ଅଣସର ଘରେ ତିନିଠାକୁର: ଶାବର ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ପଟ୍ଟଚିତ୍ର

କୋରାପୁଟ,୨୩।୬(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଅସୁସ୍ଥ ତିନିଠାକୁର ଏବେ ଅଣସର ଘରେ ଅଛନ୍ତି। ଶବର ତଥା ଆଦିବାସୀ ବଇଦଙ୍କ ପାରମ୍ପରିକ ପଦ୍ଧତିରେ ଚାଲିଛି ଠାକୁରଙ୍କ ଚିକିତ୍ସା। ହେଲେ ଭକ୍ତ ଶ୍ରୀମନ୍ଦିର ମୁଖ୍ୟ ଫାଟକଠାରେ ଠାକୁରଙ୍କ ପଟ୍ଟଚିତ୍ରକୁ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି।

ଶନିବାର ଦେବସ୍ନାନ ପୁର୍ଣ୍ଣିମାରେ ତିନିଠାକୁର ୧୦୮ ଗରା ପାଣିରେ ଗାଧୋଇ ଅସୁସ୍ଥ ହୋଇ ଅଣସର ଘରେ ଚିକିତ୍ସିତ ହେଉଥିବା ବେଳେ ରବିବାର ତିନି ଠାକୁରଙ୍କ ପଟ୍ଟଚିତ୍ରକୁ ପୂଜା କରାଯାଉଛି । ପରମ୍ପରା ଅନୁଯାୟୀ ଆଦିବାସୀ ସେବକ ତଥା ଅପରକଣ୍ଡାପଲ୍ଲିର ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫୁଲ ଫଳ, ଚେରମୁଳି ସମେତ ବିଭିନ୍ନ ଜଡିବୁଟି ଲେପଦେଇ ଠାକୁରଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷେ ଭକ୍ତ ମନ୍ଦିରର ମୁଖ୍ୟ ଫାଟକରେ ମହାପ୍ରଭୁଙ୍କ ପଟ୍ଟଚିତ୍ରକୁ ଦର୍ଶନ କରିବା ସହିତ ସେଠାରେ ପୂଜାର୍ଚ୍ଚନା କରୁଛନ୍ତି। ଶାବର ଶ୍ରୀକ୍ଷେତ୍ରର ଶ୍ରୀ ମନ୍ଦିର ସମ୍ମୁଖରେ ବର୍ତ୍ତମାନ ଶ୍ରୀ ଜଗନ୍ନାଥଙ୍କ ପାଇଁ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ପାଇଁ ଶ୍ରୀ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ପାଇଁ ଶ୍ରୀଭୁବେନେଶ୍ୱରୀଙ୍କ ପଟ୍ଟଚିତ୍ରକୁ ପୁଜା କରାଯାଉଛି।

ତିନିଠାକୁରଙ୍କ ଅଣସର ଘରେ ସେବା ସରିବା ପର୍ଯ୍ୟନ୍ତ ପୂଜା ପାଇବେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଆସନ୍ତା ଜୁଲାଇ ୭ତାରିଖରେ ତିନିଠାକୁର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଠାକୁରଙ୍କ ନେତ୍ରୋତ୍ସବ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡଃ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି। ଏପରିକି ଜୁଲାଇ ୭ରେ ରଥଯାତ୍ରା ପାଇଁ ମଧ୍ୟ ୩ ରଥରେ ରଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ କାର୍ଯ୍ୟଗୁଡିକ ଯୁଦ୍ଧକାଳିନ ଭିତିରେ ଚାଲିଥିବା ସମ୍ପାଦକ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri