ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ୧୩ଟି ବ୍ଲକ ମୁଖ୍ୟାଳୟରେ ଆରମ୍ଭ ହୋଇଛି।
ଆନନ୍ଦପୁର ବ୍ଲକର ୧ ନମ୍ବର, ବାଂଶପାଳ ବ୍ଲକର ୨୪, ଚମ୍ପୁଆ ବ୍ଲକର ୧୩, ଘଷିପୁରା ବ୍ଲକର ୧୦, ଘଟଗାଁ ବ୍ଲକର ୭, ହରିଚନ୍ଦନପୁର ବ୍ଲକର ୩୧, ହାଟଡିହି ବ୍ଲକର ୩୪, ଝୁମ୍ପୁରା ବ୍ଲକର ୧୬, ଯୋଡ଼ା ବ୍ଲକର ୨୬, କେନ୍ଦୁଝର ସଦର ବ୍ଲକର ୪, ପାଟଣା ବ୍ଲକର ୨୧, ସାହାରପଡ଼ା ବ୍ଲକର ୨୯ ଓ ତେଲକୋଇ ବ୍ଲକର ୧୯ ନମ୍ବର ଜୋନ୍‌ରେ ଭୋଟ ଗଣନା ଚାଲିଛି।

ଆଜି ସନ୍ଧ୍ୟା ୬.୩୦ ସୁଦ୍ଧା ଏହି ଗଣତିରେ ଆନନ୍ଦପୁର ବ୍ଲକର ୧ ନମ୍ବର ଜୋନ୍‌ରେ ତପସ୍ବିନୀ ମହାନ୍ତ (ଭାଜପା) ୩୮୪୮, ଟୁନି ରଣା (ବିଜେଡି) ୬୧୧୦, ମିନାରାଣୀ ବେହେରା (କଂଗ୍ରେସ) ୧୩୫୬। ବାଂଶପାଳ ବ୍ଲକର ୨୪ ନମ୍ବର ଜୋନ୍‌ରେ ବିଜୁଳିବତୀ ନାଏକ (୩୦୦୧), ଶାନ୍ତିଲତା ରଣା (୬୯୮୦), ତୁଳସୀ ନାଏକ (୫୪୯)ଚମ୍ପୁଆ ବ୍ଲକର ୧୩ ନମ୍ବର ଜୋନ୍‌ରେ ବିନୋଦ ହାଇବୁରୁ (୨୭୭୪), ଉଦୟ ନାଏକ (୩୯୯୧), ମାନସିଂହ ମୁଣ୍ଡା (୧୩୮) ଘଷିପୁରା ବ୍ଲକର ୧୦ ନମ୍ବର ଜୋନ୍‌ରେ ମନାଲି ଦାସ (୩୬୧୦), ମଧୁସ୍ମିତା ଦାସ (୬୯୬୫), ସନ୍ଧ୍ୟାରାଣୀ ମହାନ୍ତି (୧୮୬୯),ଘଟଗାଁ ବ୍ଲକର ୭ ନମ୍ବର ଜୋନ୍‌ରେ ସରସ୍ବତୀ ମୁଣ୍ଡା (୩୨୭୬), ଯାଜ୍ଞସିନୀ ମହାନ୍ତ (୯୩୧୯), ନମିତା ରାଣୀ ନାଏକ (୨୭୯୫)। ହରିଚନ୍ଦନପୁର ବ୍ଲକର ୩୧ ନମ୍ବର ଜୋନରେ ପ୍ରଣତି ପରିଡ଼ା (୨୮୮୪), ସାଗରିକା ସାହୁ (୪୩୯୦), ନନ୍ଦିନୀ ସାହୁ (୩୫୬)। ହାଟଡିହି ବ୍ଲକର ୩୪ ନମ୍ବର ଜୋନ୍‌ରେ ବିବେକାନନ୍ଦ ରାଉତ (୩୪୯୩), ସୋମନାଥ ଦାସ (୩୯୫୬), ସୁରଥ ମହାକୁଡ଼ (୪୭୪)। ଝୁମ୍ପୁରା ବ୍ଲକର ୧୬ ନମ୍ବର ଜୋନ୍‌ରେ ଅନିତା ବାରିକ (୩୩୨୫), କ୍ଷୀରୋଦିନୀ ମହାକୁଡ଼ (୫୫୩୯), ଲୀଳାବତୀ ମହାନ୍ତ (୧୫୫)। ଯୋଡ଼ା ବ୍ଲକର ୨୬ ନମ୍ବର ଜୋନ୍‌ରେ ବସନ୍ତ କୁମାର ଗିରି (୧୩୬୭), ଶଶୀକାନ୍ତ ଖିଲାର (୪୦୨୨), ଅଭିମନ୍ୟୁ ନାଏକ (୨୭୩)। କେନ୍ଦୁଝର ସଦର ବ୍ଲକର ୪ ନମ୍ବର ଜୋନ୍‌ରେ ଗୀତାଞ୍ଜଳି ମହାନ୍ତ (୪୨୯୭), ଲୀଳାବତୀ ମହାନ୍ତ (୭୭୨୬), ସବିତା ସାହୁ (୪୧୬)। ପାଟଣା ବ୍ଲକର ୨୧ ନମ୍ବର ଜୋନ୍‌ରେ ସତ୍ୟବ୍ରତ ନାଏକ (୩୪୦୬), ପ୍ରଫୁଲ ଚନ୍ଦ୍ର ନାଏକ (୪୧୮୫), ଦାମୋଦର ନାଏକ (୪୬୮)। ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ରେ ଅଂଶୁମାନ ସବୁଜ ମହାନ୍ତ ବର୍ମା (୪୪୨୩) , ବୁଧଦେବ ମହାକୁଡ଼ (୫୩୮୨), ଦିଗାମ୍ବର ମହାନ୍ତ (୧୪୩)। ତେଲକୋଇ ବ୍ଲକର ୧୯ ନମ୍ବର ଜୋନ୍‌ରେ ଛଇଳବାଳା ନାୟକ (୮୫୫୩), ଶାନ୍ତିପ୍ରିୟା ନାୟକ (୭୦୩୪), ପାଣି ମୁଣ୍ଡା (୧୬୪୦)।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ୧ ନମ୍ବର ଜୋନ୍‌ ବିଜେଡି, ୨୪ ନମ୍ବର ଜୋନ୍‌ ବିଜେଡି, ୧୩ ନମ୍ବର ଜୋନ ସ୍ବାଧୀନ, ୧୦ ନମ୍ବର ଜୋନ୍‌ ବିଜେଡି, ୭ ନମ୍ବର ଜୋନ୍‌ ବିଜେଡି, ୩୧ ନମ୍ବର ଜୋନ୍‌ ବିଜେଡି, ୩୪ ନମ୍ବର ଜୋନ୍‌ ଭାଜପା, ୧୬ ନମ୍ବର ବିଜେଡି, ୨୬ ନମ୍ବର ସ୍ବାଧୀନ, ୪ ନମ୍ବର ଜୋନ ବିଜେଡି, ୨୧ ନମ୍ବର ଜୋନ ସ୍ବାଧୀନ, ୨୯ ନମ୍ବର ଜୋନ୍‌ ବିଜେଡି, ୧୯ ନମ୍ବର ଜୋନ୍‌ ବିଜେଡି ଦଖଲରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri