ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା ଆଶା କରିଥିଲେ ସେମାନଙ୍କୁ ତାହା ମିଳିପାରି ନାହିଁ। ସାମାଜିକ ଦାୟିତ୍ୱବୋଧକୁ ଜିଲାର ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଇଥିବାରୁ ଆଜି ବି ବରୀ, ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ ବଡଚଣା ବ୍ଲକର ଜନସାଧାରଣ ବନ୍ୟାଦାଉରୁ ମୁକୁଳି ପାରିନାହାନ୍ତି। ବିଶେଷ କରି ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା, କେଲୁଅ ଘେରି ନଦୀବନ୍ଧ ଦୀର୍ଘ ୯ବର୍ଷ ହେଲା ଅଧାପନ୍ତରିଆ ହୋଇପଡିଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଅନେକ ସମସ୍ୟାର ସମାଧାନ କରିବାକୁ ଜନପ୍ରତିନିଧିମାନେ ଚାହଁୁ ନ ଥିବା ଅଭିଯୋଗ ହେଉଛି। ଯଦ୍ଦ୍ବାରା ନିର୍ବାଚିତ ପ୍ରତିନିଧିମାନେ ପ୍ରତିବର୍ଷ ବନ୍ୟା ପ୍ରଭାବିତଙ୍କୁ ଆଶା ଦେଖାଇ ଭୋଟବ୍ୟାଙ୍କ ହାତେଇବା ସହିତ ବନ୍ୟା ବିପତ୍ତି ନାମରେ ଅନୁଦାନ ଆଣି ଠିକାଦାର ପୋଷିବାକୁ ଯୋଜନା କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଯେ, ୨୦୧୧-୧୨ ଆର୍ଥିକ ବର୍ଷରେ ଧର୍ମଶାଳା ବ୍ଲକ ବାରବାଟୀରୁ ବରୀ ବ୍ଲକ ଗମୁ ପର୍ଯ୍ୟନ୍ତ ୮୪ କି.ମି. ଘେରିବନ୍ଧ କରିବାକୁ କେନ୍ଦ୍ର ସରକାର ୭୨କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କର ୧୦ ପ୍ରତିଶତ ଅନୁଦାନ ମଧ୍ୟ ରହିଛି। ଦୀର୍ଘ ୮ବର୍ଷ ହେଲା ଜମି ଅଧିଗ୍ରହଣ ବାବଦରେ ୪କୋଟି ୩୬ଲକ୍ଷ ୯୨ ହଜାର ୩୬୦ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ସେଥିରୁ ୧କୋଟି ଟଙ୍କା କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଦାନ କରାଯାଇଥିବାବେଳେ ବାକି ଟଙ୍କା ରାଜସ୍ବ ବିଭାଗ ଖାତାରେ ପଡିରହିଛି। ପ୍ରତିବର୍ଷ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଭୋଟବ୍ୟାଙ୍କ ଓ ଠିକାଦାର ପୋଷା ଅନୁଦାନ ଆସୁଥିବାରୁ କୌଣସି ଜନପ୍ରତିନିଧି ମୁଣ୍ଡ ଖେଳାଉ ନାହାନ୍ତି କିମ୍ବା ବିଧାନସଭାରେ ପ୍ରଶ୍ନଟିଏ ବି କରୁନାହାନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଜିଲାର ରସୁଲପୁର, ବରୀ, ଧର୍ମଶାଳା ଓ ଯାଜପୁର ଜିଲାର ନଦୀକୂଳିଆବାସୀ ସବୁଦିନ ପାଇଁ ବନ୍ୟାଦାଉରୁ ମୁକ୍ତି ପାଇପାରିବେ ବୋଲି ଯୋଜନା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ୪ବ୍ଲକର ପ୍ରାୟ ଦେଢ ୫ଲକ୍ଷ ଲୋକ ପ୍ରତିବର୍ଷ ବନ୍ୟା ବିତ୍ପାତର ଶିକାର ହୋଇଆସୁଛନ୍ତି। ୨୦୧୯ ଜୁନ୍‌ ଶେଷ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଆବଣ୍ଟିତ ଅନୁଦାନ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଜିଲା ପ୍ରଶାସନ କ’ଣ ପାଇଁ ଏହି ଅର୍ଥକୁ ଅଟକାଇ ରଖିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ବ୍ରାହ୍ମଣୀ, ବିରୁପା, କେଲୁଅ ସୁରକ୍ଷା ପରିଷଦ ପକ୍ଷରୁ ତହସିଲ ପ୍ରଶାସନ ଉକ୍ତ ଟଙ୍କାକୁ ତୁରନ୍ତ ବଣ୍ଟନ ନ କଲେ ଆଇନ୍‌ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଉଛି। ଏଥିରେ ମଧ୍ୟ ସରକାରଙ୍କ ଚେତା ପଶୁନି। ୨୨ା୬ା୨୦୧୯ରେ ଜିଲାପାଳଙ୍କ ପତ୍ରସଂଖ୍ୟା ୨୯୫ରେ ବରୀ ତହସିଲଦାରଙ୍କୁ ଜମିଅଧିଗ୍ରହଣ ବାବଦରେ ହିତାଧିକାରୀଙ୍କ ମଧ୍ୟରେ ଜମାଥିବା ଟଙ୍କା ବାଣ୍ଟି ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଜମି ଅଧିଗ୍ରହଣ ବାବଦରେ ନିଳାପଦା, ଚନ୍ଦନପୁର, ମୀର୍ଜାପୁର, କଳାଖଣ୍ଡ, ମାଟିଆପଡ଼ା, ଶେରପୁର, ଗମୁ, ଅରୁଆଳ, ସାହୁପଡ଼ା ଆଦି ଗ୍ରାମର ହିତାଧିକାରୀ ପ୍ରାପ୍ୟ ପାଇବା ପାଇଁ ବରୀ ତହସିଲକୁ ବାରମ୍ବାର ଦୌଡ଼ି ନିରାଶ ହେବାକୁ ପଡୁଛି। ଏ ସଂକ୍ରାନ୍ତରେ ଜାରକା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବାମାପ୍ରସାଦ ବିଶ୍ୱାଳଙ୍କୁ ପଚାରିବାରେ, ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଖୁବଶୀଘ୍ର କାର୍ଯ୍ୟ ପୁଣି ଆରମ୍ଭ ହେବ ଏବଂ ଆସନ୍ତା ବର୍ଷା ଋତୁ ପୂର୍ବରୁ ଶେଷ କରିବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଜାହାଜ ‘ଲିଆକି ଫ୍ରିଡମ’ ଉପରେ ଆମେରିକାର ଆକ୍ରମଣ? MEA କଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୩।୬: ଓମାନ ଉପକୂଳରେ ‘ଲିଆକି ଫ୍ରିଡମ’ନାମକ ଜାହାଜ ଭାରତୀୟ କ୍ରୁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ପ୍ରକାଶ ପାଇବା ପରେ, ଜାହାଜ ଉପରେ ଆକ୍ରମଣର ଗୁଜବ…

ଅଭିଷେକ ବାନାର୍ଜୀଙ୍କ ଘରେ ବେଙ୍ଗଲ ପୋଲିସର ଚଢାଉ, ଚିନ୍ତାରେ ମମତା!

କୋଲକାତା,୧୩।୬: ଶନିବାର ସକାଳେ ସାଲବୋନି ପୋଲିସ ଷ୍ଟେଶନର କର୍ମଚାରୀ ଏବଂ କୋଲକାତା ପୋଲିସର ଏକ ବଡ଼ ଦଳ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ…

ପାକିସ୍ତାନକୁ ରାଜନାଥଙ୍କ ଖୋଲ ଚେତାବନୀ

ନୂଆଦିଲ୍ଲୀ,୧୩।୬: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସିନ୍ଧୁ ନଦୀର ଜଳ ଆତଙ୍କବାଦର ପୃଷ୍ଠପୋଷକଙ୍କ ପାଖରେ ପହଞ୍ଚିବାକୁ ଦିଆଯିବ ନାହିଁ।…

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ଲ୍ୟାଣ୍ଡିଂ ସମୟରେ ଭାରତୀୟ ବାୟୁସେନାର AN-32 ବିମାନ କ୍ରାସ

ଗୁଆହାଟି,୧୩।୬: ଶନିବାର ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା (IAF) ବାୟୁସେନାର ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ AN-32 ପରିବହନ ବିମାନ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri