ଅବେଳରେ ସାକ୍ଷାତ୍‌କାର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଏହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବର ଘଟଣା, ଯେଉଁଥିରୁ ସୂଚନା ମିଳୁଛି ଯେ, ମୋଦି ସରକାର ପୁଣିଥରେ କ୍ଷମତାକୁ ଫେରିବା ଉପରେ ସେମାନେ ସମ୍ପୂର୍ଣ୍ଣ ଆଶାବାଦୀ ଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଅର୍ଥନୀତି, ପରିବହନ, ଶକ୍ତି, ମାନବସମ୍ବଳ ଆଦି କ୍ଷେତ୍ରର ଦେଖାଶୁଣା କରିବା ପାଇଁ ପାଞ୍ଚଟି ଉପଦେଷ୍ଟା (ଯୁଗ୍ମ ସଚିବସ୍ତରୀୟ) ଓ ବରିଷ୍ଠ ଉପଦେଷ୍ଟା (ଅତିରିକ୍ତ ସଚିବସ୍ତରୀୟ) ପଦବୀ ପାଇଁ ନୀତି ଆୟୋଗ ସାଧାରଣ ନିର୍ବାଚନ ପ୍ରକ୍ରିୟା ସମୟରେ ନିର୍ବାଚିତ ପ୍ରାର୍ଥୀମାନଙ୍କର ସାକ୍ଷାତ୍‌କାର ନେଇଛନ୍ତି। ଗତବର୍ଷ ଜୁନ୍‌ମାସରେ ଏହି ପଦଗୁଡ଼ିକ ନିମନ୍ତେ ବିଜ୍ଞାପନ ଦିଆଯାଇଥିଲା ଏବଂ ସରକାର ଏଥିପାଇଁ ୩୦୦ ଦରଖାସ୍ତ ପାଇଥିଲେ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ସ୍ବତନ୍ତ୍ର ସଚିବ ଯାଦବେନ୍ଦ୍ର ମାଥୁର ଓ ଯୁଗ୍ମସଚିବ ଆଲୋକ କୁମାରଙ୍କୁ ନେଇ ଗଠିତ ଚୟନ କମିଟି ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ନାମ ଶର୍ଟଲିଷ୍ଟ କରିଥିଲେ। ଆଶ୍ଚର୍ଯ୍ୟର କଥା ବିଜ୍ଞାପନ ଦିଆଯିବାର ୧୦ ମାସ ପରେ ୨୦୧୯ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉକ୍ତ ଚୟନ କମିଟି ଗଠନ କରାଯାଇଥିଲା। ସଂକ୍ଷିପ୍ତୀକୃତ ତାଲିକାର ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଉକ୍ତ ପଦବୀଗୁଡ଼ିକ ଲାଗି ଅନିଚ୍ଛା ପ୍ରକାଶ କରିବା ପରେ ଆଉ ରହିଲେ ମାତ୍ର ୯ ଜଣ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏ ଯାବତ୍‌ କ୍ୟାଡର କ୍ଳିୟରାନ୍ସ, ସ୍ବଚ୍ଛତା ପ୍ରମାଣପତ୍ର ଓ ଏପିଆର୍‌ ବି ମିଳିନାହିଁ। ଆହୁରି ମଧ୍ୟ କିଛି ବିଶେଷଜ୍ଞଙ୍କ ମତ ଅନୁସାରେ ଯୁଗ୍ମସଚିବ ଓ ଅତିରିକ୍ତ ସଚିବସ୍ତରୀୟ ପାଞ୍ଚଟି ପଦବୀ ବାଛିବା ଲାଗି ସଂକ୍ଷିପ୍ତୀକୃତ ତାଲିକାରେ ନିଆଯାଇଥିବା ୯ ଜଣ ଅତି କମ୍‌ ସଂଖ୍ୟକ ପ୍ରାର୍ଥୀ, ଯେଉଁମାନଙ୍କ ମଧ୍ୟରୁ ପ୍ରାର୍ଥୀ ବଛାଯିବ। କିନ୍ତୁ ସେମାନେ କେହି ସେମାନଙ୍କର ଏହି ମତକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ନ ଥିଲେ।
କ୍ୟାଡର ଆବଣ୍ଟନକୁ ନା
୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କ କ୍ୟାଡର ଆବଣ୍ଟନକୁ ଦିଲ୍ଲୀ ହାଇକୋର୍ଟ ମନାକରିଦେବା ଘଟଣା ମୋଦି ସରକାର ପାଇଁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ନୂତନ କ୍ୟାଡର ଆବଣ୍ଟନ ନୀତି ପକ୍ଷପାତଦୁଷ୍ଟ ଓ ବେଆଇନ ବୋଲି କୋର୍ଟ ମତ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଇଏଏସ୍‌ ଓ ଆଇପିଏସ୍‌ ପାଇଥିବା ସଫଳ ପ୍ରାର୍ଥୀମାନଙ୍କୁ ଦିଆଯାଇଥିବା କ୍ୟାଡରକୁ ନାକଚ କରି ସେମାନଙ୍କୁ ସେମାନଙ୍କ ଯୋଗ୍ୟତା ତଥା ପସନ୍ଦ ଅନୁସାରେ ସାନି କ୍ୟାଡର ଆବଣ୍ଟନ କରିବା ଲାଗି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲା ଦାଏର କରିଥିବା ପ୍ରାର୍ଥୀମାନଙ୍କର ଅଭିଯୋଗ ହେଲା, ଉକ୍ତ ନୀତି ବା ଯୋଗ୍ୟତା ଓ ନିଜ ପସନ୍ଦ ଭିତ୍ତିରେ କେନ୍ଦ୍ର ସରକାର ସେମାନଙ୍କୁ କ୍ୟାଡର ଦେଇନାହିଁ। ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ସରକାରଙ୍କୁ ପୁଣି ପଛକୁ ହଟି ନୂଆକରି କ୍ୟାଡର ଆବଣ୍ଟନ କରିବାକୁ ପଡ଼ିବ। ଉକ୍ତ ଆବେଦନକାରୀ ପ୍ରାର୍ଥୀମାନେ ସେମାନଙ୍କୁ ଆବଣ୍ଟିତ କ୍ୟାଡର ଅନୁଯାୟୀ ଦିଆଯିବାକୁ ଥିବା ତାଲିମ ଆରମ୍ଭ ହେବା ପୂର୍ବରୁ ନିଜ ଅଭିଯୋଗ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ କୋର୍ଟ ସେମାନଙ୍କୁ ନ୍ୟାୟ ଓ ଆଶ୍ୱସ୍ତି ଦେଇଥିବା ଜଣାପଡ଼ିଛି।
ଆଗୁଆ କାର୍ଯ୍ୟସୂଚୀ
ପ୍ରବଳ ଗରମ ଓ ସାଧାରଣ ନିର୍ବାଚନର ଧୂଳି ଉଡ଼ିବା ବେଳେ ସରକାରଙ୍କ ବ୍ୟବସାୟ ବନ୍ଦ ହୋଇନାହିଁ। ନେତାମାନେ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବେଳେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକର ବାବୁମାନେ ନୂଆ ସରକାର ପାଇଁ ୧୦୦ଦିନିଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିଲେ, ଯାହାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଉପସ୍ଥାପନ କରିବେ। ଏ ଦିଗରେ ମାନବସମ୍ବଳ ମନ୍ତ୍ରଣାଳୟ (ଏଚ୍‌ଆର୍‌ଡି) ଅଧିକ ମହତ୍ତ୍ୱାକାଂକ୍ଷୀ। କାରଣ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏହି ମନ୍ତ୍ରଣାଳୟ ପାଞ୍ଚବର୍ଷିଆ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ପୂର୍ବତନ ରାଜସ୍ବ ସଚିବ ହସମୁଖ ଆଧିଆ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ଓ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ. ବିଜୟ ରାଘବନ୍‌ ପ୍ରମୁଖ ଏହି ଯୋଜନା ପ୍ରସ୍ତୁତିରେ ଅଂଶୀଦାର ଅଛନ୍ତି। ଗତମାସରେ ମସୌରୀସ୍ଥିତ ଲାଲ୍‌ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀଠାରେ ଏ ନେଇ ଏକ ବିଚାର-ମନ୍ଥନମୂଳକ ଅଧିବେଶନ ଆୟୋଜିତ ହୋଇଥିଲା। ଆଧିଆଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞମଣ୍ଡଳୀ ଉଚ୍ଚଶିକ୍ଷାରେ କେମିତି ଦୁଇଗୁଣ ପିଲା ନାମ ଲେଖାଇବେ, ତା’ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ତା’ ସହ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଲାଗି କାନ୍ତ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସମ୍ଭବତଃ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୁନଶ୍ଚ କ୍ଷମତାକୁ ଫେରିବେ ବୋଲି ସେମାନେ ପୂର୍ବାନୁମାନ କରି ଏଭଳି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri