ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି କରାଯାଇଛି। ଏନେଇ ୩୦ରୁ ଧଧିକ ଛାତ୍ରୀଛାତ୍ର ଚାଲି ଚାଲି ବିଡ଼ିଓଙ୍କୁ ସାକ୍ଷାତ କରିବାକୁ ଯିବା ଘଟଣା ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଉକ୍ତ ବ୍ଲକ ଅଧୀନ ପଥରନେସା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ହେଉଥିବା ବେଳେ ବାଳକ ଓ଼ ବାଳିକା ଆଶ୍ରମରେ ମୋଟ ୨୬୯ ଜଣ ଅନ୍ତେବାସୀ ଅଛନ୍ତି। ନୀଳମାଧବ ଦଳେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହ ସ଼େ ଆଶ୍ରମର ଦାୟିତ୍ୱରେ ଅଛନ୍ତି । ତେବେ ଦୀର୍ଘ ଦିନ ଧରି ଆଶ୍ରମରେ ଛାତ୍ରୀଛାତ୍ରଙ୍କୁ ପାଇଖାନା ଘର, କ୍ଲାସ ରୁମରୁ ଛାତରୁ ପାଣି ପଡୁଛି। ସେହିପରି ପିଲାଙ୍କୁ ଖାଇବାକୁ ଦିଆଯାଉଥିବା ବାଦାମ ଲଡୁରେ ପୋକ ବାହାରୁଛି। ଏନେଇ ପିଲାମାନେ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ପିଲାଙ୍କ କଥା ଶୁଣିବା ବଦଳରେ ସେମାନଙ୍କୁ ବିଦ୍ୟାଳୟରୁ ବାହାର କରିଦେବାର ଧମକ ଦେଉଛନ୍ତି। ସେହିପରି ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗିରିଶଚନ୍ଦ୍ର ନାଏକ ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବାର ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଆଜି ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ପେଟକୁ ମାରିଥିବାର ମଧ୍ୟ ଅଭିଯୋଗ ହୋଇଛି। ଦିନ ତମାମ ଉକ୍ତ ଛାତ୍ରଙ୍କ ପେଟ ଯନ୍ତ୍ରଣା ହେଉଥିଲେ ମଧ୍ୟ କେହି ତାଙ୍କୁ ଡାକ୍ତରଖାନାକୁ ନେଇ ନାହାନ୍ତି। ସେହିପରି କାର୍ଯ୍ୟରତ ସିସିଏ ଗୋବିନ୍ଦଚନ୍ଦ୍ର ମାର୍ଣ୍ଡି ବିଦ୍ୟାଳୟରୁ ଖଟ, ମିକ୍ସଚର ଆଦି ନେଉଥିବାର ମଧ୍ୟ ଅଭିଯୋଗ ହେଉଛି। ଏମିତି ଅଭିଯୋଗକୁ ନେଇ ଆଜି ଛାତ୍ରୀଛାତ୍ରମାନେ ଶୁଳିଆପଦାସ୍ଥିତ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଅଭିଯୋଗ କରିବାକୁ ଯାଇଥିଲେ। ଅଧାବାଟରେ ବିଡିଓ ଲକ୍ଷ୍ମୀସାଗର ମାଝୀ, ଶୁଳିଆପଦା ଥାନା ଅଧିକାରୀ ସତ୍ୟନାରାୟଣ ବଳ ପହଁଞ୍ଚି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଆଣିଥିଲେ। ବିଦ୍ୟାଳୟରେ ପହଞ୍ଚିବା ପରେ ମଧ୍ୟ ଶତାଧିକ ଛାତ୍ରୀଛାତ୍ର ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି କରି ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ। ବିଡ଼ିଓ ମାଝୀ, ଥାନା ଅଧିକାରୀ ବଳ,ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁମିତ ବିକ୍ରମ ନାଏକ, ବିଇଓ ରଶ୍ମିରଞ୍ଜନ ଗିରି, ଏବିଇଓ ଜଗନ୍ନାଥ ନାଏକ ବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଶୁଣିବା ସହିତ ତଦନ୍ତ କରିଛନ୍ତି। ତଦନ୍ତ ରିପୋର୍ଟ ଜିଲାପାଳ ଓ଼ ଜିଲା ସମ୍ପ୍ରସାରଣ ଅଧିକାରୀଙ୍କୁ ପ୍ରଦାନ କରାଯିବ ଓ଼ ପରବର୍ତ୍ତୀ ସମୟରେ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଡ଼ିଓ ମାଝୀ।

 

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri