ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ସ୍ବର୍ଗଦ୍ୱାରରେ ପୋଡ଼ିବା ଲାଗି ଅନୁମତି ଦେଇ ଅଡୁଆରେ ଫସିଛି ପୋଲିସ। ଅନ୍ୟପଟେ ସ୍ବର୍ଗଦ୍ୱାରରେ ପୋଡ଼ାଯାଇଥିବା ମୃତଦେହ ହିଁ ନିଖୋଜ ବ୍ୟକ୍ତି ବୋଲି ଫଟୋ ଦେଖି ଚିହ୍ନଟ କରିଛନ୍ତି ପରିବାର ଲୋକେ। ଏ ନେଇ ସେମାନେ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। କିପରି ପୋଲିସ ଏକ ଅଜଣା ମୃତଦେହ ସମ୍ପର୍କରେ କୌଣସି ଅନୁସନ୍ଧାନ ନ କରି ଏହାକୁ ପୋଡ଼ିିବା ଲାଗି ସ୍ବେଚ୍ଛାସେବୀଙ୍କ ହାତକୁ ଟେକିଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ବାସେଳି ସାହି ପଣାପିଆ ଲେନ୍‌ର ବାସିନ୍ଦା ମମତା ପଟ୍ଟନାୟକ ଗତ ୧୮ତାରିଖରୁ ତାଙ୍କ ସ୍ବାମୀ ଓଳା ଓରଫ ହର ପଟ୍ଟନାୟକ ନିଖୋଜ ଥିବା ନେଇ ଶୁକ୍ରବାର ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ସାମ୍ନାକୁ ଆସିଛି ପ୍ରକୃତ ଘଟଣା। ଅଭିଯୋଗରେ ମମତା ଦର୍ଶାଇଛନ୍ତି ଯେ, ହର ସକାଳ ୯ଟାରେ ଘରୁ ଚାହା ପିଇ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। କାକୁଡ଼ିଖାଇ ଛକରେ କୌଣସି ବ୍ୟକ୍ତିଙ୍କ ସହ ସେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ପିସିଆର୍‌ ପୋଲିସ ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇଥିବା ସେ ଖବର ପାଇଥିଲେ। ଗତ ୨୦ ତାରିଖରେ ଶାଶୁ ଓ ପୁଅ ସାଗର ଟାଉନ ଥାନାକୁ ଯାଇ ହରଙ୍କ ସମ୍ପର୍କରେ ପଚାରିବାରୁ ସେଭଳି କୌଣସି ବ୍ୟକ୍ତିଙ୍କୁ ଅଣାଯାଇ ନ ଥିବା ଏବଂ ସେ ଥାନାରେ ନ ଥିବା ପୋଲିସ କହିଥିଲା। ପରେ ସେମାନେ ବାସେଳିସାହି ଏବଂ ସିଂହଦ୍ୱାର ଥାନା ସମେତ ପୁରୀ ଜେଲରେ ମଧ୍ୟ ପଚାରି ବୁଝି କିଛି ଖବର ପାଇ ନ ଥିଲେ।

ଅନ୍ୟପକ୍ଷରେ ହରଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, ହରଙ୍କ ଫଟୋ ଧରି ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହେବା ପରେ ମେଡିକାଲରେ ଅନୁସନ୍ଧାନ କରିଥିଲୁ। ମେଡିକାଲ ଫାଣ୍ଡିରେ ଜଣେ ପୋଲିସ କର୍ମଚାରୀ କହିଲେ, ଡିସେମ୍ବର ୨୫ରେ ଷ୍ଟେଶନରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ କେତେଜଣ ସ୍ଥାନୀୟ ଲୋକେ ଅଟୋ ଯୋଗେ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସେହି ବ୍ୟକ୍ତି ତାଙ୍କ ମୃତଦେହକୁ ନେଇ ସ୍ବର୍ଗଦ୍ୱାରରେ ପୋଡ଼ିି ଦେଇଥିବା ଶୁଣିଥିଲି। ମେଡିକାଲକୁ ଆସିଥିବା ବ୍ୟକ୍ତିଙ୍କ ଫଟୋ ଦେଖି ତାହା ହରଙ୍କର ବୋଲି ସେ ଜାଣିବାକୁ ପାଇଥିଲେ ବୋଲି ସମ୍ପର୍କୀୟ ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଏ ସଂକ୍ରାନ୍ତରେ କୁମ୍ଭାରପଡ଼ା ଥାନା ଅଧିକାରୀ କେ.ସି. ସେଠୀ କହିଛନ୍ତି, ମେଡିକାଲକୁ ଷ୍ଟେଶନ ଅଞ୍ଚଳର ଅଟୋଷ୍ଟାଣ୍ଡ ସଂଘର କେତେଜଣ ସଦସ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ମେଡିକାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ତାଙ୍କ ଅବସ୍ଥା ଦେଖି ମୃତଦେହ ବ୍ୟବଚ୍ଛେଦ ଆବଶ୍ୟକ ନାହିଁ ବୋଲି କହିଥିଲେ। ସମ୍ପୃକ୍ତ ବ୍ୟକ୍ତି ସେଠାରେ ଭିକ ମାଗି ଚଳୁଥିଲେ। ତେଣୁ କେହି ଦାବିଦାର ନ ଥିବା ଭାବି ମୃତଦେହକୁ ନେଇ ପୋଡ଼ିିଦେବେ ବୋଲି କହିଥିଲେ। ସ୍ଥାନୀୟ ଲୋକଙ୍କ ବୟାନ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣିଥିବା ଲୋକଙ୍କ ବୟାନକୁ ଭିତ୍ତିକରି ସମସ୍ତ ନୀତି ନିୟମ ପ୍ରକାରେ ମୃତଦେହ ପୋଡ଼ିିବାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri