ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି, ବରେଲିର ଦଶମ ଶ୍ରେଣୀ ଛାତ୍ରୀ ସାଫିଆ ଜାଭେଦ୍‌।୧୬ ବର୍ଷୀୟା ସାଫିଆ ଦୀର୍ଘ ୫ ବର୍ଷ ଧରି ଫୁସ୍‌ଫୁସ୍‌ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଅଛନ୍ତି। ଫୁସ୍‌ଫୁସ୍‌ ଅତ୍ୟନ୍ତ ଦୁର୍ବଳ ଥିବାରୁ ଗତ ଦେଢ଼ବର୍ଷ ହେଲା ଅକ୍ସିଜେନ୍‌ ସାହାଯ୍ୟରେ ତାଙ୍କର ଶ୍ୱାସକ୍ରିୟା ଚାଲିଛି। ଏହାସତ୍ତ୍ୱେ ସେ ଚଳିତବର୍ଷ ଉତ୍ତରପ୍ରଦେଶ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ସହ ସଫଳତା ପାଇଁ ଆଶା ରଖିଛନ୍ତି। ଅକ୍ସିଜେନ୍‌ ସିଲିଣ୍ଡର୍‌ ସହ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବାକୁ ତାଙ୍କୁ ଅନୁମତି ମିଳିଥିବା ଜଣାପଡ଼ିଛି। ରୋଗରେ ପୀଡ଼ିତଥିବା ଯୋଗୁ ସେ ନିୟମିତ ସ୍କୁଲ ଯାଇ ପାଠ ପଢ଼ିପାରୁ ନାହାନ୍ତି। ତେଣୁ ସେ ପ୍ରାଇଭେଟ୍‌ ଛାତ୍ରୀଭାବେ ପରୀକ୍ଷା ଦେଉଛନ୍ତି। ଏ ନେଇ ବରେଲିର ଶାହାବାଦ କଲୋନୀରେ ରହୁଥିବା ସାଫିଆଙ୍କ ବାପା ସରଓ୍ବର ଜାଭେଦ୍‌ କୁହନ୍ତି, ଝିଅ ଶ୍ରେଣୀରେ ସବୁବେଳେ ଟପ୍ପର ଥିଲେ। ୫ ବର୍ଷ ତଳେ ପିତ୍ତକୋଷରେ ପଥୁରି ହୋଇଥିବାବେଳେ ତାହା ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା। ଏହା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପରେ ତାଙ୍କୁ ଟିବି ହୋଇଥିବା ଜଣାପଡ଼ିଥିଲା। ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଭର୍ତ୍ତି ହେଉଥିବା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେଠାରେ ତାଙ୍କୁ ଅକ୍ସିଜେନ୍‌ ସାହାଯ୍ୟରେ ରଖାଯାଇଥିଲା। ଫଳରେ ସେ ହାଇସ୍କୁଲ ପରୀକ୍ଷା ଦେଇପାରି ନ ଥିଲେ। କିନ୍ତୁ ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାବେଳେ କଠିନ ପରିଶ୍ରମର ମୂଲ୍ୟ ସେ ନିଶ୍ଚୟ ପାଇବେ ଏବଂ ପରୀକ୍ଷାରେ ଭଲ ନମ୍ବର ରଖିବେ ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri