ଅଜନା ରୋଗ୍‌ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ

ବୌଦ୍ଧ,୩।୬(ସ୍ବ.ପ୍ର):  ମା’ବାପ୍‌ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍‌ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଲା। ମା’ବାପ୍‌ ଲାଗ୍‌ ବରମସ କରି ପୁଓର ଚିକିତ୍ସା କରେଇ ନିରାଶ ହେଲେ। ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ପୁଓକେ ଘରେ ପକେଇ ରଖିଛନ୍‌। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଁଚେତ୍‌ର କରଞ୍ଜକଟା ଗାଁରେ।
ସୂଚନା ଅନ୍‌ସାରେ କରଞ୍ଜକଟା ଗାଁର ଜୀବର୍ଦ୍ଧନ କହଁର। ସେ ନିହାତି ଗରିବ୍‌ ଆର ଆଦିବାସୀ ସମାଜର। କୁଲିମଜୁରି କରି ନିଜର କୁଟୁମ ପୁଷୁଛନ୍‌। ଏନ୍‌ତାଥି ଜୀବର୍ଦ୍ଧନ ଆର ତାକର ମାଏକିନା ପୁଓଟେ ପାଏବାର ଲାଗି କେତେ ପୂଜାପାଠ୍‌ କରିଥିଲେ। ଭଗବାନ ଡାକ୍‌ ଶୁନି ଆଏଜ୍‌କେ ୫ ବଛର ତଲେ ତାକର କୁଲେ ଗୁଟେ ପୁଓ ଦେଇଥିଲେ। ମା’ବାପ୍‌ ଖୁସିରେ ପୁଓର ନାଁ ଅଭିଜିତ ରଖିଥିଲେ। ହେଲେ ଅଭିଜିତ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଲେ। ରୋଗ୍‌ ପରଭାବରେ ତାକର ହାତଗୋଡ଼ ସଁପୁର ହେଇଯିବାର ସଂଗେ ବେଁକ୍‌, ଅଁଟା ବଁକା ହେଇଗଲା। ଅଭିଜିତ ଯାହାକେ ହେଲେ ଭକାଛାଡ଼ନୁ ଦେଖୁଛନ୍‌, ହେଲେ ସେ ଚାଲବୁଲ କି କଥା କହି ନାଇଁ ପାରବାର। ସବୁବେଲେ ଖଟେ ପଡ଼ିରହିଛନ୍‌, କେତେବେଲେ କେନ୍‌ତା ଅଝଟ୍‌ ହେଲେ ମା’ବାପ୍‌ ତାହାକୁ ପାଇ କରି ବୁଲଉଛନ୍‌। ପୁଓର ଏନ୍‌ତା ଅବସ୍‌ତା ଦେଖି ମା’ବାପ୍‌ ଦୁଖେ ଭାଂଗିପଡ଼ଲେ। ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରନୁ ମୂଲ କରି ଜିଲା ଡାକ୍‌ତରଖାନାରେ ଦେଖାଲେ, ହେଲେ କିଛି ଲାଭ ନାଇଁ ହେଲା। ଇଆଡ଼େ ଜୀବର୍ଦ୍ଧନ ଫିଦିନ ସଖାଲ ପାଏଲେ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତା ଅବସ୍‌ତାରେ ଜୀବର୍ଦ୍ଧନ ଧାରଉଧାର କରି ପୁଓକେ କଟକ, ଭୁବନେଶ୍ୱର ଆର ବ୍ରହ୍ମପୁର ଡାକ୍‌ତରଖାନା ନେଇ ଚିକିସତ୍ା କରେଇ ନିରାଶ ହେଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ପୁଓକେ ଘରେ ପକେଇ ରଖିଛନ୍‌ ଆର ତାର ଦୁଖ୍‌ ଦେଖି ସବୁବେଲେ ଆଁଖିରୁ ଲହ ଝରଉଛନ୍‌। ଏନ୍‌ତାଥି ଜୀବର୍ଦ୍ଧନ ନିରାଶ ହେଇ ଅଭିଜିତର ଚିକିସତ୍ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଗରିବ୍‌ ପରିବାରକେ ଚିକିତ୍ସା ସାହାଯ୍‌ ଯୁଗେଇ ଦେବାକେ ଜନସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri