ଅତୁଟ ସମ୍ପର୍କ

ସ୍ବାମୀସ୍ତ୍ରୀଙ୍କ ଯୋଡ଼ି ଏକ ଅପୂର୍ବ ସମ୍ପର୍କ, ଯେଉଁ ସମ୍ପର୍କ ଭିତରେ ଭରିରହିଥାଏ ଗଭୀର ଭଲ ପାଇବା, ସ୍ନେହ, କର୍ତ୍ତବ୍ୟବୋଧ। ଆଉ କେବେ କେବେ ମତାନ୍ତର ପୁଣି ମନାନ୍ତର ବି। ତେବେ
ଏ ସବୁ ଭିତରେ ଏହି ସମ୍ପର୍କକୁ ସାରା ଜୀବନ ଅତୁଟ ରଖିବା ନିର୍ଭର କରିଥାଏ ନିଜ ଉପରେ…

ସନ୍ଦେହ: ସନ୍ଦେହ ସମ୍ପର୍କରେ ଫାଟ ସୃଷ୍ଟି କରିବାର ସବୁଠୁ ବଡ଼ କାରଣ। ଅନେକେ ଏଭଳି ଅଛନ୍ତି, ଯେଉଁମାନେ ନିଜ ପାର୍ଟନରଙ୍କୁ ସନ୍ଦେହ କରିଥାନ୍ତି। ସେ କାହା ସହ ଖୁସିରେ କେଇ ପଦ କଥାହେଲେ ସେମାନଙ୍କ ଭିତରେ କିଛି ସମ୍ପର୍କ ଥିବା ସନ୍ଦେହ କରନ୍ତି। ଏମିତି କି ପାର୍ଟନରଙ୍କ ଅନୁପସ୍ଥିତିରେ ତାଙ୍କ ମୋବାଇଲ୍‌ର ମେସେଜ୍‌, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ମେସେଞ୍ଜର ଆଦି ଚେକ୍‌ କରିବାକୁ ବି ପଛାନ୍ତିନାହିଁି। କେହି କେହି ବାସ୍ତବ କଥା ନ ଜାଣି ପରକଥାରେ ଭାସିଯାଇ ନିଜ ପାର୍ଟନରଙ୍କୁ ସନ୍ଦେହ କରିବା ସହ ତାଙ୍କ କଥାକୁ ମିଛ ବୋଲି ଭାବିନିଅନ୍ତି। ଏ କ୍ଷେତ୍ରରେ ସମ୍ପର୍କ ମଜଭୁତ ହେବା ପରିବର୍ତ୍ତେ ଧୀରେ ଧୀରେ ଦୁର୍ବଳ ହୋଇ ଭାଙ୍ଗିଯିବାର ଆଶଙ୍କା ବି ରହିଛି। ତେଣୁ ସମ୍ପର୍କକୁ ଅତୁଟ ରଖିବାକୁ ହେଲେ କାହାରି କଥାରେ ଭାବପ୍ରବଣ ନ ହୋଇ ସନ୍ଦେହ ନାମକ ଶତ୍ରୁକୁ ମନଭିତରୁ ବାହାର କରନ୍ତୁ। ତଥାପି ଯଦି ସନ୍ଦେହ ହେଉଛି ତେବେ ମନଭିତରେ ଏହାକୁ ଚାପିରଖି କଷ୍ଟ ପାଇବା କିମ୍ବା ସମ୍ପର୍କ ଖରାପ କରିବା ଅପେକ୍ଷା କେବେ ସମୟ ସୁବିଧା ଦେଖି ନିଜ ପାର୍ଟନରଙ୍କ ସହ ସିଧାସଳଖ ଆଲୋଚନା କରିନେବା ଭଲ। ଏହା ଦ୍ୱାରା ପ୍ରକୃତ ସତ୍ୟ ଜଣାପଡ଼ିଯିବ।
କମ୍ୟୁନିକେଶନ ଗ୍ୟାପ୍‌: ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କେବେ କେବେ ଛୋଟମୋଟ ଝଗଡ଼ା ହେବା ଏକ ସାଧାରଣ ଘଟଣା। ହେଲେ ଅନେକେ ଏଭଳି ପରିସ୍ଥିତିରେ ଝଗଡ଼ାର ସମାଧାନ କରିବା ବଦଳରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏହା ଦ୍ୱାରା ଧୀରେ ଧୀରେ କମ୍ୟୁନିକେଶନ ଗ୍ୟାପ୍‌ ବଢ଼ିଥାଏ। ତେଣୁ ଏପରି ହେବାକୁ ଆଦୌ ନ ଦେଇ ଝଗଡ଼ାକୁ ପରବର୍ତ୍ତୀ ସମୟରେ ଭୁଲିଯାଇ ପୁନର୍ବାର ଆଗଭଳି ହସଖୁସିରେ ଚଳିବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ।

ଅବିଶ୍ୱାସ: ବିଶ୍ୱାସ ଏକ ଉତ୍ତମ ସମ୍ପର୍କର ମୂଳଦୁଆ। ତେଣୁ ଥରେ ଏହା ଭାଙ୍ଗିଗଲେ ପୁନର୍ବାର ସୃଷ୍ଟି ହେବା ଖୁବ୍‌ କଷ୍ଟ। ତେଣୁ ଜୀବନସାଥୀଙ୍କୁ ଅବିଶ୍ୱାସ କରନ୍ତୁ ନାହିଁ। ନିଜେ ମଧ୍ୟ କେବେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ତାଙ୍କୁ ଆପଣଙ୍କ ପ୍ରତି ଅବିଶ୍ୱାସ ସୃଷ୍ଟି କରିବାର ସୁଯୋଗ ଦେବ। ବେଳେବେଳେ ବୁଝାମଣା ଅଭାବରୁ ଅବିଶ୍ୱାସ ଜନ୍ମିଥାଏ। ତେଣୁ ଝଗଡ଼ା କରିବା କିମ୍ବା ସମ୍ପୂର୍ଣ୍ଣ ଚୁପ୍‌ ରହି ସମ୍ପର୍କ ଖରାପ କରିବା ପରିବର୍ତ୍ତେ ପରସ୍ପର ମଧ୍ୟରେ କଥାହୋଇ ଏହାର ସମାଧାନ କରିବା ଦ୍ୱାରା ସମ୍ପର୍କ ମଧୁର ହୋଇଥାଏ।
ଲୁଚାଇବା: ନିଜ ଲାଇଫ୍‌ ପାର୍ଟନରଙ୍କ ଆଗରେ ସବୁବେଳେ ହୃଦୟ ଖୋଲା ରଖନ୍ତୁ ଏବଂ ସଚ୍ଚୋଟ ହୁଅନ୍ତୁ। କାରଣ ତାଙ୍କ ଆଗରେ କିଛି ଲୁଚାଇବାର ଅର୍ଥ ଅବିଶ୍ୱାସ ଏବଂ ସନ୍ଦେହର ମଞ୍ଜି ବୁଣିବା, ଯାହା ସମ୍ପର୍କରେ ଫାଟ ସୃଷ୍ଟି କରିବା ଲାଗି ଯଥେଷ୍ଟ।
ଜିଦ୍‌: ଅନେକେ ପାର୍ଟନରଙ୍କ ଆର୍ଥିକ ସ୍ଥିତି ନ ବୁଝି ନିଜ ଇଚ୍ଛା ପୂରଣ କରିବାକୁ ଜିଦ୍‌ କରିଥାନ୍ତି। ଉଦାହରଣ ସ୍ବରୂପ ଆମେ ଅନେକ ମହିଳାଙ୍କ ସୁନାଗହଣା କିଣିବା କିମ୍ବା ଅନ୍ୟାନ୍ୟ ଶପିଂ ନିଶାକୁ ନେଇପାରିବା। କେବଳ ଏତିକି ନୁହେଁ, କେହି କେହି ଓ୍ବିକେଣ୍ଡ ହେବା ମାତ୍ରେ ବୁଲିବାକୁ ଜିଦ୍‌ ଧରି ବସନ୍ତି। ହେଲେ ଛୁଟିଦିନ ମାତ୍ରେ ଯେ ସ୍ବାମୀ ସମ୍ପୂର୍ଣ୍ଣ ଫାଙ୍କା ଥିବେ କିମ୍ବା ଶପିଂ ଲାଗି ସବୁବେଳେ ପାଖରେ ପର୍ଯ୍ୟାପ୍ତ ଟଙ୍କା ଥିବ ତା’ ଭାବିବା ଠିକ୍‌ ନୁହେଁ। ଏହା ନ ବୁଝି ଅଯଥା ଜିଦ୍‌ କରିବା ଦ୍ୱାରା ପାର୍ଟନରଙ୍କ ଉପରେ ମାନସିକ ତଥା ଆର୍ଥିକ ଚାପ ପଡ଼ିବା ଦ୍ୱାରା ବି କେବେ କେବେ ସମ୍ପର୍କ ଖରାପ ହୋଇଥାଏ। ତେଣୁ ସମ୍ପର୍କ ଭଲ ରଖିବାକୁ ହେଲେ ଜୀବନସାଥୀଙ୍କୁ ଉଭୟ ଉଭୟଙ୍କ ପରିସ୍ଥିତି ବୁଝିବା ଦରକାର।
କଟୁ କଥା: ମନ ଭଲ ନ ଥିଲେ କିମ୍ବା ଅଫିସ ତଥା ଅନ୍ୟାନ୍ୟ ଟେନ୍‌ସନ ଥିଲେ ଅନେକେ ଏହାର ରାଗ ନିଜ ପାର୍ଟନରଙ୍କ ଉପରେ ଶୁଝାଇଥାନ୍ତି । ଏମିତି କି ରାଗରେ ପାଟିରୁ ବିଭିନ୍ନ କଟୁ କଥା ବି ବାହାରିଆସେ। ରାଗରେ ହେଉ ନା କାହିଁକି ପାଟିରୁ ଥରେ ବାହାରିଥିବା କଟୁ ବାକ୍ୟ ମନଭିତରେ ରହିଯାଏ ଏବଂ କ୍ରମଶଃ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲେ। ମନେରଖନ୍ତୁ ଦୁଇପଦ ମିଠାକଥା ବି ସମ୍ପର୍କକୁ ମଧୁର କରିଥାଏ। ତେଣୁ କ୍ରୋଧରେ ଏମିତି କିଛି କଟୁ କଥା କହିବାଠୁ ନିଜକୁ ନିବୃତ୍ତ ରଖନ୍ତୁ, ନଚେତ ତାହା ସମ୍ପର୍କରେ ତିକ୍ତତା ଆଣିବ। ରାଗ ସମୟରେ ଚୁପ୍‌ ରହିଯିବା ବୁଦ୍ଧିମତ୍ତାର କାମ।
ତୁଳନା: ସବୁବେଳେ ଅନ୍ୟମାନଙ୍କ ସହ ନିଜ ପାର୍ଟନରଙ୍କ ତୁଳନା କରିବାର ବଦଭ୍ୟାସ କେତେକଙ୍କଠାରେ ରହିଛି। ବାରମ୍ବାର ଏପରି କରିବା ଦ୍ୱାରା ପାର୍ଟନରଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ ଏବଂ ଧୀରେ ଧୀରେ ଏହା ମନଭିତରେ ରହି ରହି ମନାନ୍ତରର କାରଣ ସାଜିଥାଏ, ଯାହା ସମ୍ପର୍କକୁ ଅତୁଟ ରଖିବାରେ ସବୁଠୁ ବଡ଼ ବାଧକ ସାଜିପାରେ। ତେଣୁ ତୁଳନା ଛାଡ଼ି ନିଜ ପାର୍ଟନର ଯେମିତି ତାଙ୍କୁ ସେହିଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri