Posted inଖେଳ

ହାତରେ ଗୋଟିଏ ଉଇକେଟ୍‌, ଦରକାର ୮୮ ରନ୍‌; ତଥାପି ହାର୍‌ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’

ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି ଦେଖାଇଲେ। ୨୪୧ ରନର ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନ ୧୫୪ ରନରେ ୯ଟି ଉଇକେଟ୍‌ ହରାଇ ସାରିଥିଲା। ଏଭଳି ସ୍ଥିତିରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାଦାବ ଚମତ୍କାର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ସେ ୯୬ଟି ବଲରେ ୧୩ଟି ଚୌକା ଓ ୫ଟି ଛକା ସହାୟତାରେ ଅପରାଜିତ ୧୧୩ ରନ କରିଥିଲେ। ଏହି ସମୟରେ ୧୧ ନମ୍ବରରେ ବ୍ୟାଟିଂ କରୁଥିବା ହାରିସ ରଉଫ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ଦଶମ ଉଇକେଟ୍‌ ପାଇଁ ୮୦ଟି ବଲରେ ୮୯ ରନର ଭାଗୀଦାରି କରିଥିଲେ। ଏହା ଦିନିକିଆ କ୍ରିକେଟରେ ସଫଳ ରନ ଚେଜ ସମୟରେ ଦଶମ ଉଇକେଟ୍‌ ପାଇଁ ସର୍ବବୃହତ୍‌ ଭାଗୀଦାରି। ଏହା ସହିତ ଏହି ଭାଗୀଦାରି ଇନିଂସରେ ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଭାଗୀଦାରି ମଧ୍ୟ ଥିଲା।

ଏହି ଚମତ୍କାର ରବିବାର (୨୫ ଅକ୍ଟୋବର) ଦିନିକିଆ ଟ୍ରାଇ ସିରିଜରେ ଦେଖିବାକୁ ମିଳିଥିଲା। ଅସମ୍ଭବ ମନେ ହେଉଥିବା ରନ ଚେଜରେ ସଫଳ କରି ପାକିସ୍ତାନ ୧ ଉଇକେଟ୍‌ ବିଜୟ ହାସଲ କରିଥିଲା। ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମେ ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟର୍ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ରନ ଚେଜ ସମୟରେ ପାକିସ୍ତାନର ନିମ୍ନକ୍ରମ ବ୍ୟାଟର୍ମାନେ ଅସାଧାରଣ ପ୍ରଦର୍ଶନ କରି ଦଳକୁ ବିଜୟ ଦେଇଥିଲେ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଥିଲା। ଦଳ ପାଇଁ ଓପନର୍‌ ବେନ ଡକେଟ ୧୧୧ଟି ବଲ୍ରୁ ୧୦ଟି ଚୌକା ଓ ୨ଟି ଛକା ସହାୟତାରେ ୧୦୫ ରନର ଶତକୀୟ ଇନିଂସ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ଅଧିନାୟକ ଶାହିନ ଆଫ୍ରିଦି ସର୍ବାଧିକ ୪ଟି ଉଇକେଟ୍‌ ନେଇଥିଲେ।

ରନ ଚେଜରେ ପାକିସ୍ତାନର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା। ୧୮ ରନରେ ଦଳର ପ୍ରଥମ ଉଇକେଟ୍‌ ପଡ଼ିଥିବା ବେଳେ ୨୭ ରନରେ ଦ୍ୱିତୀୟ ଏବଂ ୩୧ ରନରେ ତୃତୀୟ ବ୍ୟାଟର୍‌ ଆଉଟ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଉଇକେଟ୍‌ ପଡ଼ି ଚାଲିଥିଲା। ଗୋଟିଏ ସମୟରେ ପାକିସ୍ତାନର ସ୍କୋର ୯ ଉଇକେଟ୍‌ରେ ୧୫୪ ରନରେ ପହଞ୍ଚିଥିଲା। ଦଳକୁ ଜିତିବା ପାଇଁ ଆହୁରି ୮୮ ରନର ଆବଶ୍ୟକତା ଥିବା ବେଳେ ହାତରେ ମାତ୍ର ଗୋଟିଏ ଉଇକେଟ୍‌ ବାକି ଥିଲା। ପ୍ରଶଂସକଙ୍କ ବିଜୟ ଆଶା ପ୍ରାୟ ଶେଷ ହୋଇଯାଇଥିଲା। ଏଭଳି ସମୟରେ ଶାଦାବ ଖାନଙ୍କ ସହ ହାରିସ ରଉଫ କ୍ରିଜରେ ଥିଲେ। କିନ୍ତୁ ଶାଦାବ ଅଦ୍ଭୁତ ବ୍ୟାଟିଂ କରି ଦଳକୁ ପରାଜୟ ମୁହଁରୁ ଫେରାଇ ଆଣିବା ସହ ଏକ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

‘ମନ୍‌ କି ବାତ୍‌’ର ୧୨ ବର୍ଷର ଯାତ୍ରା

ନୂଆଦିଲ୍ଲୀ, ୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨ବର୍ଷର ଯାତ୍ରାକୁ ଏକ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?