ଅନୁପ୍ରବେଶକାରୀଙ୍କ ତଥ୍ୟ ଦେବାକୁ ଥାନାକୁ ଚିଠି

ରାଜନଗର, ୨୧ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ବିପନ୍ନ ଅଧିବାସୀଙ୍କୁ ବଗପାଟିଆଠାରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୭୧ ପରିବାରକୁ ଥଇଥାନ କରାଯାଇଥିଲା। ଏବେ ସାତଭାୟାର ଆଉ ୧୪୮ପରିବାରଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ଚାରିଘରିଆର ୯୯ ପରିବାରକୁ ବଗପାଟିଆରେ ଥଇଥାନ କରାଯାଇଛି। ଚାରିଘରିଆର ଯେଉଁ ୯୯ ପରିବାରଙ୍କୁ ଥଇଥାନ ପାଇଁ ସରକାରୀ ସ୍ତରରେ ଜମି ଯୋଗାଇ ଦିଆଯାଇଛି, ସେମାନଙ୍କ ମଧ୍ୟରେ ବାଂଲା ଅନୁପ୍ରବେଶକାରୀ ଥିବା ନେଇ ଅଭିଯୋଗ ହେଉଛି। ୨୦୧୬ରେ ସେତେବେଳର ତହସିଲଦାର ଯେଉଁ ସନ୍ଦିଗ୍ଧ ବାଂଲା ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ରାଜନଗର ଥାନାରେ ଏତଲା ଦେଇଥିଲେ, ଏବେ ସେମାନଙ୍କୁ ବାଦ୍‌ ଦେଇ ତାଙ୍କର ଅନ୍ୟ ଦୁଇଭାଇ ଓ ୩ ଜଣ ପୁତୁରାଙ୍କୁ ଥଇଥାନ କରାଯାଇଛି। ଗୋଟିଏ ବାପର ଗୋଟିଏ ପୁଅ ଯଦି ବାଂଲାଦେଶୀ ହେଲା, ତାଙ୍କର ଆଉ ଦୁଇପୁଅ ଓ ତାଙ୍କର ୩ ଜଣ ପୁଅ କିପରି ଭାରତୀୟ ହେଲେ। ତହସିଲ ପ୍ରଶାସନ ସେମାନଙ୍କୁ ଥଇଥାନ ପାଇଁ କିପରି ଜମି ଯୋଗାଇଦେଲା। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ହରଡ଼ଘଣାରେ ପଡିଛି। ଗୁପ୍ତି ସର୍କଲର ରାଜସ୍ବ ନିରୀକ୍ଷକ ବିଜୟ ଜେନା ତାରାପଦଙ୍କ ଦୁଇଭାଇ ଓ ୩ଜଣ ପୁତୁରା ଭାରତୀୟ ବୋଲି ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଏପରି କି ସେମାନେ ୩୫ ବର୍ଷ ହେଲା ଚାରିଘରିଆରେ ରହୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି। ଅପରପକ୍ଷରେ ସେମାନେ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଫଟୋ ପରିଚୟ ପତ୍ର, ଆଧାର କାର୍ଡ, ରାଶନ କାର୍ଡ ଓ ଅନ୍ୟ ସରକାରୀ କାଗଜପତ୍ର ଦେଖାଇଛନ୍ତି। ଏହି ବାଂଲାଦେଶୀଙ୍କ ସମ୍ପର୍କରେ ପ୍ରକୃତ ତଥ୍ୟ ଜାଣିବାକୁ ଗୁରୁବାର ରାଜନଗର ତହସିଲଦାର ଚିଠି ନଂ. ୪୦୩୦ରେ ରାଜନଗର ଥାନାକୁ ସେମାନଙ୍କ ପ୍ରକୃତ ପରିଚୟ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।
ରାଜନଗର ତହସିଲ ପକ୍ଷରୁ ଥାନାକୁ ଦିଆଯାଇଥିବା ଚିଠିରେ ଗଣମାଧ୍ୟମରେ ବଗପାଟିଆରେ ବାଂଲା ଅନୁପ୍ରବେଶକାରୀଙ୍କୁ ଥଇଥାନ ସମ୍ପର୍କିତ ଖବର ପ୍ରକାଶ ପାଇଛି। ତାରାପଦ ରପ୍ତାନଙ୍କ ସମେତ ୫ଜଣଙ୍କ ପ୍ରକୃତ ପରିଚୟ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ଥାନାକୁ ଦିଆଯାଇଥିବା ଚିଠିରେ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ମଧ୍ୟ ସଂଯୋଗ କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଅଶ୍ୱିନୀ କୁମାର ଭୂୟଁାଙ୍କୁ ପଚାରିବାରୁ ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ସେମାନଙ୍କ ପ୍ରକୃତ ପରିଚୟ ଜାଣିବାକୁ ଆମେ ରାଜନଗର ଥାନାକୁ ଚିଠି କରିଛୁ ବୋଲି ସେ କହିଛନ୍ତି। ତଦନ୍ତ ରିପୋର୍ଟ ପରେ ସନ୍ଦିଗ୍ଧଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୭୦ ଦଶକ ପରଠୁଁ ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳରେ ବାଂଲା ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଏଯାଏ ଜାରି ରହିଛି। ବାଂଲା ଅନୁପ୍ରବେଶକାରୀମାନଙ୍କ କବ୍‌ଜାରେ ରାଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ୯୦ ଦଶକଠାରୁ ରହି ଆସୁଅଛି। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀଙ୍କର ବାଂଲା ଅନୁପ୍ରବେଶକାରୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସାତଭାୟାର ୭ଟି ଗଁା ଲୀନ ହେବା ପରେ ଅବଶିଷ୍ଟ ୫୭୧ଟି ସଂତ୍ରସ୍ଥ ପରିବାରଙ୍କୁ ରାଜ୍ୟ ସରକାର ଭିଟାମାଟିରୁ ଉଠାଇ ଆଣି ବଗପାଟିଆଠାରେ ଥଇଥାନ କରିଛନ୍ତି। ଏବେ ୫ ବାଂଲାଦେଶୀ ପରିବାରଙ୍କୁ ବଗପାଟିଆରେ ସ୍ଥାୟୀ ଭାବେ ବସବାସ କରିବାକୁ ରାଜସ୍ବ ବିଭାଗ ଜାଗା ଚିହ୍ନଟ କରି ଦେଇଛି। ଏହାକୁ ସାତଭାୟାବାସୀଙ୍କ ସମେତ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନଗର ତହସିଲ ପକ୍ଷରୁ ୨୦୧୬ ତଦନ୍ତ ବେଳେ ତାରାପଦ ପଶ୍ଚିମବଙ୍ଗର ନୁହେଁ, ବାଂଲାଦେଶରୁ ଆସିଥିବା ନେଇ ଜଣାପଡିଥିଲା। କିନ୍ତୁ ରାଜନୈତିକ ବଡ଼ପଣ୍ଡାମାନେ ନିଜର ସ୍ବାର୍ଥ ପାଇଁ ପ୍ରଶାସନିକ କଳ ଉପରେ ଚାପ ପକାଇ ଥଇଥାନ କରିଛନ୍ତି ବୋଲି ଅଭିଯୋଗ ହେଉଛି। ତାରାପଦ ରପ୍ତାନଙ୍କ ସମେତ ହରିପଦ ରପ୍ତାନ, ନଳିନୀ ରପ୍ତାନ, ମାୟା ଓ ଇତିକା ବାଂଲାଦେଶର ଅନୁପ୍ରବେଶକାରୀ ବୋଲି ସାତଭାୟାର ଡ. ଧରଣୀଧର ରାଉତ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ଅମୃତ ଋତୁରାଜ ଏ ଘଟଣାକୁ ପ୍ରାଥମିକତା ଦେବା ସହ ରାଜନଗର ତହସିଲଦାର ଭୂୟଁାଙ୍କୁ ଏହି ଘଟଣାର ସତ୍ୟାସତ୍ୟ ଏବଂ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri