୍ପାୟରଙ୍କ ତ୍ରୁଟି କରିବା କିଛି ନୂଆ କଥା ନୁହେଁ। ମାତ୍ର ଅମ୍ପାୟର ତ୍ରୁଟି ଯୋଗୁ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଏତେ ବିଚଳିତ ହୋଇ ଉଠିଥିଲେ ଯେ, ତାଙ୍କୁ ହୃଦ୍‌ଘାତ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ଉକ୍ତ ଖେଳାଳିଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ହାଇଦ୍ରାବାଦରେ କ୍ଲବ ସ୍ତରୀୟ ମ୍ୟାଚ୍‌ବେଳେ ଘଟିଛି। ଏହି ଦୁଃଖଦ ଘଟଣା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ୪୧ ବର୍ଷୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ନାୟକ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ କିଛି ସମୟ ପରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିର ଶୀକାର ହୋଇ ସେ ଆଉଟ ହୋଇଥିଲେ। ବିରକ୍ତ ହୋଇ ସେ ପ୍ୟାଭିଲିଅନ ଫେରିଗଲେ। ସେଠାରେ ତାଙ୍କୁ ଆଟାକ ଆସିଥିଲା। ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଅନୁଯାୟୀ, ୬୬ ରନ୍‌ କରି ଖେଳୁଥିବାବେଳେ ନାୟକଙ୍କୁ ଆଉଟ୍‌ ଦେଇଥିଲେ ଅମ୍ପାୟର। ହେଲେ ବଲ ତାଙ୍କ ବ୍ୟାଟରେ ନୁହେଁ ଅନ୍ୟ କୌଣସି ସାଉଣ୍ଡ ଯୋଗୁ କ୍ୟାଚ୍‌ ଆଉଟ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri