Posted inଖେଳ

୨୫ ରନ୍‌ରେ ଅଲଆଉଟ୍‌

ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪ ଉଇକେଟ ପାଇଁ ୧୯୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସମଗ୍ର ଜିମ୍ବାୱେ ଦଳ ୧୨ ଓଭରରେ ୨୫ ରନରେ ଅଲଆଉଟ୍‌ ହୋଇଥିଲା।
ଇଂଲଣ୍ଡ ପାଇଁ ନିୟାମାହ ହଲାଣ୍ଡ ସର୍ବାଧିକ ୫୯ ରନ ସଂଗ୍ରହ କରିଥିବାବେଳେ ଓପନର୍‌ ଗ୍ରେସ ୪୫ ରନ ସଂଗ୍ରହ କରିଥିଲେ। ଚାରିସ ପାଭଲେ ମଧ୍ୟ ୪୫ ରନ ସଂଗ୍ରହ କରିଥିଲେ। ଇଂଲଣ୍ଡ ଦଳର ବଡ ସ୍କୋର ସାମ୍ନାରେ ଜିମ୍ବାୱେ ମହିଳା ଦଳ ସହଜରେ ଆତ୍ମସମର୍ପଣ କରିଥିଲେ। ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳସ୍ବରୂପ, ଦଳ ପାଇଁ କୌଣସି ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ମଧ୍ୟ ପାର କରି ପାରି ନ ଥିଲେ। ପରିସ୍ଥିତି ଏପରି ଥିଲା ଯେ, ୪ ବ୍ୟାଟ୍ସମ୍ୟାନ ସେମାନଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଜିମ୍ବାୱେ ପାଇଁ ଆଡେଲି ଜିମୁନୁ ସର୍ବାଧିକ ଅପରାଜିତ ୫ ରନ ଇନିଂସ ଖେଳିଥିବା ବେଳେ ଓପନର୍‌ ନାଟାଲୀ ୪ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର! ଏଣିକି ଚାଟ୍‌ ପାଇଁ ଦେବାକୁ ପଡ଼ିବନି ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ,୩୦।୬: ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି! ଏଣିକି କାହା ସହିତ ଚାଟ୍‌ କରିବା ପାଇଁ ଆପଣଙ୍କୁ ନିଜର ବ୍ୟକ୍ତିଗତ ମୋବାଇଲ୍…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ପୋକ୍ସୋ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୩୦।୬: ଗଜପତି ଜିଲ୍ଲାର ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri