Posted inଖେଳ

ଜେଭ୍‌ରେଭଙ୍କୁ ମାଡ୍ରିଡ ଓପନ ଟାଇଟଲ

ମାଡ୍ରିଡ, ୧୧।୫(ଏପି)-
ଚମତ୍କାର ଫର୍ମ ବଜାୟ ରଖି ଆଲେକଜାଣ୍ଡର ଜେଭ୍‌ରେଭ ମାଡ୍ରିଡ ଓପନ ଟେନିସ ଟାଇଟଲ ଜିତିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ପାଇଁ ସେ ମାଡ୍ରିଡ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ରାଫାଲ ନାଡାଲଙ୍କୁ କ୍ୱାର୍ଟର ଫାଇନାଲ ଏବଂ ୪ର୍ଥ ର଼୍ୟାଙ୍କ୍‌ପ୍ରାପ୍ତ ଡୋମିନିକ୍‌ ଥିମ୍‌ଙ୍କୁ ସେମିଫାଇନାଲରେ ହରାଇଥିବା ଜେଭ୍‌ରେଭ ଫାଇନାଲରେ ମାଟିଓ ବେରେଟିନିଙ୍କୁ ୬-୭(୮), ୬-୪, ୬-୩ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଚଳିତ ସିଜନରେ ଏହା ତାଙ୍କର ଦ୍ୱିତୀୟ ଟାଇଟଲ। ୬ଷ୍ଠ ର଼୍ୟାଙ୍କିଙ୍ଗଧାରୀ ଏହି ଜର୍ମାନୀ ଖେଳାଳି ଗତ ମାର୍ଚ୍ଚରେ ମେକ୍ସିକାନ୍‌ ଓପନ ଜିତିଥିଲେ।
ଜେଭ୍‌ରେଭ ୨୦୧୮ରେ କ୍ୟାରିୟରର ପ୍ରଥମ ମାଡ୍ରିଡ ଟାଇଟଲ ଜିତିଥିଲେ। ସେତେବେଳେ ସେ ଫାଇନାଲରେ ଥିମ୍‌ଙ୍କୁ ପରାସ୍ତ କରିଥିଲେ। ଏଥର ଚାମ୍ପିୟନ ହେବାସହ ସେ ୪ର୍ଥ ଥର ପାଇଁ ମାଷ୍ଟର୍ସ ୧୦୦୦ ଟାଇଟଲ ହାସଲ କରିଛନ୍ତି। ତେବେ ଗତ ୩ ବର୍ଷରେ ଏହାଥିଲା ପ୍ରଥମ। ଗତବର୍ଷ ଫ୍ରେଞ୍ଚ୍‌ ଓପନର ୪ର୍ଥ ରାଉଣ୍ଡରୁ ବିଦାୟ ପରେ ଜେଭ୍‌ରେଭଙ୍କ ପ୍ରଦର୍ଶନରେ ଆଶାଠାରୁ ଅଧିକ ଉନ୍ନତି ଘଟିଛି। ଫ୍ରେଞ୍ଚ୍‌ ଓପନରେ ଭଲ କରିବାକୁ ହେଲେ କ୍ଲେ କୋର୍ଟ ସିଜନରେ ଉତ୍ତମ ଖେଳିବାକୁ ହେବ ବୋଲି ୨୪ ବର୍ଷୀୟ ଜେଭ୍‌ରେଭ କହିଛନ୍ତି। ”ଦୀର୍ଘଦିନ ପରେ ଏକ ମାଷ୍ଟର୍ସ ଟାଇଟଲ ଜିତିଥିବାରୁ ମୁଁ ବହୁତ ଖୁସି। ମୁଁ ଏବେ ଆଗାମୀ କିଛି ସପ୍ତାହ ଉପରେ ଫୋକସ କରିବି“ ବୋଲି ଏହି ଜର୍ମାନୀ ଖେଳାଳି ପ୍ରକାଶ କରିଛନ୍ତି। ୧୦ତମ ର଼୍ୟାଙ୍କ୍‌ପ୍ରାପ୍ତ ବେରେଟିନି ଗତ ସପ୍ତାହରେ ବ୍ରେଲଗ୍ରେଡ୍‌ରେ ଟାଇଟଲ ଜିତିଥିଲେ। ତଳିପେଟରେ ଯନ୍ତ୍ରଣା ଯୋଗୁ ସେ ଗତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲ ପରଠାରୁ ଟେନିସରୁ ଦୂରେଇ ରହିଥିଲେ। ମାଣ୍ଟେକାର୍ଲୋ ଟୁର୍ନାମେଣ୍ଟରେ ସେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିଥିଲେ ହେଁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ମାଷ୍ଟର୍ସ ୧୦୦୦ ଫାଇନାଲ ଥିଲା। ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନ ପାରିଲେ ହେଁ ସେ ଖୁସି ଅଛନ୍ତି ବୋଲି ବେରେଟିନି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri