ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି ରହିଥିବା ଝିପିଝିପି ବର୍ଷା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆବୃତ କରି ରଖିଛି। କୁହୁଡ଼ିର ପ୍ରଭାବ ଏତେ ଅଧିକ ରହୁଛି ଯେ ଦିନ ଦ୍ୱିପ୍ରହରରେ ମଧ୍ୟ ରାସ୍ତାଘାଟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ୁଛି। ଫଳରେ, ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ହେଡଲାଇଟ ଜଳାଇ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ଏହି ଅଦିନିଆ ପାଣିପାଗ ଯୋଗୁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଓ କୁହୁଡ଼ି ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି। କେବଳ ଅତି ଜରୁରୀ କାର୍ଯ୍ୟ ଥିଲେ ହିଁ ଲୋକମାନେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ କିମ୍ବା ବଜାର ସଉଦା ପାଇଁ ବାହାରକୁ ଆସୁଛନ୍ତି।

ହଠାତ ମାଡ଼ି ଆସୁଥିବା ବର୍ଷାରେ ଭିଜି ଅନେକ ପଥିକ ଓ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ, ଅନ୍ୟପଟେ ଏହି ଶୀତଳ ଓ ରୋମାଞ୍ଚକର ପରିବେଶକୁ କିଛି ସ୍ଥାନୀୟ ଯୁବପିଢ଼ି ବେଶ ଉପଭୋଗ କରୁଥିବା ମଧ୍ୟ ନଜରକୁ ଆସିଛି। ଏହି ଅଞ୍ଚଳିରେ କୌଣସି ପାଣିପାଗ କେନ୍ଦ୍ର ନଥିବା ବେଳେ ଇଣ୍ଟରନେଟରୁ ମିଳିଥିବା ସୂଚନା ଅନୁସାରେ, ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଏବଂ ସ୍ଥାନୀୟ ଲଘୁଚାପ ବଳୟ ଯୋଗୁ ଅଞ୍ଚଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଏହିଭଳି ରହି ରହି ହାଲୁକା ବର୍ଷା ଓ ପାଗ କୁହୁଡ଼ିଆ ରହିବାର ସମ୍ଭାବନା ଅଛି। ପ୍ରଶାସନ ତରଫରୁ କୁହୁଡ଼ି ସମୟରେ ରାସ୍ତାରେ ସତର୍କତାର ସହ ଗାଡ଼ି ଚଳାଇବାକୁ ଏବଂ ବର୍ଷା ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଥଲାପତି ବିଜୟ କ’ଣ କେବଳ ଖ୍ରୀଷ୍ଟିଆନଙ୍କ ମୁଖ୍ୟମନ୍ତ୍ରୀ?’ କର୍ନାଟକ ଭାଜପା ଅଧ୍ୟକ୍ଷଙ୍କ ପ୍ରଶ୍ନରେ ବଢ଼ିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ, ୧୯।୮: କର୍ନାଟକ ଭାଜପା ଅଧ୍ୟକ୍ଷ ତଥା ବିଧାୟକ ବି.ୱାଇ. ବିଜୟେନ୍ଦ୍ର ଚାମରାଜନଗରରେ ହୋଇଥିବା ଏକ ଉତ୍ତେଜନାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ହୋଟେଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୧୯।୯: କୋଲକାତାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri