ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା ଅଭିିଯୋଗ ହୋଇଛି। ଏହି ପ୍ରତିବାଦରେ ଗ୍ରାମବାସୀ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ପ୍ରଶାସନକୁ ସର୍ତକ କରାଇଛନ୍ତି। ଏହି ଗ୍ରାମକୁ ଗୁରୁବାର ସନ୍ଧ୍ୟାରୁ ଲାଇନ ନ ଥିବାବେଳେ ଲାଇନମ୍ୟାନଠାରୁ ଆରମ୍ଭ କରି ଜେଇ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଲାଇନମ୍ୟାନକୁ ଜଣାଇବାରୁ ଜେଇ ନ କହିଲେ ମୁଁ ଯିବିନାହିଁ କହୁଥିତ୍ବାବେଳେ ଜେଇ କହୁଛନ୍ତି ମୁଁ କ’ଣ ଲାଇନ ସଜାଡିବି ତୁମେ ଲାଇନମ୍ୟାନ କୁହ ବୋଲି ଗୋଡିସାହି ବିଦ୍ୟୁତ୍‌ ବିଭାଗ ଗ୍ରାମବାସୀଙ୍କୁ ଭୁଅଁା ବୁଲାଉଛନ୍ତି। ଗ୍ରାମବାସୀ ବିଦ୍ୟୁତ ବ୍ୟବହାର କରୁଛନ୍ତି ସତ ମାତ୍ର ଖରାପ ହେଲେ ମରାମତି ପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବାରୁ ସେମାନଙ୍କର କ୍ଷୋଭ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ଟି ହରିଜନ ଓ ଆଦିବାସୀ ପରିବାର ରହୁଛନ୍ତି। ସମସ୍ତେ ବିପିଏଲ ପରିବାରର ହୋଇଥିବାରୁ ୨୦୦୯ରେ ଗ୍ରାମକୁ ବିଜୁଜ୍ୟୋତି ମାଧ୍ୟମରେ ୬୩କେଭି ଟ୍ରାନ୍ସଫର୍ମର ଗ୍ରାମମୁଣ୍ଡରେ ବସିବା ସହ ଗ୍ରାମବାସୀଙ୍କୁ ଗୋଡିସାହି ବିଦ୍ୟୁତ ବିଭାଗ ପକ୍ଷରୁ ଏହିଠାରୁ ସଂଯୋଗ ଦିଆଯାଇଥିଲା। ଜମିମୂଲ୍ୟ ବୃଦ୍ଧି ସହ ବ୍ୟବସାୟିକ ଦୃଷ୍ଟିରୁ ଗ୍ରାମପାଖରେ କେତେକ ଜମି ବ୍ୟବସାୟୀ ପ୍ଲଟିଂକରି ଜମି ବିକିଥିଲେ। ଏହି ପ୍ଲଟିଂ ଜମିରେ ପ୍ରାୟ ୨୦ରୁ ୨୫ଟି ଲୋକ ଘର କରି ରହିବା ସହ ଏହି ୬୩କେଭି ଟ୍ରାନ୍ସଫର୍ମରରୁ ସେମାନଙ୍କୁ ବିଦ୍ୟୁତ ସଂଯୋଗ ଗୋଡିସାହିି ବିଦ୍ୟୁତ ବିଭାଗ ଦେଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ଗୋଡିସାହି ବିଦ୍ୟୁତ ବିଭାଗ ମଧ୍ୟରେ ବିବାଦ ଦେଖାଯାଇଥିଲା। କାରଣ ନୂଆ ଲୋକଙ୍କୁ ଏହି ଟ୍ରାନ୍ସଫର୍ମରୁ ବିଦ୍ୟୁତ ଦେବାରୁ ବିପିଏଲ ପରିବାରଙ୍କ ଘରେ ସନ୍ଧ୍ୟା ସମୟରେ ସମ୍ପୂର୍ଣ୍ଣ ଲୋ-ଭଲଟେଜ ହୋଇଯାଏ। ଏପରିକି ନୂଆକରି ରହିଥିବା ଲୋକମାନଙ୍କ ପାଇଁ ଏକ ଅଲଗା ଟ୍ରାନ୍ସଫର୍ମର ବସାଇବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ସରକାରଙ୍କର ଏହି ସୁବିଧାକୁ ଗରିବ ବିପିଏଲଧାରୀ ପାଉଥିଲେ ମଧ୍ୟ ସନ୍ଧ୍ୟାହେବା ମାତ୍ରେ ଡିବିରି ଭଳି ଆଲୁଅ ଜଳୁଛି। ଗୁରୁବାର ସନ୍ଧ୍ୟାରୁ ଟ୍ରାନ୍ସଫର୍ମର ପାଖରୁ ଫେଜ କଟିଯିବାରୁ ସମସ୍ତଙ୍କୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏ ନେଇ ଗ୍ରାମବାସୀ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାରୁ ନିରାଶ ହୋଇ ଫେରିବାକୁ ପଡିଛି। ଫଳରେ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ ନିଜ ହକ ପାଇଁ ଏଥର ରାଜରାସ୍ତାକୁ ଯାଇ ବିରୋଧ କରିବୁ ବୋଲି ଭୁବନପୁର ଗ୍ରାମ୍ୟ କମିଟିର ସଭାପତି ରଞ୍ଜନ କୁମାର ଭଟ ଓ ସମ୍ପାଦକ ତ୍ରିଲୋଚନ ଭୋଇ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଡିସାହି ବିଦ୍ୟୁତ ବିଭାଗର ଜେଇ ଭବାନି ଶଙ୍କର ମହନ୍ତ କୁହନ୍ତି, ବାତ୍ୟାପରେ ମନଇଚ୍ଛା ସେହି ଗ୍ରାମବାସୀ ଲାଇନ ଦେବାନବା କରୁଥିଲେ। ଏ ବିଷୟକୁ ନେଇ ଲାଇନମ୍ୟାନ ସହ ଗ୍ରାମବାସୀଙ୍କର ପାଟିତୁଣ୍ଡ ହୋଇଛି। ଏବେ ଯେଉଁ ଫେଜ କଟିଛି ଲାଇନମ୍ୟାନକୁ ମୁଁ ବୁଝାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri