୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଆମ୍ବେଦକର ଛକ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସିର୍ଲା ପଞ୍ଚାୟତ ଏଗାର ଗୋଟି ୱାର୍ଡ ଓ କୋଟଗ ବ୍ଲକ ସର୍ତ୍ତୁଲ ପଞ୍ଚାୟତର ଦୁଇ ଗୋଟି ୱାର୍ଡ ଏପରି ୧୩ଟି ୱାର୍ଡ ୧୧ ଦିନ ହେବ ବିଦ୍ୟୁତ ନଥିବାରୁ ଅନ୍ଧାରରେ ରହିଛନ୍ତି ଅଞ୍ଚଳବାସୀ। ବିଦ୍ୟୁତ ନଥିବାରୁ ପିଲା ମାନଙ୍କର ପାଠ ପଢା ପ୍ରଭାବିତ ହୋଇଛି। ମୋବାଇଲ ସ୍ବଚି ଅଫ ହେବାରୁ ଜ୍ୱର ବେମାର କେହି ଯଦି ପୀଡ଼ିତ ହେଲେ ୧୦୮ ଆମ୍ବୁଲାନ୍ସକୁ ଯୋଗା ଯୋଗ କରିବାରେ ମଧ୍ୟ ବିଫଳ ହୋଇଛନ୍ତି। ରାତି ସାରା ଅନ୍ଧାରରେ ରହିବା ବି କଷ୍ଟ ହେଉଛି। ଦୂରରେ ଅବା ବିଦେଶରେ ରହିଥିବା ନିଜ ପରିଜନମାନଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବା ଭଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଉକ୍ତ ବାବଦରେ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫୋନରେ ଜଣାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଫୋନ ରିସିଭ କରୁନଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ୪ଘଣ୍ଟା କାର୍ଯ୍ୟାଳୟ ଘେରାଉ କରିବା ପରେ ଖବର ପାଇ ତୁମୁଡିବନ୍ଧ ପୋଲିସ ଓ ତହସିଲଦାର ଦୋଳ ଗୋବିନ୍ଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଏକ ପ୍ରତିନିଧି ଦଳ ଗଠନ କରି ତୁମୁଡିବନ୍ଧ ଥାନାକୁ ଯାଇ ସେଠାରେ ବିଭାଗୀୟ ଅଧିକାରୀ,ତହସିଲଦାର ଓ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ଉପସ୍ଥିତିରେ ଆଲୋଚନା କରି ସ୍ଥାୟୀ ସମାଧାନ କରିବା ଏବଂ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଘେରାଉ ହଟିଲା ବୋଲି ସିର୍ଲା ସରପଞ୍ଚ ନୁସୁଙ୍ଗା ମାଝୀ କହିଛନ୍ତି। ଏହି ବାବଦରେ ତୁମୁଡିବନ୍ଧ ବିଦ୍ୟୁତ ବିଭାଗର ଯନ୍ତ୍ରୀ ପ୍ରଭୁ ଦତ୍ତ ସାହୁଙ୍କୁ ପଚାରିବାରୁ ସେ ବର୍ଷା ଯୋଗୁ ବିଦ୍ୟୁତ ବିଭ୍ରାଟ ହୁଏ ବୋଲି କହିଛନ୍ତି। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୯ା୮: ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରିବା ଭଳି ବିଷୟବସ୍ତୁ ଅନ୍‌ଲାଇନରେ ପୋଷ୍ଟ କରିବାରୁ ପୋଲିସ ସଂଗଠନକୁ ରୋକିବା ପାଇଁ…

ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟଦେଇ ଗତି କରିବା ସହ ଦୁର୍ବଳ ହୋଇ…

ସରକାରଙ୍କ ଘୋଷଣା: ୩ୟ ସନ୍ତାନ ପାଇଁ ସରକାରୀ କର୍ମଚାରୀଙ୍କୁ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ, ୧୯।୮: ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ…

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri