Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

ନୂଆଦିଲ୍ଲୀ,୧୨।୪ (ପି.ଟି.): କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ବିଭିନ୍ନ କ୍ରୀଡ଼ ଓ ଇଭେଣ୍ଟଗୁଡିକ ଠପ୍‌ ହୋଇଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବାର ଜରୁରୀ ହୋଇପଡିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରିଦ୍ଦିନ କହିଛନ୍ତି। ବିଶ୍ୱର ସବୁ ଦେଶର କ୍ରିକେଟ ବୋର୍ଡ ବୈଠକରେ ବସି ଏ ସଂକ୍ରାନ୍ତରେ ଆଲେଚନା କରି କ୍ୟାଲେଣ୍ଡର ପରିବର୍ତ୍ତନ ନେଇ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।
କେବଳ ସେତିକି ନୁହଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ସ୍ଥିର କରିବାକୁ ହେଲେ ଫ୍ୟୁଚର ଟୁର ପ୍ରୋଗ୍ରାମ (ଏଫଟିପି)ରେ ମଧ୍ୟ ପରିବର୍ତ୍ତନ କରିବାର ଜରୁରୀ ହୋଇପଡିଛି ବୋଲି ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ) ଅଧ୍ୟକ୍ଷ ଆଝାରୁଦ୍ଦିନ କହିଛନ୍ତି। ଉଭୟ ଘରୋଇ ଓ ବିଦେଶୀ ଖେଳାଳିଙ୍କ ପାଇଁ ଆଇପିଏଲ ବେଶ୍‌ ଗୁରୁତ୍ୱବହନ କରୁଥିବାରୁ ଏପରି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଭୋଭିଡ-୧୯ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଭଳି ସ୍ଥିତିର ମୁକାବିଲା କରିବାକୁ ହେଲେ ଆଗମୀ ଦୁଇ ବର୍ଷର ଏଫ୍‌ଟିପିରେ ପରିବର୍ତ୍ତନ ଆଣି ଏହାକୁ ନୂଆ କରି ଧାର୍ଯ୍ୟ କରାଯିବାକୁ ପ୍ରୟାସ କରାଯିବା ଉଚିତ ବୋଲି ସେ କହିଛନ୍ତି। ଖରାପ୍‌ ସମୟର ମୁକାବିଲା ପାଇଁ ପ୍ରସ୍ତୁତ୍‌ ରହିବା ଆବଶ୍ୟକ ହେବାଲି ୫୭ ବର୍ଷୀୟ ଆଝାରୁଦ୍ଦିନ କହିଛନ୍ତି। ଥରେ ପରସ୍ଥିତି ସ୍ବାଭାବିକ ହେଲେ ଅନ୍ୟ ସଭ୍ୟ ଦେଶ ସହ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। ଆଇପିଏଲ ଗତ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ମେ ୨୪ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଆଇପିଏଲ୍‌ ସ୍ଥଗିତ ରହିଛି।
ଆଇପିଏଲ କାର୍ଯ୍ୟସୂଚୀ ସ୍ଥିର କରିବାକୁ ହେଲେ ସମ୍ପୂର୍ଣ୍ଣ ଏଫ୍‌ଟିପିରେ ପରିର୍ତ୍ତନର ଆବଶ୍ୟକତା ରହିଛି। ନହେଲେ ଚଳିତ ଏଫ୍‌ଟିପି ଅନୁସାରେ ଆଇପିଏଲ ଆୟୋଜନ ହେବା ନିଶ୍ଚିତ ଭାବେ କଷ୍ଟକର ହେବ। ଆଇପିଏଲ୍‌କୁ କୌଣସି ଦେଶରେ ବୋର୍ଡ ବିରୋଧ କରିବେ ନାହିଁ। ଏପରିକି ବିଦେଶୀ ଖେଳାଳିମାନେ ମଧ୍ୟ ନୁହଁ। ଜୋସ୍‌ ବଟଲର, ପ୍ୟାଟ କୁମିନ୍ସଙ୍କ ଭଳି ଖେଳାଳି ଆଇପିଏଲ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି ବୋଲି ସେ କହିଛନ୍ତି। ସେହିପରି ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ମଧ୍ୟ ବାତିଲ ହେବା ଉଚିତ ନୁହଁ ବୋଲି ସେ ମତ ଦେଇଛନ୍ତି। ଅଝାରୁଦ୍ଦିନ ୯୯ ଟେଷ୍ଟ ଓ ୩୩୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ଓ ୩ଟି ଦିନିକିଆ ବିଶ୍ୱକପ୍‌ରେ ଭାରତର ନେତୃତ୍ୱ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri