Posted inଖେଳ

‘ବ୍ଲାକମେଲ କରିବା ସହ ହାତରେ ଟଙ୍କା ଦେଇଥିଲେ, କିନ୍ତୁ ମୁଁ ସ୍ପଟ୍‌ ଫିକ୍ସିଂ କରି ନାହିଁ’

ହରାରେ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସ୍ପଟ୍‌ ଫିକ୍ସିଂ କରିବା ପାଇଁ ଜଣେ ଭାରତୀୟ ବ୍ୟବସାୟୀ ୧୫ ହଜାର ଡଲାର (୧୧ ଲକ୍ଷରୁ ଊର୍ଦ୍ଧ୍ୱ) ଦେଇଥିଲେ। କିନ୍ତୁ ଏ ସମ୍ପର୍କରେ ଉଚିତ ସମୟରେ ଆଇସିସିକୁ ଜଣାଇବାରେ ବିଫଳ ହୋଇଥିଲେ ବୋଲି ସ୍ବୀକାର କରିଛନ୍ତି ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର। ଏଥିଲାଗି ତାଙ୍କୁ ଆଇସିସି କିଛି ବର୍ଷ ପାଇଁ ବାସନ୍ଦ କରିପାରେ ବୋଲି ଟୁଇଟ୍‌ କରି ପୂର୍ବତନ ଉଇକେଟକିପର ବ୍ୟାଟର ସୂଚନା ଦେଇଛନ୍ତି।

ଟୁଇଟରରେ ଜାରି କରିଥିବା ବିବୃତିରେ ଟେଲର କହିଛନ୍ତି, ୨୦୧୯ ଅକ୍ଟୋବରରେ ଜଣେ ଭାରତୀୟ ବ୍ୟବସାୟୀଙ୍କଠାରୁ ଟଙ୍କା ନେବା ପାଇଁ ମୋତେ ବାଧ୍ୟ କରାଯାଇଥିଲା। ନିଜ ସୁରକ୍ଷା ଚିନ୍ତା କାରଣରୁ ଏ ସମ୍ପର୍କରେ ଆଇସିସିର ଦୁର୍ନୀତି ନିବାରଣ ବିଭାଗକୁ ଜଣାଇବା ପାଇଁ ମୋତେ ୪ ମାସ ଲାଗିଥିଲା।

“ ଜଣେ ଭାରତୀୟ ବ୍ୟବସାୟଙ୍କ ଅନୁରୋଧ କ୍ରମେ ଭାରତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲି। ସନ୍ଧ୍ୟାରେ ଆମେ ଡ୍ରିଙ୍କ୍ସ ନେଇଥିଲୁ। ସେମାନେ ମୋତେ କୋକେନ ଯାଚିଥିଲେ, ଯାହାକୁ ସେମାନେ ସେବନ କରୁଥିଲେ। ମୁଁ ମୂର୍ଖ ଭାବେ ତାକୁ ଗ୍ରହଣ କରିଥିଲି। ତା’ ପର ଦିନ ସକାଳେ ସେହି ବ୍ୟକ୍ତି ମୋ ରୁମକୁ ଆସି ମୋତେ ଗତ ରାତିର ଭିଡିଓ ଦେଖାଇଥିଲେ। ସେଥିରେ ମୁଁ କୋକେନ ନେଉଥିଲି। ଯଦି ମୁଁ ସେମାନଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସ୍ପଟ୍‌ ଫିକ୍ସିଂ ନ କରେ, ତେବେ ସେ ଉକ୍ତ ଭିଡିଓକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଧମକ ଦେଇଥିଲେ। ମୋତେ ୧୫ ହଜାର ଡଲାର ମିଳିଥିଲା। କାମ ଶେଷ ହେଲା ପରେ ଆହୁରି ୨୦ ହଜାର ଡଲାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୁଁ ଜଣାଇ ଦେବାକୁ ଚାହେଁ, କୌଣସି ମ୍ୟାଚ୍‌ ଫିକ୍ସିଂରେ ମୋର ସମ୍ପୃକ୍ତି ନାହିଁ। ମୁଁ କିଛି ବି ହୋଇପାରେ, କିନ୍ତୁ ମୁଁ ଠକ ନୁହେଁ” ବୋଲି ଟେଲର କହିଛନ୍ତି।

ତେବେ ଆଇସିସି ଓ ଜିମ୍ବାଓ୍ବେ କ୍ରିକେଟ ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଜାରି ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ୩୫ ବର୍ଷୀୟ ଟେଲର ଜିମ୍ବାଓ୍ବେ ପାଇଁ ୩୪ ଟେଷ୍ଟ, ୨୦୫ ଦିନିକିଆ ଓ ୪୫ ଟି୨୦ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ରବି ବିଷ୍ଣୋଇ ଏକ ନମ୍ବର ଟି୨୦ ବୋଲର, ସୂର୍ଯ୍ୟଙ୍କ ଚମକ କାଏମ

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ୪-୧ରେ ଏହି ସିରିଜ ଜିତିଛି। ତେବେ...

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମଥର ପାଇଁ ଏମିତି ଢଙ୍ଗରେ ଆଉଟ୍‌ ହେଲେ ବାଂଲାଦେଶ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଢାକା,୬।୧୧:ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଚାଲିଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ...

ସଚିନ-କୋହଲିଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ,୬।୧୨: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ନିମନ୍ତ୍ରଣ ମିଳିଛି। ରାମ ମନ୍ଦିରର ଏହି ପବିତ୍ର...

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି...

ମୁଁ କୋହଲିଙ୍କୁ ଅଧିନାୟିକତ୍ୱ ପଦରୁ ହଟାଇନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧୨:ଟି-୨୦ ବିଶ୍ୱକପ ୨୦୨୧ର ସମୟ ଭାରତୀୟ କ୍ରିକେଟ ପାଇଁ ବହୁତ ଖରାପ ଥିଲା। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ତତ୍କାଳୀନ ସଭାପତି ସୌରଭ...

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦...

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ୧୦୦ଟି ଅନ୍ତର୍ଜାତୀୟ ଶତକର ସଚିନ ତେନ୍ଦୁଲକରଙ୍କ ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri