ଅବସର ପରେ

ଭାରତବର୍ଷରେ କୌଣସି ବ୍ୟକ୍ତି ପଦପଦବୀ ହାସଲ କଲା ପରେ ତାଙ୍କ ଦୃଷ୍ଟି ଅବସର ପରବର୍ତ୍ତୀ ସମୟ ଉପରେ ପଡ଼ିଥାଏ। ସେଥିପାଇଁ ଅନେକ ନ୍ୟାୟାଧୀଶ ନିଜ କର୍ମମୟ ଜୀବନ ଭିତରେ ସେହି ସମୟର ସରକାରଙ୍କୁ ସୁହାଇଲା ଭଳି ରାୟ ଦେଇ କ୍ଷମତାର ନିକଟତର ହେବା ଲାଗି ଚେଷ୍ଟା କରିଥାଆନ୍ତି। ତାହାର ଉଦାହରଣ ମଧ୍ୟ ଯଥେଷ୍ଟ ରହିଛି। ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆଦର୍ଶ କୁମାର ଗୋଏଲ ଚାକିରିରୁ ଅବସର ନେବା ପରେ ତାଙ୍କୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଅଧ୍ୟକ୍ଷ କରାଯାଇଥିଲା। ତାଙ୍କର ଏହି ପଦବୀ ଲାଭ କରିବା ପଛରେ ରହସ୍ୟ ଥିଲା ଯେ, ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ସପକ୍ଷରେ ଥିବା ଏସ୍‌ସି/ଏସ୍‌ଟି ଫ୍ରିଭେନଶନ ଅଫ୍‌ ଆଟ୍ରୋସିଟିଜ୍‌ ଆକ୍ଟ ଅର୍ଥାତ୍‌ ସେମାନଙ୍କ ବିରୋଧରେ ହେଉଥିବା କାର୍ଯ୍ୟକୁ ପ୍ରତିରୋଧ କରିବା ଆଇନକୁ ଗୋଏଲ ସମ୍ପୂର୍ଣ୍ଣ ଭାବେ ପାଣିଚିଆ କରିଦେଇଥିଲେ। ଗୋଏଲଙ୍କ ଏହି ଦଳିତ ବିରୋଧୀ ମନୋଭାବ ଯୋଗୁ ତାଙ୍କ ଅବସର ପରେ ମୋଦି ସରକାର ତାଙ୍କୁ ଉପାଧି ଦେଲା ଭଳି ଏନ୍‌ଜିଟିରେ ଅବସ୍ଥାପିତ କରିଥିଲେ। ସେହିଭଳି ଜଷ୍ଟିସ ଏ.କେ. ସିକ୍ରି ତାଙ୍କ କାର୍ଯ୍ୟକାଳ ବେଳେ ସରକାରଙ୍କଠାରୁ ଅବସର ପରବର୍ତ୍ତୀ ଦାୟିତ୍ୱ ଗ୍ରହଣ କରିନେଲେ। ଗଣମାଧ୍ୟମରେ ସେ ସମ୍ପର୍କରେ ଆଲୋଚନା ହେବା ଯୋଗୁ ଜଷ୍ଟିସ ସିକ୍ରି ସେହି ପଦବୀକୁ ଗ୍ରହଣ କଲେ ନାହିଁ। ଅନୁରୂପ ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଥିବା ପି. ସଥାସିଭମ୍‌ଙ୍କୁ ଏକ ରାୟ ପାଇଁ ତାଙ୍କୁ କେରଳର ରାଜ୍ୟପାଳ ପଦବୀ ମିଳିଥିଲା। ପୁଣି ଦେଖିଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସୁନୀଲ ଗୌର ସମ୍ଭବତଃ ତାଙ୍କ ଶେଷ ରାୟରେ ପୂର୍ବତନ କଂଗ୍ରେସ ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିବାରୁ ତାଙ୍କୁ ପୁରସ୍କାର ଆକାରରେ ଆପିଲେଟ ଟ୍ରିବ୍ୟୁନାଲ ଫର୍‌ ପ୍ରିଭେନ୍‌ଶନ ଅଫ୍‌ ମନି ଲଣ୍ଡରିଂର ଅଧ୍ୟକ୍ଷ ପଦବୀ ଦିଆଯାଇଥିଲା।
ଏସବୁ କେବଳ ମୋଦି ସରକାରଙ୍କ ସମୟରେ ନୁହେଁ, ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଏହିଭଳି ଅନିୟମିତତା ଲାଗି ରହିଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ସମ୍ଭବତଃ ଏପରି ପଦବୀ ମଣ୍ଡନ କରିବା ସକାଶେ ଜଷ୍ଟିସ ଏମ୍‌.ସି. ଚଗଲା ପ୍ରଥମ ପାଦ ପକାଇଥିଲେ। ସରକାରଙ୍କ ସପକ୍ଷରେ ରାୟ ଦେଇଥିବାରୁ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ ୧୯୫୮ରୁ ୧୯୬୧ ପର୍ଯ୍ୟନ୍ତ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦାୟିତ୍ୱ ଦେଇଥିଲେ। କେବଳ ବିଚାରପତି ନୁହନ୍ତି, ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ମଧ୍ୟ ଅନିୟମିତତା ବା ବେଆଇନ କାର୍ଯ୍ୟ କରି ସେହି ସମୟର ସରକାରଙ୍କୁ ଯଦି ଖୁସି କରିପାରିଲେ, ସେମାନଙ୍କୁ ବଡ଼ଧରଣର ଉପାଧି ମିଳୁଥିବାର ଦେଶବାସୀ ଜାଣିଛନ୍ତି।
ଭାରତ ଏଭଳି ଏକ ଲଜ୍ଜାଶୀଳ ଦେଶରେ ପରିଣତ ହେଲାଣି ଯେ ଦେଶର କ୍ଷତି ଘଟାଇବାକୁ କେହି ପଛାଉ ନାହାନ୍ତି। ଅନିୟମିତତା ଘଟାଉଥିବା କ୍ଷମତାସୀନ ବ୍ୟକ୍ତିମାନଙ୍କୁ କୌଣସି ନିନ୍ଦା କିମ୍ବା ଅପମାନ ଦିଆଯାଉ ନ ଥିବାରୁ ସେମାନଙ୍କ ସାହସ ବଢ଼ିବାରେ ଲାଗିଛି। ଏଠାରେ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରୋଲ (ସିଏଜି) ରହିଥିବା ବିନୋଦ ରାଏଙ୍କ କଥା ମନେପଡ଼େ। ଉପା ସରକାର ସମୟରେ କୋଇଲା ଦୁର୍ନୀତି ଓ ୨ଜି ସ୍କାମ୍‌ ଯୋଗୁ ସମଗ୍ର ଦେଶକୁ କ୍ଷତି ଘଟିଛି ବୋଲି ରିପୋର୍ଟ ଦେଇ ବିନୋଦ ପ୍ରଶଂସାର ପାତ୍ର ହୋଇଥିଲେ। ପରବର୍ତ୍ତୀ ସମୟରେ ସେହିସବୁ ମାମଲା ଯେତେବେଳେ ବିଚାର ହେଲା, ସେତେବେଳେ ଅଦାଲତଙ୍କ ରାୟରୁ ଜଣାପଡ଼ିଲା ଯେ ସିଏଜି ରିପୋର୍ଟ ତ୍ରୁଟିପୂର୍ଣ୍ଣ ଓ ବିଭ୍ରାନ୍ତିକର ଥିଲା। ତେବେ ୨୦୧୬ରେ ବିନୋଦଙ୍କୁ ବ୍ୟାଙ୍କସ ବୋର୍ଡ ବ୍ୟୁରୋ (ବିବିବି)ର ପ୍ରଥମ ଅଧ୍ୟକ୍ଷ କରାଯାଇଥିଲା। ସେହିଭଳି ଉପା-୨ ସମୟରେ ତତ୍‌କାଳୀନ ସ୍ଥଳସେନା ମୁଖ୍ୟ ଥିବା ଭି.କେ. ସିଂ ସରକାର ବିରୋଧରେ ମତ ଦେଲେ ଏବଂ ଗୁଜବ ହେଲା ଯେ ଆର୍ମିର କେତେକ ୟୁନିଟ୍‌କୁ ଦିଲ୍ଲୀ ଉପରେ ଚଢ଼ାଉ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ତା’ ପରେ ତାଙ୍କୁ ଏନ୍‌ଡିଏ ସରକାରରେ ମନ୍ତ୍ରୀ କରାଗଲା।
ସଦ୍ୟ ଘଟଣାକୁ ଦେଖିଲେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ବିପିନ୍‌ ରାଓ୍ବତ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଇଥିବା ମନ୍ତବ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସିଏଏକୁ ବିରୋଧ କରିବା ଲାଗି ଯୁବବର୍ଗଙ୍କୁ ଭୁଲ ରାସ୍ତା ଦେଖାଉଥିବା ବ୍ୟକ୍ତି ନେତା ନୁହନ୍ତି ବୋଲି ସେନାଧ୍ୟକ୍ଷ କହିଥିଲେ। ତାଙ୍କର ଏଭଳି କହିବା ପଛରେ ସ୍ବାର୍ଥ ରହିଥିବା ବୁଝାପଡ଼ିଯାଉଛି। ୨୪ ଡିସେମ୍ବରରେ କେନ୍ଦ୍ର କ୍ୟାବିନେଟ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀକୁ ମଞ୍ଜୁରୀ ଦେଇଥିଲେ। ତେଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ମିଲିଟାରୀ ପଦବୀରେ ରାଓ୍ବତଙ୍କୁ ଅବସ୍ଥାପିତ କରାଯିବାର ସମ୍ଭାବନା ଥିବାରୁ ସେନାଧ୍ୟକ୍ଷ ସରକାରଙ୍କ ସପକ୍ଷବାଦୀ ମନ୍ତବ୍ୟ ଦେବାକୁ ଆଗେଇ ଆସିଥିବା ଆଲୋଚନା ହେଉଛି। ଅନେକେ ତାଙ୍କୁ ସମାଲୋଚନା କରିବାକୁ ଯାଇ ସରକାରଙ୍କ ଦ୍ୱାରା ଦେଖାଇ ଦିଆଯାଇଥିବା ଲୋଭରେ ପଡ଼ି ଏପରି କହିଥିବା ଅଭିଯୋଗ କରିଛନ୍ତି। ବାସ୍ତବରେ ୟୁନିଫର୍ମରେ ଥିବା ବ୍ୟକ୍ତିମାନେ ନିରପେକ୍ଷ ରହିବା କଥା। କିନ୍ତୁ ଅବସର ପରବର୍ତ୍ତୀ ଲୋଭ ଅନେକଙ୍କୁ ଭୁଲ କାର୍ଯ୍ୟ କରାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri