ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ: ପ୍ରତ୍ୟେକଙ୍କ ଜିଇଁବାର ଅଧିକାର ରହିଛି

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କ ଜିଇଁବାର ଅଧିକାର ରହିଛି। ଏହି ଅନୁଯାୟୀ ଭିନ୍ନକ୍ଷମଙ୍କୁ ଏଥିରୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଯଦି ସେଭଳି କିଛି ଘଟେ ତେବେ ଭିନ୍ନକ୍ଷମଙ୍କୁ କୋର୍ଟ, କଚେରି, ମାଲିମକଦ୍ଦମା ପରିଚାଳନା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ମାଗଣାରେ ଓକିଲ ଓ କୋର୍ଟ ଫି ଆଦି ଯୋଗାଇ ଦିଆଯିବ। ଅର୍ଥାତ୍‌ ବିନା ଅର୍ଥରେ ଭିନ୍ନକ୍ଷମ ମୋକଦ୍ଦମା ଲଢି ପାରିବେ। ମଙ୍ଗଳବାର ସ୍ଥାନୀୟ ଟାଉନ ହଲ ପରିସରରେ ଅନୁଷ୍ଠିତ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଆଇନ ସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହା କହିଥିଲେ। ସେ ଏକଥା ମଧ୍ୟ କହିଥିଲେ, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କୌଣସି ଭିନ୍ନକ୍ଷମଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କିତ ମାମଲାର ଶୁଣାଣି ଅଗ୍ରାଧିକାର ଭିତ୍ତିରେ ଅର୍ଥାତ୍‌ ୧ ବର୍ଷ ଭିତରେ କରାଯିବ। ତେଣୁ ଭିନ୍ନକ୍ଷମମାନେ ଆଦୌ ବିଚଳିତ ହେବା ଉଚିତ ନୁହେଁ। ଏଥିସହ ସମ୍ପ୍ରତ୍ତି ଭିନ୍ନକ୍ଷମମାନେ ମଧ୍ୟ କୌଣସି କ୍ଷେତ୍ରରେ କମ ନାହାନ୍ତି। ଏପରି କି ଅନେକ ଭିନ୍ନକ୍ଷମ ସକ୍ଷମଙ୍କଠାରୁ ଆଗରେ ରହୁଥିବା ପ୍ରାଧିକରଣ ସଚିବ ରାଉତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହାବ ଖାଁ ପୌରୋହିତ୍ୟ କରି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ୧୯୮୧ ମସିହାରୁ ପ୍ରତିବର୍ଷ ଡିସେମ୍ବର ୩କୁ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଭାବେ ପୃଥିବୀରେ ପାଳନ ପାଇଁ ଜାତିସଂଘ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଭିନ୍ନକ୍ଷମଙ୍କୁ ୨୧ ପ୍ରକାରରେ ଚିହ୍ନଟ କରିଛନ୍ତି। ଓଡ଼ିଶା ଲୋକ ସଂଖ୍ୟାର ୩୩% ଭିନ୍ନକ୍ଷମ ଅଛନ୍ତି। ୧୯୯୫ରେ ଭିନ୍ନକ୍ଷମ ଅଧିନିୟମ ପ୍ରଣୟନ କରାଯାଇଛି। ୧୯୯୫ରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଆରମ୍ଭ ହୋଇଥିଲା। ଜିଲାରେ ୩୪,୦୦୦ ଭିନ୍ନକ୍ଷମ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୧,୦୦୦ଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ ଭିନ୍ନକ୍ଷମଙ୍କୁ ମଧୁବାବୁ, ଇନ୍ଦିରା ଗାନ୍ଧୀ ଭତ୍ତା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ବାଣିଶ୍ରୀ ସ୍କଲାରସିପ୍‌, ସେମାନଙ୍କ ସହାୟତା ନିମନ୍ତେ ଟ୍ରାଇ ସାଇକେଲ, ହ୍ବିଲ ଚେୟାର, ଆଶାବାଡି, ବ୍ଲାଇଣ୍ଡ ଷ୍ଟିକ୍‌, ଶ୍ରବଣ ଯନ୍ତ୍ର ଆଦି ଯୋଗାଯାଉଛି। ଏଥିସହ ସରକାରୀ ଚାକିରିରେ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ୪% ସ୍ଥାନ ସଂରକ୍ଷଣ ଥିବା କହିଥିଲେ। ବିଜୁ ପକ୍କାଘର, ମୋ କୁଡିଆ ଯୋଜନାରେ ଘର ମିଳିପାରୁଛି ବୋଲି ଦାସ ସୂଚନା ଦେଇଥିଲେ। ପୂର୍ବାହ୍ନରେ ଭିନ୍ନକ୍ଷମ ପିଲାଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାକୁ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?