ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି ରାସ୍ତାର ବୁଲାଣି ରାସ୍ତାରେ ବୁଲିପାରି ନ ଥିଲା ଫଳରେ ବିପଦସଂକୁଳ ଅବସ୍ଥାରେ ଅଟକି ରହି ଆଉ ଆଗକୁ କିମ୍ବା ପଛକୁ ହୋଇପାରି ନ ଥିଲା। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ରାଜପଥରେ ଯାତ୍ରୀବାହୀ ବସ୍‌ ସମେତ ବହୁ ଗାଡ଼ିମୋଟର ଅଟକି ରହିଥିଲା। ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର, ଭଞ୍ଜନଗର, ଆସିକାକୁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଦାରିଙ୍ଗବାଡ଼ିରୁ ଯାତ୍ରୀମାନେ କିଛି ଗଜପତି ମୋହନା ବ୍ଲକ ଦେଇ ବ୍ରାହ୍ମଣୀଗାଁ ହୋଇ ଦାରିଙ୍ଗବାଡି, ବାଲିଗୁଡ଼ା ଆଦିକୁ ଯାତାୟାତ ହୋଇଥିଲେ। ଫଳରେ ଯାତ୍ରୀ ହଟହଟା ହେବା ସହ ଖର୍ଚ୍ଚାନ୍ତ ହୋଇଥିଲେ। ଖବର ଲେଖିହେବା ସୁଦ୍ଧା ଉକ୍ତ ରାଜପଥରେ ଗାଡ଼ିମୋଟର ଯାତାୟାତ ସ୍ବାଭାବିକ ହୋଇନାହିଁ।

ପ୍ରକାଶ ଯେ, ବାରମ୍ବାର ଭାରୀଯାନ ବୁଲାଣି ରାସ୍ତାରେ ବୁଲାଇ ନ ପାରି ଘଣ୍ଟା ଘଣ୍ଟା ଅଟକି ଯାଉଛି। ଏଥିପାଇଁ ଉକ୍ତ ଘାଟି ରାସ୍ତାରେ ବାରମ୍ବାର ଅନ୍ୟ ଗାଡ଼ିମୋଟର ଯାତାୟାତ ବନ୍ଦ ହୋଇପଡୁଛି। ଜାତୀୟ ରାଜପଥ ପକ୍ଷରୁ ଉକ୍ତ ଅଣଓସାରିଆ ଘାଟିରାସ୍ତାରେ ଭାରୀଯାନ ଚଳାଚଳ ପାଇଁ ବାରଣ କରିବା ସହ ବଡ଼ବଡ଼ ହୋଡିଂ ମାଧ୍ୟମରେ ସୂଚନା ପ୍ରଦାନ କରିଛି। ଏହାକୁ ଅମାନିଆ ଭାରୀଯାନଗୁଡ଼ିକ ଯାତାୟାତ କରି ପ୍ରତିଦିନ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ସେହିପରି ଉକ୍ତ ରାଜପଥର ଘାଟିରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ କେନ୍ଦ୍ର ସରକାର ୭ ଶହ ୨୦ କୋଟି ଅନୁମୋଦନ କରିଥିଲେ ମଧ୍ୟ ତାହା କେଉଁଠି ନା କେଉଁଠି ବିଳମ୍ବ ଯୋଗୁଁ ବାରମ୍ବାର ଅଣଓସାରିଆ ପ୍ରାୟ ୧୭ କିମି ରାସ୍ତା ଯାତାୟାତ ପାଇଁ ବିପଦ ସୃଷ୍ଟି କରିବା ସହ ବାରମ୍ବାର ଘାଟିରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

ପ୍ରଶାସନିକ ଉଦାସୀନତା: ୨ଜଣ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ…

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri