ଅନାଥ ଶିଶୁପୁତ୍ରକୁ ସହାୟତାର ହାତ ବଢ଼ାଇଲେ ଡାକ୍ତର:ବର୍ଷକ ପର୍ଯ୍ୟନ୍ତ ଖାଦ୍ୟ, ଔଷଧ ଯୋଗାଇବେ

ମାହାଙ୍ଗା,୨୫-୯(ସ୍ବ.ପ୍ର.):ମାହାଙ୍ଗା ଅଞ୍ଚଳର ଜଣେ ଶିଶୁପୁତ୍ର ମା’ଗର୍ଭରେ ଥିବାବେଳେ ତା’ର ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାର ୩ମାସ ପରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁପୁତ୍ର ଜନ୍ମ ହେବାର ୭ ଦିନ ମଧ୍ୟରେ ମା’ର ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଏହି ଶିଶୁପୁତ୍ର ମା’ବାପାଙ୍କୁ ହରାଇ ଅନାଥ ହୋଇ ଜେଜେ ମା’ଓ ଜେଜେ ବାପାଙ୍କ ନିକଟରେ ରହିଥିଲା। ଗରିବ ଜେଜେ ମା’ଓ ଜେଜେମା ବାପା ମା’ ଛେଉଣ୍ଡ ଶିଶୁକୁ ଅଭାବ ଅନାଟନ ମଧ୍ୟରେ ଲାଳନ ପାଳନ କରିଥିଲେ। ନିକଟରେ ଶିଶୁଟି କାମଳ ରୋଗରେ ଆକ୍ରାନ୍ତ ହେବାରୁ ତାକୁ ମାହାଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଥିବା ଶିଶୁରୋଗ ବିଶେଷଜ୍ଞ ତଥା ଭାରପ୍ରାପ୍ତ ଚିକିତ୍ସାଧିକାରୀ ହେମନ୍ତ ସିଂହ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ବିତ୍ତ ପରିଚାଳକ ସନ୍ତୋଷ ଶତପଥୀ ଶିଶୁ ସମ୍ପର୍କରେ ଶୁଣିବା ପରେ ତାକୁ ସହାୟତାର ହାତ ବଢ଼ାଇଥିଲେ। ଏକ ବର୍ଷ ପର୍ଯ୍ୟନ୍ତ ଶିଶୁର ସମସ୍ତ ଖାଦ୍ୟ ଓ ଔଷଧ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ମଙ୍ଗଳବାର ଡା. ସିଂହ ଶିଶୁର ଘରକୁ ଆସି ତାର ଜେଜେ ମା’ ଓ ଜେଜେ ବାପାଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିବା ସହ ଏକ ବର୍ଷ ପାଇଁ ସମସ୍ତ ଖାଦ୍ୟ ଓ ଔଷଧ ଦେବା ପାଇଁ ଦାୟିତ୍ୱ ନେଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ବିତ୍ତ ଅଧିକାରୀ ତଥା ସମ୍ଭବ ଅନୁଷ୍ଠାନ ଆବାହକ ଶତପଥୀ ୨ହଜାର ଟଙ୍କା ଶିଶୁ ପରିବାରକୁ ପ୍ରଦାନ କରିଛନ୍ତି। ଏଥିରେ ଯୁବ ସଙ୍ଗଠକ ଆଲୋକ ବାରିକ ଓ ସୁଦର୍ଶନ ରାଉତ ଉପସ୍ଥିତ ଥିଲେ। ଡା. ସିଂହଙ୍କ ଏହି ମହାନୀୟତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ପ୍ରକାଶଯୋଗ୍ୟ, ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ଗ୍ରାମର ଦୀପକ ବେହେରା ଗତ ମାର୍ଚ୍ଚ ୧୯ରେ ବାଇକ ଯୋଗେ କଟକ ଯାଉଥିବାବେଳେ ପାଗା ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ସମୟରେ ତାଙ୍କ ସ୍ତ୍ରୀ ମିନାକ୍ଷୀ ଗର୍ଭବତୀ ଥିଲେ। ଜୁଲାଇ ୧୪ରେ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ସେଠାରେ ୫ଦିନ ରହି ଘରକୁ ଆସିବା ପରେ ମିନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ଜନ୍ମ ହୋଇଥିବା ଶିଶୁ ପୁତ୍ର ମା’ବାପା ଛେଉଣ୍ଡ ହୋଇ ଯାଇଥିଲା। ପୁଅ ଓ ବୋହୂକୁ ହରାଇଥିବା ଦ୍ୱୈତାରୀ ଓ ସୁଲୋଚନା ନାତିକୁ ଲାଳନପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?