ଅପମୃତ୍ୟୁ ହେଲା ହତ୍ୟା ମାମଲା

ଖୁଣ୍ଟା, ୬ା୬(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧିନ ଗୋଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଛି। ଏଥିନେଇ ଖୁଣ୍ଟା ଥାନାରେ ଏକ ମାମଲା (ନଂ.୬୧/୧୯) ରୁଜୁ ହେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୋଡିସାହି ଗ୍ରାମର ସର୍ବେଶ୍ୱର ପାତ୍ର ଗତ ମେ ୧୫ ତାରିଖରେ ନିକଟସ୍ଥ ଆମ୍ବଯୋଡ଼ା ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ବେଳେ ୧୭ ତାରିଖରେ ମହୁଲଡିହି ଗ୍ରାମ ନିକଟରେ ଥିବା ଏକ ପୋଖରୀରୁ ସର୍ବେଶ୍ୱରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ସମୟରେ ପୋଲିସ ପକ୍ଷରୁ ଏଥିନେଇ ୨୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ସର୍ବେଶ୍ୱରଙ୍କ ପତ୍ନୀ ରେବତୀ ପାତ୍ର ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ସମୟରେ ଘଟଣାଦିନ ସର୍ବେଶ୍ୱର ଓ ମହୁଲଡିହି ଗ୍ରାମର ବିଶ୍ୱନାଥ ମୁର୍ମୁ ସାଙ୍ଗ ହୋଇ ହାଟରୁ ଫେରୁଥିଲେ ବୋଲି ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ବିଶ୍ୱନାଥଙ୍କୁ ତଦନ୍ତ ପରିସରକୁ ଆଣିଥିଲେ । ମାତ୍ର ବିଶ୍ୱନାଥ ସେତେବେଳେ ଫେରାର ଥିଲେ। ପୋଲିସ ଅନୁସନ୍ଧାନ କରି କମିଶନରେଟ ପୋଲିସ ସହାୟତାରେ ବିଶ୍ୱନାଥଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ପଚରା ଉଚରା ସମୟରେ ସର୍ବେଶ୍ୱରଙ୍କୁ ହତ୍ୟା କରିଥିବା ବିଶ୍ୱନାଥ ସ୍ବୀକାର କରିଥିବା ପୋଲିସ କହିଛି । ଘଟଣା ଦିନ ସର୍ବେଶ୍ୱରଙ୍କ ସହିତ ହାଟରୁ ଫେରିବା ବାଟରେ ବିଭିନ୍ନ ସ୍ଥାନରେ ଉଭୟ ନିଶା ଦ୍ରବ୍ୟ ସେବନ କରିଥିବା ବେଳେ ନିଶାଗ୍ରସ୍ତ ଅବସ୍ଥାରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସର୍ବେଶ୍ୱର ଅଶ୍ଳୀଳ ଭାଷାରେ ବିଶ୍ୱନାଥଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିଶ୍ୱନାଥ ପାଖରେ ଥିବା ଏକ ସାଇକେଲ ସର୍ବେଶ୍ୱର ଉପରେ କଚାଡି ଦେବାରୁ ସର୍ବେଶ୍ୱର ତଳେ ପଡିଯାଇଥିଲେ। ପରେ ବିଶ୍ୱନାଥ ସର୍ବେଶ୍ୱରଙ୍କ ତଣ୍ଟି ଚିପି ଦେଇଥିଲେ। ସର୍ବେଶ୍ୱର ମରି ଯାଇଛି ବୋଲି ଜାଣିବା ପରେ ବିଶ୍ୱନାଥ ତାଙ୍କ ମୃତଦେହକୁ ମହୁଲଡିହି ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗିଦେଇ ଚାଲି ଯାଇଥିବା ଥାନା ସୂତ୍ରରୁ ଜଣାପଡିଛି। ଅଭିଯୁକ୍ତ ବିଶ୍ୱନାଥଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?