‘ଶୂନ’ ମୃତ୍ୟୁ, ପ୍ଲାଜ୍‌ମା ଦାନ ପ୍ରାଥମିକତା

କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍‌ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‘ଶୂନ’ ମୃତ୍ୟୁ ସମସ୍ତଙ୍କ ଲକ୍ଷ୍ୟ ହେଉ ବୋଲି କହିଛନ୍ତି। ପ୍ଲାଜମା ଥେରାପିର ନୋଡାଲ ଅଧିକାରୀ ତଥା ଏସ୍‌ସିବି ମେଡିକାଲ ଆସୋସିଏଟ୍‌ ପ୍ରଫେସର ଡା. ସ୍ମିତା ମହାପାତ୍ର ପ୍ଲାଜ୍‌ମା ସଂଗ୍ରହ ସ୍ଥିତି ଉପରେ ସୂଚନା ଦେଇଥିଲେ। କଟକ ଜିଲାର ଗ୍ରାମାଞ୍ଚଳରେ ୫୨୯ ଓ ସହରାଞ୍ଚଳର ୩୨ ଜଣ ପ୍ଲାଜ୍‌ମା ଦେବା ପାଇଁ ଯୋଗ୍ୟ ହୋଇଛନ୍ତି। ସେଥିରୁ ଗ୍ରାମାଞ୍ଚଳର ୯୭ ଓ ସହରାଞ୍ଚଳର ୮ ଜଣ ପ୍ଲାଜ୍‌ମା ଦେବାକୁ ଆଗ୍ରହୀ। ଏଯାବତ୍‌ ଏସ୍‌ସିବି ପ୍ଲାଜ୍‌ମା ବ୍ୟାଙ୍କ୍‌ରେ ୫୮ ଜଣଙ୍କଠାରୁ ୧୧୬ ୟୁନିଟ୍‌ ପ୍ଲାଜ୍‌ମା ସଂଗ୍ରହ କରାଯାଇଛି। ସେଥିରୁ ୯୦ ୟୁନିଟ୍‌ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲକୁ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ରେସିଂ, ଟେଷ୍ଟିଂ ଓ ଚିକିତ୍ସାର ବ୍ୟାପକ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ଲାଜ୍‌ମା ଦାନ ପାଇଁ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ଓ ସବିଶେଷ ବିବରଣୀ ଉପଲବ୍ଧ କରାଇବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟଙ୍କୁ ଏହାର ସଂଯୋଜକ ଦାୟିତ୍ୱ ମିଳିଛି। ବୈଠକରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନିଜର ମତ ରଖିଥିଲେ। ରାଜ୍ୟ ସରକାରଙ୍କ ବୈଷୟିକ ମୁଖପାତ୍ର ଡା. ଜୟନ୍ତ ପଣ୍ଡା, ସିଏମ୍‌ସି କମିଶନର ଅନନ୍ୟା ଦାସ, ଡିଆର୍‌ଡିଏ ପିଡି ଅବଦଲ ଅଖତରଏସ୍‌ସିବି ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା କଲଭର୍ଟ ପାର୍ଶ୍ୱ ରାସ୍ତା

ଫୁଲବାଣୀ ଅଫିସ,୩୦ା୮- ତୁମୁଡ଼ିବନ୍ଧ ବ୍ଲକର ଉପାନ୍ତ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଲଙ୍କାଗଡ଼ ପଞ୍ଚାୟତ କାରୁକୁଡି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ...

ସମ୍ବଲପୁରର ସ୍ଥିତିନେଇ ଚିନ୍ତାବ୍ୟକ୍ତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର,୫ା୪ (ବ୍ୟୁରୋ): ସମ୍ବଲପୁର ଜିଲାରେ ସୋମବାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ସପ୍ତାହ ହେବ ଦୈନିକ...

ସରକାରୀ କଟକଣାର ଖୋଲା ଉଲ୍ଲଂଘନ: ବଜାରରେ ଅସମ୍ଭବ ଭିଡ଼

ସୁନ୍ଦରଗଡ଼/ସବ୍‌ଡେଗା,୧୫ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଥିବା ସରକାରୀ କଟକଣାର କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶ...

ସହଯୋଗର ହାତ ବଢ଼ାଇଲା ପ୍ରଶାସନ

ଭୋପାଳ : କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ...

ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନ କରନ୍ତୁ: ମାନସ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ସପକ୍ଷରେ ଭାଜପାର କେତେଜଣ ବରିଷ୍ଠ ନେତା ମତ ଦେଇ ଆସୁଥିବା ବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ...

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେନି। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।...

ସମ୍ପଦ ଦେଉନି ସମୃଦ୍ଧି

ଛେଣ୍ଡିପଦା,୧୫ା୧୨(ସ୍ୱ.ପ୍ର.): ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ। ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ ଯୋଗାଏ। କିନ୍ତୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର...

କରୋନା ନେଲା ଔଷଧ ଦୋକାନୀଙ୍କ ଜୀବନ: ଗଭୀର ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡର ବହୁ ପୁରୁଣା ସାହୁ ମେଡିକାଲ ଷ୍ଟୋର ମାଲିକ ସୀମାଞ୍ଚଳ ସାହୁଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଗତ କିଛିଦିନ...

Advertisement


Archives

Model This Week