ଅବେଳରେ ସାକ୍ଷାତ୍‌କାର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଏହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବର ଘଟଣା, ଯେଉଁଥିରୁ ସୂଚନା ମିଳୁଛି ଯେ, ମୋଦି ସରକାର ପୁଣିଥରେ କ୍ଷମତାକୁ ଫେରିବା ଉପରେ ସେମାନେ ସମ୍ପୂର୍ଣ୍ଣ ଆଶାବାଦୀ ଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଅର୍ଥନୀତି, ପରିବହନ, ଶକ୍ତି, ମାନବସମ୍ବଳ ଆଦି କ୍ଷେତ୍ରର ଦେଖାଶୁଣା କରିବା ପାଇଁ ପାଞ୍ଚଟି ଉପଦେଷ୍ଟା (ଯୁଗ୍ମ ସଚିବସ୍ତରୀୟ) ଓ ବରିଷ୍ଠ ଉପଦେଷ୍ଟା (ଅତିରିକ୍ତ ସଚିବସ୍ତରୀୟ) ପଦବୀ ପାଇଁ ନୀତି ଆୟୋଗ ସାଧାରଣ ନିର୍ବାଚନ ପ୍ରକ୍ରିୟା ସମୟରେ ନିର୍ବାଚିତ ପ୍ରାର୍ଥୀମାନଙ୍କର ସାକ୍ଷାତ୍‌କାର ନେଇଛନ୍ତି। ଗତବର୍ଷ ଜୁନ୍‌ମାସରେ ଏହି ପଦଗୁଡ଼ିକ ନିମନ୍ତେ ବିଜ୍ଞାପନ ଦିଆଯାଇଥିଲା ଏବଂ ସରକାର ଏଥିପାଇଁ ୩୦୦ ଦରଖାସ୍ତ ପାଇଥିଲେ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ସ୍ବତନ୍ତ୍ର ସଚିବ ଯାଦବେନ୍ଦ୍ର ମାଥୁର ଓ ଯୁଗ୍ମସଚିବ ଆଲୋକ କୁମାରଙ୍କୁ ନେଇ ଗଠିତ ଚୟନ କମିଟି ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ନାମ ଶର୍ଟଲିଷ୍ଟ କରିଥିଲେ। ଆଶ୍ଚର୍ଯ୍ୟର କଥା ବିଜ୍ଞାପନ ଦିଆଯିବାର ୧୦ ମାସ ପରେ ୨୦୧୯ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉକ୍ତ ଚୟନ କମିଟି ଗଠନ କରାଯାଇଥିଲା। ସଂକ୍ଷିପ୍ତୀକୃତ ତାଲିକାର ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଉକ୍ତ ପଦବୀଗୁଡ଼ିକ ଲାଗି ଅନିଚ୍ଛା ପ୍ରକାଶ କରିବା ପରେ ଆଉ ରହିଲେ ମାତ୍ର ୯ ଜଣ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏ ଯାବତ୍‌ କ୍ୟାଡର କ୍ଳିୟରାନ୍ସ, ସ୍ବଚ୍ଛତା ପ୍ରମାଣପତ୍ର ଓ ଏପିଆର୍‌ ବି ମିଳିନାହିଁ। ଆହୁରି ମଧ୍ୟ କିଛି ବିଶେଷଜ୍ଞଙ୍କ ମତ ଅନୁସାରେ ଯୁଗ୍ମସଚିବ ଓ ଅତିରିକ୍ତ ସଚିବସ୍ତରୀୟ ପାଞ୍ଚଟି ପଦବୀ ବାଛିବା ଲାଗି ସଂକ୍ଷିପ୍ତୀକୃତ ତାଲିକାରେ ନିଆଯାଇଥିବା ୯ ଜଣ ଅତି କମ୍‌ ସଂଖ୍ୟକ ପ୍ରାର୍ଥୀ, ଯେଉଁମାନଙ୍କ ମଧ୍ୟରୁ ପ୍ରାର୍ଥୀ ବଛାଯିବ। କିନ୍ତୁ ସେମାନେ କେହି ସେମାନଙ୍କର ଏହି ମତକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ନ ଥିଲେ।
କ୍ୟାଡର ଆବଣ୍ଟନକୁ ନା
୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କ କ୍ୟାଡର ଆବଣ୍ଟନକୁ ଦିଲ୍ଲୀ ହାଇକୋର୍ଟ ମନାକରିଦେବା ଘଟଣା ମୋଦି ସରକାର ପାଇଁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ନୂତନ କ୍ୟାଡର ଆବଣ୍ଟନ ନୀତି ପକ୍ଷପାତଦୁଷ୍ଟ ଓ ବେଆଇନ ବୋଲି କୋର୍ଟ ମତ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଇଏଏସ୍‌ ଓ ଆଇପିଏସ୍‌ ପାଇଥିବା ସଫଳ ପ୍ରାର୍ଥୀମାନଙ୍କୁ ଦିଆଯାଇଥିବା କ୍ୟାଡରକୁ ନାକଚ କରି ସେମାନଙ୍କୁ ସେମାନଙ୍କ ଯୋଗ୍ୟତା ତଥା ପସନ୍ଦ ଅନୁସାରେ ସାନି କ୍ୟାଡର ଆବଣ୍ଟନ କରିବା ଲାଗି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲା ଦାଏର କରିଥିବା ପ୍ରାର୍ଥୀମାନଙ୍କର ଅଭିଯୋଗ ହେଲା, ଉକ୍ତ ନୀତି ବା ଯୋଗ୍ୟତା ଓ ନିଜ ପସନ୍ଦ ଭିତ୍ତିରେ କେନ୍ଦ୍ର ସରକାର ସେମାନଙ୍କୁ କ୍ୟାଡର ଦେଇନାହିଁ। ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ସରକାରଙ୍କୁ ପୁଣି ପଛକୁ ହଟି ନୂଆକରି କ୍ୟାଡର ଆବଣ୍ଟନ କରିବାକୁ ପଡ଼ିବ। ଉକ୍ତ ଆବେଦନକାରୀ ପ୍ରାର୍ଥୀମାନେ ସେମାନଙ୍କୁ ଆବଣ୍ଟିତ କ୍ୟାଡର ଅନୁଯାୟୀ ଦିଆଯିବାକୁ ଥିବା ତାଲିମ ଆରମ୍ଭ ହେବା ପୂର୍ବରୁ ନିଜ ଅଭିଯୋଗ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ କୋର୍ଟ ସେମାନଙ୍କୁ ନ୍ୟାୟ ଓ ଆଶ୍ୱସ୍ତି ଦେଇଥିବା ଜଣାପଡ଼ିଛି।
ଆଗୁଆ କାର୍ଯ୍ୟସୂଚୀ
ପ୍ରବଳ ଗରମ ଓ ସାଧାରଣ ନିର୍ବାଚନର ଧୂଳି ଉଡ଼ିବା ବେଳେ ସରକାରଙ୍କ ବ୍ୟବସାୟ ବନ୍ଦ ହୋଇନାହିଁ। ନେତାମାନେ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବେଳେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକର ବାବୁମାନେ ନୂଆ ସରକାର ପାଇଁ ୧୦୦ଦିନିଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିଲେ, ଯାହାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଉପସ୍ଥାପନ କରିବେ। ଏ ଦିଗରେ ମାନବସମ୍ବଳ ମନ୍ତ୍ରଣାଳୟ (ଏଚ୍‌ଆର୍‌ଡି) ଅଧିକ ମହତ୍ତ୍ୱାକାଂକ୍ଷୀ। କାରଣ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏହି ମନ୍ତ୍ରଣାଳୟ ପାଞ୍ଚବର୍ଷିଆ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ପୂର୍ବତନ ରାଜସ୍ବ ସଚିବ ହସମୁଖ ଆଧିଆ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ଓ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ. ବିଜୟ ରାଘବନ୍‌ ପ୍ରମୁଖ ଏହି ଯୋଜନା ପ୍ରସ୍ତୁତିରେ ଅଂଶୀଦାର ଅଛନ୍ତି। ଗତମାସରେ ମସୌରୀସ୍ଥିତ ଲାଲ୍‌ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀଠାରେ ଏ ନେଇ ଏକ ବିଚାର-ମନ୍ଥନମୂଳକ ଅଧିବେଶନ ଆୟୋଜିତ ହୋଇଥିଲା। ଆଧିଆଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞମଣ୍ଡଳୀ ଉଚ୍ଚଶିକ୍ଷାରେ କେମିତି ଦୁଇଗୁଣ ପିଲା ନାମ ଲେଖାଇବେ, ତା’ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ତା’ ସହ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଲାଗି କାନ୍ତ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସମ୍ଭବତଃ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୁନଶ୍ଚ କ୍ଷମତାକୁ ଫେରିବେ ବୋଲି ସେମାନେ ପୂର୍ବାନୁମାନ କରି ଏଭଳି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri